ଗଞ୍ଜାମ,୧ା୧୧(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିଶେଷ କ୍ଷତି ଗ୍ରସ୍ତ ହୋଇଛି ଗଞ୍ଜାମ ଜିଲା। ଏହି ବ୍ଲକର ଅଧିକାଂଶ ପଞ୍ଚାୟତ ଲଗାଣ ବର୍ଷା ଓ ପବନ ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ କାମଧନ୍ଦାକୁ ଯାଇ ନ ପାରି ହାତବାନ୍ଧି ବସିଛନ୍ତି ଲୋକେ। ବର୍ତ୍ତମାନ ବନ୍ୟାବାତ୍ୟା ଆଉ ନ ଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଏହିଭଳି ପରିପ୍ରେକ୍ଷୀରେ ଗଞ୍ଜାମ ସହରର ଯୁବ ସ୍ବେଚ୍ଛାସେବୀ ତଥା ବିଜେଡି ଏନ୍ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ବନ୍ୟା ପ୍ରଭାବିତ ଅଞ୍ଚଳ ଯାଇ ସହଯୋଗର ହାତ ବଢ଼ାଇ ଛନ୍ତି। ଗଞ୍ଜାମ ବ୍ଲକ ରାଜପୁର ପଞ୍ଚାୟତର ସରପଞ୍ଚଙ୍କ ସହଯୋଗରେ ଯୁବ ସ୍ବେଚ୍ଛାସେବୀ ପାଢ଼ୀ ସେଠାକାର ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଚର୍ଚ୍ଚାରେ ଥିବା ଜଣାପଡ଼ିଛି। ଛତ୍ରପୁର ଅଞ୍ଚଳର ବିଜେଡି ନେତା ବିମଳ ପଣ୍ଡା, ରାଜେଶ ମହାରଣା, ଉମାଶଙ୍କର ମହାନ୍ତି, ପ୍ରଭାତ ସାହୁ, କରଣ ସାହି ବିଭୂତି ପଲାଇ, ବିଜେଡି ଯୁବ ନେତା ବିଭୂତି ପଲାଇ, ପପୁ ପଣ୍ଡା ପ୍ରମୁଖ ଶୁଖିଲା ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।

