ବ୍ରାହ୍ମଣୀ ଆଁରେ ୫ଶହ ହେକ୍ଟର ଜମି

ଢେଙ୍କାନାଳ,୨୨।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଗେଙ୍ଗୁଟିଆ, ଗୁରୁଜାଙ୍ଗଠାରୁ ଆରମ୍ଭ କରି ସାଙ୍କୁଲେଇ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫୦୦ ହେକ୍ଟର ଚାଷଜମି ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଖାଇଯାଇଛି। ଏ ସମ୍ପର୍କରେ ଚାଷୀମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଗତ ୨ଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶରେ ବନ୍ୟା ନିୟନ୍ତ୍ରଣ ବିଭାଗ, କୃଷି, ସଦର ତହସିଲଦାର ଓ ରାଜସ୍ବ ନିରୀକ୍ଷକମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ବାରମ୍ବାର ବନ୍ୟା ଯୋଗୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ସଦର ବ୍ଲକର ଗେଙ୍ଗୁଟିଆ, ଗୁରୁଜାଙ୍ଗ ଓ ସାଙ୍କୁଲେଇ ଗ୍ରାମରେ ଥିବା ଚାଷ ଜମିଗୁଡିକ ଖାଇ ଯାଉଛି। ଫଳରେ ନଦୀ କୂଳରେ ଥିବା ଚାଷୀମାନଙ୍କ ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ବିଶେଷକରି ଅଣଧାନ କୃଷି ଉପରେ ନିର୍ଭରଶୀଳ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେଉଥିବା ଗେଙ୍ଗୁଟିଆର ଚାଷୀ ପ୍ରତାପ କୁମାର ମଲ୍ଲିକ କହିଛନ୍ତି। କିଛିଦିନ ତଳେ ଖବରପାଇ ବନ୍ୟା ନିୟନ୍ତ୍ରଣ ବିଭାଗ କାମାକ୍ଷାନଗର କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ବିଶ୍ୱ ବିଜୟ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ସେଠାରେ ଚାଷ ଜମିର ସୁରକ୍ଷା ପାଇଁ ଏକ ଆଡିବନ୍ଧ ନିର୍ମାଣ ପାଇଁ ବୈଷୟିକ କମିଟି ପ୍ରସ୍ତାବ ଦେବା ସହିତ ଏଥିନିମନ୍ତେ ୭କୋଟି ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ରାଜ୍ୟ ସରକାରଙ୍କୁ ଦେଇଥିବା ଜଣାପଡିଛି। କିନ୍ତୁ ପ୍ରସ୍ତାବିତ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଆଡିବନ୍ଧ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ବନ୍ୟା ନିୟନ୍ତ୍ରଣ ବିଭାଗ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ଚାଷୀମାନେ ୫-ଟି ବିଭାଗ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶ ଆସିଛି। ଫଳରେ ଘଟଣାସ୍ଥଳରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ଦ୍ୱାରା ତଦନ୍ତ କରାଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ସଦର ତହସିଲଦାର ସୁଧାଂଶୁ କୁମାର ସାଓ, ରାଜସ୍ବ ନିରୀକ୍ଷକ ବରୁଣ କୁମାର ସାହୁ, ବନ୍ୟା ନିୟନ୍ତ୍ରଣ କନିଷ୍ଠ ଯନ୍ତ୍ରୀ ବିଶ୍ୱ ବିଜୟ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏ ସମ୍ପର୍କରେ ଏହି ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ତହସିଲଦାର କହିଛନ୍ତି। ଆଡିବନ୍ଧ ନିର୍ମାଣରେ ବିଳମ୍ବ ହେଲେ ନଦୀ କୂଳରେ ବିଭିନ୍ନ ଫସଲ କରୁଥିବା ଚାଷୀମାନଙ୍କ ଚାଷଜମି ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ଥିବାରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ଗ୍ରାମଗୁଡିକର ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଗେଙ୍ଗୁଟିଆ ଗ୍ରାମର ଚାଷୀ ମନୋଜ କୁମାର ମହାନ୍ତି କହିଛନ୍ତି, ଦୀର୍ଘବର୍ଷ ହେଲା ନଦୀ ବଢ଼ିରେ ଗ୍ରାମ ସହିତ ଆଖପାଖ ଗ୍ରାମର ନଦୀକୂଳିଆ ଚାଷ ଜମିଗୁଡ଼ିକ ନଦୀ ଗର୍ଭରେ ଲୀନ ହୋଇଯାଉଛି। ଘଟଣା େ ନଇ ୫-ଟି ବିଭାଗ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଉଛି। ତୁରନ୍ତ ଅନୁଦାନ ମଞ୍ଜୁର କରାଗଲେ ନଦୀକୂଳିଆ ଜମିଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା ହୋପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri