Posted inଜାତୀୟ

ସେନା ନିଯୁକ୍ତିରେ ନୂଆ ନିୟମ, ପ୍ରଥମ ୪ ବର୍ଷ ପରେ ପ୍ରଦର୍ଶନ ଆଧାରରେ ହେବ ଚୟନ…

ନୂଆଦିଲ୍ଲୀ, ୨୮।୫ : ଭାରତ ସରକାର ଦେଶରେ ସେନା ନିଯୁକ୍ତି ପାଇଁ ଏକ ନୂତନ ପ୍ରକ୍ରିୟା ଆଣିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାର ନାମ ହେଉଛି ’ଟୁର୍‌ ଅଫ ଡ୍ୟୁଟି’ ଯେଉଁଥିରେ ସେନାରେ ପ୍ରଥମେ ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯିବ। ଏହାପରେ ସମସ୍ତଙ୍କୁ ସେବାରୁ ମୁକ୍ତ କରାଯିବ। ଏହା ପରେ ଅନ୍ୟ ଏକ ପ୍ରକ୍ରିୟା ଅନୁସରଣ କରାଯିବ।

ଟୁର୍‌ ଅଫ ଡ୍ୟୁଟି / ଅଗ୍ନିପଥ ଯୋଜନା ଅଧୀନରେ, ସ୍ଥଳସେନା,ନୌସେନା ଏବଂ ବାୟୁସେନାରେ ନିଯୁକ୍ତିର ନୂତନ ବ୍ୟବସ୍ଥାରେ କିଛି ମୂଳ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ନିଯୁକ୍ତିର ପ୍ରଥମ ଚାରି ବର୍ଷ ପରେ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ସେବାରୁ ମୁକ୍ତ କରାଯିବ ଏବଂ ତା’ପରେ ୨୫ ପ୍ରତିଶତଙ୍କୁ ପ୍ରଦର୍ଶନ ଆଧାରରେ ପୂର୍ଣ୍ଣ ସେବା ପାଇଁ ତାଲିକାଭୁକ୍ତ କରାଯିବ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଟୁର୍‌ ଅଫ ଡ୍ୟୁଟିର ଅନ୍ତିମ ଫର୍ମାଟ ଉପରେ ଅନେକ ଆଲୋଚନା ହୋଇଛି ଏବଂ କିଛି ନୂତନ ପରାମର୍ଶ ଦିଆଯାଇଛି ଏବଂ ସେଗୁଡିକ ଗ୍ରହଣ ହେବାର ସମ୍ଭାବନା ଅଛି । ନୂତନ ନିଯୁକ୍ତି ଯୋଜନା ବର୍ତ୍ତମାନ ଯେ କୌଣସି ଦିନ ଘୋଷଣା ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ ଅଣାଯାଇଥିବା ପ୍ରସ୍ତାବ ଅନୁଯାୟୀ, ତିନି ବର୍ଷର ସେବା ପରେ କେବଳ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ କର୍ମଚାରୀଙ୍କୁ ସେବାମୁକ୍ତ କରିବାକୁ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଅବଶିଷ୍ଟ କର୍ମଚାରୀମାନଙ୍କୁ ପାଞ୍ଚ ବର୍ଷ ପରେ ସେବାରୁ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହା ପରେ, ୨୫ ପ୍ରତିଶତ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା। ଚାରି ବର୍ଷର ଚୁକ୍ତିଭିତ୍ତିକ ସେବା ସମାପ୍ତ ହେବା ପରେ, ୧୦୦ ପ୍ରତିଶତ କର୍ମଚାରୀଙ୍କୁ ସେବାମୁକ୍ତ କରାଯିବ। ଏହାପରେ ୩୦ ଦିନର ଅବଧି ପରେ, ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ପ୍ରଦର୍ଶନ ଆଧାରରେ ନିଯୁକ୍ତି ଏକ ନୂତନ ତାରିଖ ସହିତ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ରେ ଏନ୍‌କାଉଣ୍ଟର: ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୨୬।୨: ଛତିଶଗଡ଼ କାଙ୍କେରର କୋୟଲିବେଡା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏଥିରେ କେହି...

ରାହୁଲଙ୍କୁ ମିଳିଲା ଜାମିନ

ପାଟନା,୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଏକ ମାନହାନି ମାମଲାରେ ଜାମିନ ମିଳିଛି। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ନାଁରେ...

ଭୁଶୁଡିଲା ନିର୍ମାଣାଧୀନ କୋଠା: ଚାଲିଗଲା ୭ ଜୀବନ

ପୁଣେ,୪।୨: ମହାରାଷ୍ଟ୍ରର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ପୁଣେ ଫାୟାର ବ୍ରିଗେଡ କହିଛି ଯେ ଏହି ଦୁର୍ଘଟଣାରେ...

ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧୧ : ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ହାଇକୋର୍ଟଭାବେ ନାମକରଣ କରାଯିବାକୁ ଏକ ପିଟିଶନ ଦାଖଲ କରାଯାଇଥିଲା।...

ବାଣ ବ୍ୟବସାୟୀଙ୍କୁ ଗିରଫ ବେଳେ ପୋଲିସ ଜିପ୍‌ରେ ମୁଣ୍ଡ ବାଡେଇ କାନ୍ଦିଲେ କୁନି ଝିଅ: ଭିଡିଓ ଭାଇରାଲ

ବୁଲନ୍ଦସହର,୧୪ ।୧୧: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପୋଲିସ ଜିପ୍ ବାହାରେ ଠିଆ...

ଇଚିଙ୍ଗ୍‌ ପାଉଡର ପକାଇବାରୁ ମନ୍ତ୍ରୀ ହଟହଟା

ଅଶୋକନଗର, ୧୦ା୨:ଭାରତୀୟ ଜନତା ପାର୍ଟିର ବିକାଶ ଯାତ୍ରାରେ ଯୋଗ ଦେବା ଅବସରରେ ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗୋଓଲି ବିଧାୟକ ତଥା ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କୁ...

ଖରାପ ପାଗ ଯୋଗୁ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୫।୭: ଖରାପ ପାଗ ଯୋଗୁ ସାମୟିକ ଭାବେ ସ୍ଥଗିତ ରହିଲା ଅମରନାଥ ଯାତ୍ରା। ବର୍ଷା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ...

ସୁଶାନ୍ତ, ଅଙ୍କିତାଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍‌ଅପ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି। ବିହାର ଏବଂ ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଶିବସେନା...

Advertisement
Archives

Model This Week