Posted inରାଜ୍ୟ

ନୂଆ ପ୍ରଜାତିର ‘ବ୍ଲାଇଣ୍ଡ୍‌ ଇଲ୍‌’ ଆବିଷ୍କୃତ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆଶ୍ଚର୍ଯ୍ୟ ହେଲେ ବି ସତ। ଏକ ବ୍ଲାଇଣ୍ଡ୍‌ ସ୍କୁଲ ବା ଦୃଷ୍ଟିହୀନ ବିଦ୍ୟାଳୟ ପରିସର କୂଅ ଭିତରୁ ମିଳିଥିବା ବ୍ଲାଇଣ୍ଡ୍‌ ଇଲ୍‌ (ଯେଉଁ ଇଲ୍‌ର ଆଖି ନାହିଁ)କୁ ଏକ ନୂଆ ପ୍ରଜାତିର ମାଛ ଭାବେ ମାନ୍ୟତା ମିଳିଛି। ଏହା ଉପରେ ଭାରତର ୪ଜଣ ଗବେଷକ ୨୦୧୯ରୁ ଗବେଷଣା ଜାରି ରଖିଥିଲେ। ଏହି ଗବେଷଣା ନିବନ୍ଧଟି ମାଛଙ୍କ ଉପରେ ପ୍ରକାଶିତ ହେଉଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଜର୍ନାଲ ‘ଆକୁଆ: ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ଇକ୍‌ଥିଓଲୋଜି’ର ସଦ୍ୟତମ ସଂସ୍କରଣରେ ପ୍ରକାଶିତ ହୋଇଛି। ୪ଜଣ ଗବେଷକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ଅଛନ୍ତି। ସେ ହେଲେ ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ସାଇଣ୍ଟିଷ୍ଟ ଇନ୍‌ଚାର୍ଜ ଡ. ଅନିଲ ମହାପାତ୍ର। ଅନ୍ୟ ୩ଜଣ ହେଲେ ଜୟାସିମ୍‌ହାନ୍‌ ପ୍ରବୀନରାଜ, ତେଜସ୍‌ ଠାକରେ ଓ ଆନମ୍‌ ପଓ୍ବନ କୁମାର। ସେହି ନୂଆ ପ୍ରଜାତି ବ୍ଲାଇଣ୍ଡ୍‌ ଇଲ୍‌ର ବୈଜ୍ଞାନିକ ନାମ ରଖାଯାଇଛି ରକ୍‌ଥାମିକ୍‌ଥିସ୍‌ ମୁମ୍ବା(Rakthamichthys Mumba)। ଏହାର ସାଧାରଣ ନାମ ‘ମୁମ୍ବାଇ ବ୍ଲାଇଣ୍ଡ୍‌ ଇଲ୍‌’ ଦିଆଯାଇଛି।
୨୦୧୯ରେ ମହାରାଷ୍ଟ୍ରର ମୁମ୍ବାଇର ଯୋଗେଶ୍ୱରୀ ୱେଷ୍ଟରେ ଥିବା ଏକ ବ୍ଲାଇଣ୍ଡ୍‌ ସ୍କୁଲ ପରିସର କୂଅରେ ଏଭଳି ବିରଳ ମାଛ ଦେଖିବାକୁ ମିଳିଥିଲା। ପମ୍ପ ଦ୍ୱାରା ପାଣି ଶୁଖାଇ ୫ଟି ବ୍ଲାଇଣ୍ଡ୍‌ ଇଲ୍‌ ଧରାଯାଇ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ୫ଟି ଯାକ ସ୍ପେସିମେନ୍‌କୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ସାରା ବିଶ୍ୱରେ ମିଳୁଥିବା ଅନ୍ୟସବୁ ବ୍ଲାଇଣ୍ଡ୍‌ ଇଲ୍‌ ପ୍ରଜାତିଠାରୁ ଭିନ୍ନ ଥିବା ଜଣାପଡ଼ିଥିଲା। ଏହାର ଡିଏନ୍‌ଏ ଆନାଲିସିସ ଗୋପାଳପୁର ଜେଡ୍‌ଏସ୍‌ଆଇ ଡିଏନ୍‌ଏ ଲାବରେଟୋରିରେ ହୋଇଥିବାବେଳେ ଡ. ଅନିଲ ମହାପାତ୍ର ଦାୟିତ୍ୱରେ ଥିଲେ। ଡିଏନ୍‌ଏ ଆନାଲିସିସରେ ଏହି ନୂଆ ବ୍ଲାଇଣ୍ଡ୍‌ ଇଲ୍‌ଟି ନିଜର ନିକଟ ସମ୍ପର୍କୀୟଙ୍କଠାରୁ ପ୍ରାୟ ୨୩ % ଅଲଗା ଥିଲା। ଏହା ଦେଖିବାକୁ ପତଳା, ୨୬୫ ମିଲିମିଟର ପର୍ଯ୍ୟନ୍ତ ବଢ଼ିଥାନ୍ତି ଏବଂ ଦେହର ରଙ୍ଗ ଗୋଲାପୀ-ନାଲି ରଙ୍ଗର ହୋଇଥାଏ। ଏହି ଇଲ୍‌ରେ ଆଖି, ଫିନ୍‌ ଓ କାତି ନ ଥାଏ। ଅଦ୍ୟାବଧି ଏହି ମୁମ୍ବାଇ ବ୍ଲାଇଣ୍ଡ୍‌ ଇଲ୍‌ କେବଳ ସେହି ଦୃଷ୍ଟିହୀନ ସ୍କୁଲ କୂଅରୁ ହିଁ ଦେଖିବାକୁ ମିଳିଛି। ଏହା ଏକ ମଧୁର ଜଳ ଇଲ୍‌। ଓଡ଼ିଶାରେ ଯଦି କାହା ବାଡ଼ିରେ ଥିବା କୂଅ ଭିତରୁ କେବେ ଏହି ପରି କିଛି ଇଲ୍‌ ବା ଅନ୍ୟ କିଛି ଚିହ୍ନି ନ ପାରୁ ଥିବା ମାଛ ବା ଅନ୍ୟ କିଛି ଜୀବ ମିଳନ୍ତି, ତେବେ ତାହାକୁ ମାରି ବା ଫୋପାଡ଼ି ନ ଦେଇ ଜେଡ୍‌ଏସ୍‌ଆଇ ଗୋପାଳପୁର କାର୍ଯ୍ୟାଳୟକୁ ଜଣାଇବାକୁ ଡ. ମହାପାତ୍ର ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ନୂଆ ପ୍ରଜାତି ଇଲ୍‌ର ଫୋଟୋକୁ ଆକୁଆ ଜର୍ନାଲ ତା’ର କଭର ପୃଷ୍ଠାରେ ସ୍ଥାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri