ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ। ଏପରିକି ୩ ଥର ଦ୍ରୁତ ଗତିରେ ଗା ଚଳାଇ ଧରା ପଡିଲେ ଲାଇସେନ୍ସକୁ ସବୁ ଦିନ ପାଇଁ ରଦ୍ଦ କରାଯିବ। ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏଭଳିଆଭିମୁଖ୍ୟ ଗ୍ରହଣ କରାଯାଇଛି।

ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଧରିବା ପାଇଁ ରାଜଧାନୀର ୧୩ଟି ପ୍ରମୁଖ ଛକରେ ଅତ୍ୟାଧୁନିକ ଏନ୍‌ଏନ୍‌ପିଆର୍‌ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ପଟିଆ, କିଟ ଛକ, ପାୱାର ହାଉସ ଛକ, ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ରାଜମହଲ, ନାକା ଗେଟ, ଟ୍ରାଇଡେଣ୍ଟ ହୋଟେଲ, ବାଣୀବିହାରଠାରୁ ଶିଶୁଭବନ, କିଟ କ୍ୟାମ୍ପସ ନମ୍ବର ୩, କଳିଙ୍ଗ ଷ୍ଟାଡିୟମ ଓ ଶାସ୍ତ୍ରୀ ନଗର ଛକ ଆଦି ସ୍ଥାନରେ ଏହି ହାଇପାୱାର କ୍ୟାମେରା ଲାଗିଛି । ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏହି କ୍ୟାମେରା ବିଭିନ୍ନ ଛକରେ ଲାଗିଛି। କ୍ୟାମେରା ଫଟୋ ଉଠାଇବା ପରେ ମୋବାଇଲକୁ ଚାଲାଣ ଯିବ। ତେବେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ଜରିମାନାରେ ସାମନ୍ୟ କୋହଳ କରାଯାଇଛି । ନିୟମ ଉଲଙ୍ଘନକାରୀ ଲାଇସେନ୍ସ ଦେଖାଇଲେ, ଜରିମାନା ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାରରୁ ପୁଣି ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ ତାରିଖରୁ ପୁଣି ଖୋଲିବ ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ...

୭ ଜିଲାରେ ମରୁଡ଼ିର ପଦଧ୍ୱନି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଜୁଲାଇ ଅଧା ହେବାକୁ ବସିଲାଣି। ମାସେ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଦୁର୍ବଳ ମୌସୁମୀ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୋମବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି।...

ଝାରସୁଗୁଡା ଉପନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ...

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨,୧୫,୩୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week