Posted inଜାତୀୟ

ସେନା ନିଯୁକ୍ତିରେ ନୂଆ ନିୟମ, ପ୍ରଥମ ୪ ବର୍ଷ ପରେ ପ୍ରଦର୍ଶନ ଆଧାରରେ ହେବ ଚୟନ…

ନୂଆଦିଲ୍ଲୀ, ୨୮।୫ : ଭାରତ ସରକାର ଦେଶରେ ସେନା ନିଯୁକ୍ତି ପାଇଁ ଏକ ନୂତନ ପ୍ରକ୍ରିୟା ଆଣିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାର ନାମ ହେଉଛି ’ଟୁର୍‌ ଅଫ ଡ୍ୟୁଟି’ ଯେଉଁଥିରେ ସେନାରେ ପ୍ରଥମେ ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯିବ। ଏହାପରେ ସମସ୍ତଙ୍କୁ ସେବାରୁ ମୁକ୍ତ କରାଯିବ। ଏହା ପରେ ଅନ୍ୟ ଏକ ପ୍ରକ୍ରିୟା ଅନୁସରଣ କରାଯିବ।

ଟୁର୍‌ ଅଫ ଡ୍ୟୁଟି / ଅଗ୍ନିପଥ ଯୋଜନା ଅଧୀନରେ, ସ୍ଥଳସେନା,ନୌସେନା ଏବଂ ବାୟୁସେନାରେ ନିଯୁକ୍ତିର ନୂତନ ବ୍ୟବସ୍ଥାରେ କିଛି ମୂଳ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ନିଯୁକ୍ତିର ପ୍ରଥମ ଚାରି ବର୍ଷ ପରେ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ସେବାରୁ ମୁକ୍ତ କରାଯିବ ଏବଂ ତା’ପରେ ୨୫ ପ୍ରତିଶତଙ୍କୁ ପ୍ରଦର୍ଶନ ଆଧାରରେ ପୂର୍ଣ୍ଣ ସେବା ପାଇଁ ତାଲିକାଭୁକ୍ତ କରାଯିବ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଟୁର୍‌ ଅଫ ଡ୍ୟୁଟିର ଅନ୍ତିମ ଫର୍ମାଟ ଉପରେ ଅନେକ ଆଲୋଚନା ହୋଇଛି ଏବଂ କିଛି ନୂତନ ପରାମର୍ଶ ଦିଆଯାଇଛି ଏବଂ ସେଗୁଡିକ ଗ୍ରହଣ ହେବାର ସମ୍ଭାବନା ଅଛି । ନୂତନ ନିଯୁକ୍ତି ଯୋଜନା ବର୍ତ୍ତମାନ ଯେ କୌଣସି ଦିନ ଘୋଷଣା ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ ଅଣାଯାଇଥିବା ପ୍ରସ୍ତାବ ଅନୁଯାୟୀ, ତିନି ବର୍ଷର ସେବା ପରେ କେବଳ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ କର୍ମଚାରୀଙ୍କୁ ସେବାମୁକ୍ତ କରିବାକୁ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଅବଶିଷ୍ଟ କର୍ମଚାରୀମାନଙ୍କୁ ପାଞ୍ଚ ବର୍ଷ ପରେ ସେବାରୁ ମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହା ପରେ, ୨୫ ପ୍ରତିଶତ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା। ଚାରି ବର୍ଷର ଚୁକ୍ତିଭିତ୍ତିକ ସେବା ସମାପ୍ତ ହେବା ପରେ, ୧୦୦ ପ୍ରତିଶତ କର୍ମଚାରୀଙ୍କୁ ସେବାମୁକ୍ତ କରାଯିବ। ଏହାପରେ ୩୦ ଦିନର ଅବଧି ପରେ, ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ପ୍ରଦର୍ଶନ ଆଧାରରେ ନିଯୁକ୍ତି ଏକ ନୂତନ ତାରିଖ ସହିତ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri