Odisha Elections 2024
Posted inଜାତୀୟ

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି ସଂକ୍ରମଣରେ ଅଧିକ ଅସୁରକ୍ଷିତ ମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି। ଏଚଆଇଭି ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହେଉଥିବା ଡାକ୍ତରଖାନାଗୁଡ଼ିକର ତାଲିକାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦୀପ ଚାନ୍ଦ ବାନ୍ଧୁ ଏବଂ ଜିଟିବି ଡାକ୍ତରଖାନା ସହିତ ଏମସିଡି ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲ ରହିଛି।

ହିନ୍ଦୁ ରାଓ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡାକ୍ତର ମୁକେଶ କୁମାର କହିଛନ୍ତି ଏଠାରେ ତିନି ପ୍ରକାରର ଏଚଆଇଭି ପରୀକ୍ଷା ଅଛି, ଯାହା ବେସିକ ଆଣ୍ଟିବଡି, ଆଣ୍ଟିଜେନ / ଆଣ୍ଟିବଡି ଏବଂ ନ୍ୟୁକ୍ଲିୟିକ ଏସିଡ କିଟ୍‌। ଡାକ୍ତର ମୁକେଶ କୁମାର କହିଛନ୍ତି ଏହି ତାଲିକାରେ ଅନ୍ତର୍ଭୁକ୍ତ ପ୍ରଥମ ପ୍ରକାର କିଟ୍‌ ଉପଲବ୍ଧ, କିନ୍ତୁ ଶେଷ ଦୁଇଟି ଉପଲବ୍ଧ ନାହିଁ। ଏଥିପାଇଁ ସେ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ତେବେ ବର୍ତ୍ତମାନ ସେମାନେ ରୋଗୀଙ୍କୁ ଲୋକ ନାୟକ ଡାକ୍ତରଖାନାକୁ ପଠାଉଛନ୍ତି।

ଏଥିସହିତ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ତାଙ୍କ ଡାକ୍ତରଖାନାରେ କିଟ ଅଭାବ ଦେଖାଦେଇଛି, ଯେଉଁଥିପାଇଁ ରୋଗୀଙ୍କୁ ଉଚ୍ଚ କେନ୍ଦ୍ରକୁ ପଠାଯାଉଛି। ତେବେ ଡାକ୍ତରଖାନାର ଏକ ସରକାରୀ ସୂତ୍ରରୁ ପ୍ରକାଶ ଗତ ୬ମାସ ଧରି ଏଠାରେ ଏଚଆଇଭି ନିଶ୍ଚିତକରଣ ପରୀକ୍ଷା କିଟ ନାହିଁ।

ଏଥି ସହିତ, ଏହି ମାମଲାରେ, ଆଇସିଟିସି ସୂତ୍ରରୁ ପ୍ରକାଶ ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ (ନାକୋ) ରେ ଯୋଗାଣ ଶୃଙ୍ଖଳା କାରଣରୁ ଏହି ଅଭାବ ଘଟିଛି। ଦିଲ୍ଲୀ ରାଜ୍ୟ ଏଡସ କଣ୍ଟ୍ରୋଲ ସୋସାଇଟି ର ନିର୍ଦ୍ଦେଶକ ସଞ୍ଜୟ ଗିହରଙ୍କ କହିବାନୁସାରେ, ସାମାନ୍ୟ ଅଭାବ ଥିଲା କିନ୍ତୁ ଆମେ ବର୍ତ୍ତମାନ ଆଦେଶ ଦେଇଛୁ ଏବଂ ଖୁବ ଶୀଘ୍ର (କିଟ) ପାଇବୁ। ବୁଧବାର ଠାରୁ ସମସ୍ତ କେନ୍ଦ୍ରରେ କିଟ ରହିବ। ସେ କହିଛନ୍ତି ନାକୋ ପକ୍ଷରୁ କୌଣସି ଯୋଗାଣ ଶୃଙ୍ଖଳା ସମସ୍ୟା ନାହିଁ। ମନ୍ତବ୍ୟ ପାଇଁ ନାକୋ ଅତିରିକ୍ତ ସଚିବ ତଥା ମହାନିର୍ଦ୍ଦେଶକ ଭି ହେକାଲି ଜିମୋମି ଉପଲବ୍ଧ ନ ଥିଲା।

ଯୌନ କର୍ମୀଙ୍କ ସହ କାର୍ଯ୍ୟ କରୁଥିବା ଏନଜିଓ ଦାବି କରିଛି ପରୀକ୍ଷା କିଟ ବ୍ୟତୀତ ଗତ ୬ ମାସ ଧରି ଏସଆଇଡିର ଚିକିତ୍ସା ପାଇଁ କଣ୍ଡୋମ ଏବଂ ପେନିସିଲିନ ଇଞ୍ଜେକ୍ସନର ଅଭାବ ମଧ୍ୟ ରହିଛି।

ସମଲିଙ୍ଗୀ ସମ୍ପ୍ରଦାୟ ସହିତ କାର୍ଯ୍ୟ କରୁଥିବା ଏକ ଏନଜିଓର ସ୍ପେସ ନିର୍ଦ୍ଦେଶକ ରୁପିକା ଢିଲନଙ୍କ ଅନୁଯାୟୀ ଯୌନକର୍ମୀମାନେ ଏଚଆଇଭି ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେମାନେ ସେମାନଙ୍କର ଏଚଆଇଭି ସ୍ଥିତି ଜାଣିବାକୁ ଅସମର୍ଥ। ସେମାନଙ୍କ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଟ୍ରାନ୍ସଜେଣ୍ଡର ଯୌନ କର୍ମୀ ହିମାନଶି କହିଛନ୍ତି ସରକାର ସମଲିଙ୍ଗୀ ସମ୍ପ୍ରଦାୟ ପ୍ରତି ଅଧିକ ଗୁରୁତ୍ୱ ଦେଉ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭୟଭୀତ ଯଦି ମୁଁ ଜୀବାଣୁ ପାଇବି? ଆମ ପରିବାର ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ନିଜକୁ ପରିଚାଳନା କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri