ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭିଡ଼, ଲାଗିଲା କଟକଣା

ପୁରୀ ଅଫିସ,୩୧।୧୨: ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ। ୨୦୨୩କୁ ସ୍ବାଗତ କରିବାକୁ ଚାହିଁ ରହିଛନ୍ତି ବିଶ୍ୱବାସୀ। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗି ରହିଛି। ଶୁକ୍ରବାର ମଧ୍ୟ ଶ୍ରୀମନ୍ଦିର, ବଡଦାଣ୍ଡ ଓ ସମୁଦ୍ରକୂଳରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଥିଲା। ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଓ ପର୍ଯ୍ୟଟକଙ୍କ ସୁରକ୍ଷିତ ଭ୍ରମଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ତଥା କଟକଣା ଲାଗୁ କରାଯାଇଛି। ଆଇନଶୃଙ୍ଖଳା, ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହୋଇଥିବା ବ୍ୟାରିକେଡ୍‌ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉଛି। ସମସ୍ତ ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଯାଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଜନଗହଳିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀ ୩୧ ଡିସେମ୍ବର ଓ ଜାନୁୟାରୀ ୧ରେ ବନ୍ଦ ରହିବ। ପ୍ରଶାସନର ଏଭଳି ନିଷ୍ପତ୍ତିରେ ବ୍ୟବସାୟୀ ସଂଘ ସହମତି ପ୍ରକାଶ କରିଛନ୍ତି ବୋଲି ଜିଲାପାଳ ସମର୍ଥ ବର୍ମା ଶୁକ୍ରବାର କହିଛନ୍ତି। ସେହିପରି ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ଜୋତା ଷ୍ଟାଣ୍ଡ, ବିଶ୍ରାମ ସ୍ଥାନର ବ୍ୟବସ୍ଥା କିପରି ହେବ ସେନେଇ ଜିଲାପାଳ ବର୍ମା ଓ ଏସ୍‌ପି ଡ.କେ ବିଶାଲ ସିଂ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସ୍ବତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷିତ ସମୁଦ୍ର ସ୍ଥାନ, ପାର୍କିଂ, ଶୃଙ୍ଖଳିତ ଦର୍ଶନ ଓ ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ଶ୍ରୀମନ୍ଦିର ଭିତରେ ୨୦ ପ୍ଲାଟୁନ ଫୋର୍ସ ଓ ଜଣେ ଅତିରିକ୍ତ ଏସ୍‌ପି ନିୟୋଜିତ ହେବେ। ନୂଆବର୍ଷ ପାଇଁ ପୋଲିସ ପ୍ରଶାସନ ଗୁରୁବାର ହୋଟେଲ ମାଲିକ ଏବଂ ଶୁକ୍ରବାର ଅଟୋ ଓ ବସ୍‌ ମାଲିକଙ୍କ ସହ ବୈଠକ କରିଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେହିପରି ନିରାପଦ ସମୁଦ୍ର ସ୍ନାନ ପାଇଁ ଲାଇଫ୍‌ଗାର୍ଡଙ୍କୁ ତାଲିମ ଦିଆଯାଇଛି। ଶନିବାର ମହାପ୍ରଭୁଙ୍କ ନୀତିକାନ୍ତିକୁ ତ୍ୱରାନ୍ବିତ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସମସ୍ତ ସେବାୟତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରଦ୍ଧାଳୁ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେନେଇ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ଦୁଇଦିନ ପୁରୀ ପ୍ରବଳ ଗହଳି ହେବ। ତେଣୁ ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ସମସ୍ତ ଉଠାଦୋକାନୀ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉଛି।
ନେଇ ଜିଲାପାଳ କହିଛନ୍ତି, ଡିସେମ୍ବରରେ ବହୁତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ୩୧ ଓ ୧ ତାରିଖରେ ଭକ୍ତଙ୍କ ସଂଖା ବଢ଼ିବାକୁ ଥିବାରୁ ଅସ୍ଥାୟୀ ବ୍ୟାରିକେଡକୁ ମାର୍କେଟ ଛକ ଯାଏଁ ବୃଦ୍ଧି କରାଯାଇଛି। ଶନିବାରଠାରୁ ତାହା କାର୍ଯ୍ୟକାରୀ ହେବ। ପୌରସଂସ୍ଥାଠାରୁ ଜୋତା ଷ୍ଟାଣ୍ଡ କରାଯାଉଛି। ଭକ୍ତଙ୍କ ପାଇଁ ଅନେକ ସ୍ଥାନରେ ଏଲିଡି ଟିଭିର ବ୍ୟବସ୍ଥା କରାଯାଇଛି। ଫଳରେ ଭକ୍ତମାନେ ନୀତି କ’ଣ ଚାଲିଛି ଜାଣିପାରିବେ। ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ପାଣି ଯୋଗାଇଦେବା ପାଇଁ ୧୨ରୁ ୧୫ଟି ପଏଣ୍ଟ କରାଯାଇଛି। ଭକ୍ତଙ୍କୁ ଯେପରି ଶୋଷଣ କରା ନ ଯିବ ସେଥିପାଇଁ ଜୋତାଷ୍ଟାଣ୍ଡଗୁଡିକରେ ଚେକିଂ କରାଯାଉଛି। ମୂଲ୍ୟର ଚାର୍ଟ ଲଗାଯାଇଛି। ଏକ ହେଲ୍ଫ ଲାଇନ ନମ୍ବର ଲଗାଯିବ, ଯାହାର କିଛି ଅସୁବିଧା ହେବ ସେ ସେହି ନମ୍ବରରେ ଯୋଗାଯୋଗ କରିବ। ସେିହିପରି ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରି ଜିରୋ ନାଇଟ ସେଲିବ୍ରଶନ କରିବା ପାଇଁ ଜିଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ୧୧ଜଣ ଅତିରିକ୍ତ ଏସ୍‌ପି, ୨୪ଜଣ ଡିଏସ୍‌ପି, ୫୧ଜଣ ଇନ୍ସପେକ୍ଟର, ୨୫୦ଜଣ ଅଫିସର, ୯୦୦ କନଷ୍ଟେବଳ, ହୋମଗାର୍ଡ ଏବଂ ଲାଇଫ ଗାର୍ଡ ସହ ୬୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri