Posted inଖେଳ

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ପୁରୁଷ ବିଭାଗରେ ମଧ୍ୟ ଜଣେ ନୂଆ ଚାମ୍ପିୟନଙ୍କୁ ଦେଖିବାକୁ ମିଳିଛି। ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଏକ ମାରାଥନ୍‌ ମୁକାବିଲାରେ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ହରାଇ ସ୍ପେନ୍‌ର କାର୍ଲୋସ ଅଲକାରାଜ ବିଜୟ ମୁକୁଟ ପିନ୍ଧିଛନ୍ତି। ଜୋକୋଭିଚ୍‌ଙ୍କ ବିପକ୍ଷରେ ଅଲ୍‌କାରାଜଙ୍କର ଏହାଥିଲା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିସହ ସେ ନିଜର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍‌କୁ ସୁଦୃଢ଼ କରିଛନ୍ତି। ମହିଳା ସିଙ୍ଗଲ୍ସରେ ନମ୍ବର ଓ୍ବାନ ର଼୍ୟାଙ୍କ୍‌ପ୍ରାପ୍ତ ଇଗା ସ୍ବିଟେକଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରୁ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ସେମିଫାଇନାଲରୁ ବିଦାୟ ନେଇଥିଲେ। ଟୁର୍ନାମେଣ୍ଟରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଭୋନ୍ଦ୍ରୋସୋଭା ଫାଇନାଲରେ ମଧ୍ୟ ଜାବେରଙ୍କୁ ଚକ୍‌ମା ଦେଇ ଜଣେ ଅଣ ସିଡେଡ୍‌ ଖେଳାଳି ମଧ୍ୟ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି।
ତୃତୀୟ ସ୍ପାନିଶ୍‌ ଖେଳାଳି
ଜୋକୋଭିଚ୍‌ଙ୍କୁ ହରାଇବା ପରେ ଅଲ୍‌କାରାଜ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ। ସେ ତୃତୀୟ ସ୍ପାନିଶ୍‌ ଖେଳାଳିଭାବେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ପୂର୍ବରୁ ମାନୁଏଲ ସାଣ୍ଟାନା ୧୯୬୬ ଓ ରାଫାଲ ନାଡାଲ ୨୦୦୮ ଓ ୨୦୧୦ରେ ଓ୍ବିମ୍ବେଲଡନରେ ବିଜୟ ମୁକୁଟ ପିନ୍ଧିଥିଲେ। ଏହା ବ୍ୟତୀତ ସେ ତୃତୀୟ ସର୍ବକନିଷ୍ଠ ଖେଳାଳିଭାବେ ଓ୍ବିମ୍ବେଲଡନରେ ଟାଇଟଲ ହାସଲ କରିଥିଲେ। ଏହି ତାଲିକାରେ ସେ ବିଜନ ବର୍ଗ ଓ ବୋରିସ ବେକରଙ୍କ ତଳକୁ ସ୍ଥାନ ପାଇଥିଲେ। କେବଳ ସେତିକି ନୁହେଁ, ୪ର୍ଥ ସ୍ପାନିଶ ଖେଳାଳିଭାବେ ସେ ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସୌଭାଗ୍ୟ ପାଇଥିଲେ। ନାଡାଲ, ସାଣ୍ଟାନା ଓ ସର୍ଗି ବ୍ରୁଗୁଏରାଙ୍କ ପଥର ପଥିକ ହୋଇଥିଲେ ଅଲ୍‌କାରାଜ। ୨୦୨୨ରେ ସେ ୟୁଏସ୍‌ ଓପନ ଟାଇଟଲ ଜିତିଥିବାରୁ ଏବେ ୨ଟି ଗ୍ରାଣ୍ଡସ୍ଲାମ ଜିତିବାର କୃତିତ୍ୱ ଅର୍ଜନ କରିଛନ୍ତି। ୨୧ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ମାତ୍ର ୪ ଜଣ ଖେଳାଳି ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ଏବେ ୫ମ ଖେଳାଳିଭାବେ ଅଲ୍‌କାରାଜ ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି। ମ୍ୟାଟ୍ସ ଓ୍ବିଲାଣ୍ଡର ୨୧ ବର୍ଷରେ ପହଞ୍ଚତ୍ବା ପୂର୍ବରୁ ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବାରୁ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ବିଜନ ବର୍ଗ ୩ଟି ଏବଂ ବେକର ଓ ନାଡାଲ ୨ଟି ଲେଖାଏ ଟାଇଟଲ ଜିତି ଏଥିରେ ପଛକୁପଛ ରହିଛନ୍ତି। ଆଉ ଏକ ରୋଚକ କଥା ହେଲା ଓ୍ବିମ୍ବେଲଡନର ଗତ ୨୦ ବର୍ଷ ଇତିହାସରେ ପ୍ରଥମଥର ପାଇଁ ରୋଜର ଫେଡେରର, ରାଫାଲ ନାଡାଲ ନୋଭାକ ଜୋକୋଭିଚ୍‌ ଓ ଆଣ୍ଡି ମୁରେଙ୍କ ବ୍ୟତୀତ ଅନ୍ୟ ଜଣେ କେହି ଖେଳାଳି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଅଲକାରାଜ।
ପ୍ରଥମ ଅଣସିଡେଡ
୨୪ ବର୍ଷୀୟ ଭୋନ୍ଦ୍ରୋସୋଭା ମଧ୍ୟ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପଥରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବିମ୍ବେଲଡନରେ ମହିଳା ସିଙ୍ଗଲ୍ସ ଜିତିବାରେ ସେ ହେଉଛନ୍ତି ଓପନ ଯୁଗର ପ୍ରଥମ ଅଣସିଡେଡ ଖେଳାଳି। ଜାନା ନୋଭୋନତ୍ା ଓ ପେଟ୍ରା କ୍ୱିଟେଭାଙ୍କ ପରେ ତୃତୀୟ ଚେକ୍‌ ଖେଳାଳିଭାବେ ସେ ଏଠାରେ ବିଜେତା ଟ୍ରଫି ଧରିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନରେ ଚାମ୍ପିୟନ ହେବା ପୂର୍ବରୁ ଭୋନ୍ଦ୍ରୋସୋଭା ମାତ୍ର ୪ଟି ଟୁର୍‌-ଲେଭଲ ଟାଇଟଲ ଜିତିଥିଲେ। କେବଳ ମାର୍ଟିନା ହିଙ୍ଗିସ ମାତ୍ର ୩ଟି ଟୁର୍‌-ଲେଭଲ ଟ୍ରଫି ଜିତି ୧୯୯୭ରେ ଟାଇଟଲ ହାସଲ କରିଥିଲେ। ଏହା ବ୍ୟତୀତ ଓପନ ଯୁଗରେ ୫ମ ବାମହାତୀ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ତାଙ୍କ ପୂର୍ବରୁ ଆନ୍‌ ଜୋନେସ, ମାର୍ଟିନା ନାଭ୍ରାତିଲୋଭା, ପେଟ୍ରା କ୍ୱିଟୋଭା ଓ ଆଞ୍ଜେଲିକ୍‌ କର୍ବର ବାମ ହାତର କମାଲ ଦେଖାଇଛନ୍ତି। ଟାଇଟଲ ହାସଲ ପଥରେ ଭୋନ୍ଦ୍ରୋସୋଭା ୫ ଜଣ ସିଡେଡ୍‌ ଖେଳାଳିଙ୍କୁ ପରାସ୍ତ କରି ଏକାଧିକ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ୨୦୧୧ରେ କ୍ୱିଟୋଭାଙ୍କ ପରେ ସେ ଏପରି ସଫଳତା ପାଇବାରେ ପ୍ରଥମ ମହିଳା ଖେଳାଳି। ଓପନ ଯୁଗରେ ଏକ ବଡ଼ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ସେ ହେଉଛନ୍ତି ୮ମ ଅଣସିଡେଡ ଖେଳାଳି। ଏହାଛଡ଼ା ଓପନ ଯୁଗରେ ୨୪ତମ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ସିଙ୍ଗଲ୍ସ ଟାଇଟଲ ଜିତିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନ ଟାଇଟଲ ଜିତିବା ବେଳକୁ ଭୋନ୍ଦ୍ରୋସୋଭାଙ୍କ ର଼୍ୟାଙ୍କିଙ୍ଗ୍‌ ୪୨ଥିଲା। ତେଣୁ ଓପନ ଯୁଗରେ ସବୁଠାରୁ ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳିଭାବେ ସେ ଚାମ୍ପିୟନ ହୋଇଛନ୍ତି। ଓଭରଅଲ୍‌ ୫୯ତମ ମହିଳା ଖେଳାଳିଭାବେ ସେ ଓପନ ଯୁଗରେ ଏକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?