Posted inଖେଳ

୩୩ ବର୍ଷର ଧାରା ଭାଙ୍ଗିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

କାନପୁର,୨୪।୧୧: ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଗଦା ହାତେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଆଧିପତ୍ୟ ବିସ୍ତାର କରିଛି। କିନ୍ତୁ ଦୀର୍ଘ ୩୩ ବର୍ଷ ହେଲା ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ ଏହି ଦଳ। ୩୩ ବର୍ଷର ଲମ୍ବା ଧାରାକୁ ଭାଙ୍ଗିବା ଲକ୍ଷ୍ୟରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆକୁ ଭେଟିବାକୁ ଯାଉଛି।

ଭାରତରେ ଅନ୍ତିମ ଥର ୧୯୮୮-୮୯ରେ ଭାରତରେ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଜିତିଥିଲା ନ୍ୟୁଜିଲାଣ୍ଡ। ସେତେବେଳେ ରାଜିବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ବର୍ତ୍ତମାନ ଭାରତୀୟ ଦଳରେ ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଇଶାନ୍ତ ଶର୍ମା ଓ ବିରାଟ କୋହଲିଙ୍କୁ ସେତେବେମାତ୍ର କିଛି ମାସ ହୋଇଥିଲା। ଆଉ ଦେଶରେ ଲିଟର ପିଛା ପେଟ୍ରୋଲ ଦର ଥିଲା ୮ ଟଙ୍କା।

ଭାରତୀୟ ଦଳର ପୂର୍ବତନ କୋଚ୍‌ ଜନ ରାଇଟ୍‌ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌୍‌ରେ ଭାରତକୁ ୧୩୬ ରନ୍‌ରେ ହରାଇଥିଲା। ଏହା ଥିଲା ଭାରତରେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ। ଏଥିପୂର୍ବରୁ ୧୯୬୯ରେ ନାଗପୁରରେ ଭାରତକୁ ଭାରତରେ ପ୍ରଥମ ଥର ହରାଇଥିଲା ନ୍ୟୁଜିଲାଣ୍ଡ।

ମୋଟ ଉପରେ ନ୍ୟୁଜିଲାଣ୍ଡ ଭାରତରେ ୩୪ ଟେଷ୍ଟ ଖେଳିଛି। ସେଥିରୁ ଦଳକୁ ୧୬ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ରେ ଫଳାଫଳ ବାହାରି ପାରି ନ ଥିଲା। ଭାରତରେ ସେମାନଙ୍କ ବିଜୟ ହାର ମାତ୍ର ୦.୧୨୫। ଏହା କେବଳ ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେଠାରୁ ଭଲ। ଏହି ଦୁଇ ଦଳ ଭାରତରେ କଦାପି ଟେଷ୍ଟ ମ୍ୟାଚ୍‌ ଜିତି ନାହାନ୍ତି। ଅନ୍ତିମ ଦଶନ୍ଧିରେ ଭାରତରେ ନ୍ୟୁଜିଲାଣ୍ଡ ୧୧ ଟେଷ୍ଟ ଖେଳିଥିବା ବେଳେ କେବଳ ୨ ମ୍ୟାଚ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଛି। କେବଳ ଭାରତରେ ନୁହେଁ, ବରଂ ଏସିଆନ ଦେଶରେ ନ୍ୟୁଜିଲାଣ୍ଡର ରେକର୍ଡ ବିଲକୁଲ ଭଲ ନାହିଁ। ୧୯୫୫ ଠାରୁ ଏସିଆରେ ୮୪ ଟେଷ୍ଟ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୧୫ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିବା ବେଳେ ୩୮ ମ୍ୟାଚ୍‌ରେ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି। ଏଭଳି ରେକର୍ଡ ଦର୍ଶାଉଛି ନ୍ୟୁଜିଲାଣ୍ଡ ଏସିଆରେ ସଂଘର୍ଷ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri