New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ

ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌ କମ୍‌ ହୋଇଥିବା ବେଳେ ଗାଡ଼ି ଚଳାଇବା ନେଇ ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଟ୍ରାଫିକ ନିୟମ ପୂର୍ବଠାରୁ ଅଧିକ କଠିନ ହୋଇଛି। ଏହାଛଡ଼ା ଆଧାରରେ ମାଗଣା ଅନଲାଇନ୍‌ ଅପଡେଶନ ଲାଗି ଜୁନ ୧୪ ଯାଏ ସମୟ ମିଳିଛି। ଆସନ୍ତୁ ଏଭଳି କିଛି ଜରୁରୀ ନିୟମ ବିଷୟରେ ଜାଣିବା, ଯାହାକୁ ଆପଣ ଜାଣିନେବା ଉଚିତ।

-ଆଧାର କାର୍ଡ ଅପ୍‌ଡେଟ୍‌:
ୟୁଆଇଡିଏଆଇ ଆଧାର କାର୍ଡକୁ ମାଗଣାରେ ଅପଡେଟ୍‌ କରିବାର ଡେଡଲାଇନ୍‌କୁ ବଢ଼ାଇ ଜୁନ ୧୪ କରିଦେଇଥିଲା। ଏହାକୁ ଅନେକ ଥର ଆଗକୁ ବଢ଼ାଯାଇଛି। ଏଣୁ ଏହାକୁ ଆଉ ଆଗକୁ ବଢ଼ାଇବାର ସମ୍ଭାବନା କମ୍‌। ଏହାକୁ ମାଗଣାରେ ଅପ୍‌ଡେଟ୍‌ କରାଇବା ଲାଗି କାର୍ଡଧାରୀଙ୍କ ପାଖରେ କିଛି ଦିନର ସମୟ ରହିଛି। ଏହାପରେ ଆଧାର କେନ୍ଦ୍ର ଯାଇ ଅପଡେଟ୍‌ କରାଇବା ଲାଗି ପ୍ରତି ଅପଡେଟ୍‌ ପିଛା ୫୦ ଟଙ୍କା ଦେବାକୁ ହେବ।

-ଟ୍ରାଫିକ ନିୟମ ଏବଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ:
ଜୁନ ପହିଲାରୁ ଡ୍ରାଇଭିଂ ସ୍କୁଲରେ ଡ୍ରାଇଭିଂ ଟେଷ୍ଟ ହୋଇପାରିବ। ଏଯାବତ ଏହି ଟେଷ୍ଟ କେବଳ ଆର୍‌ଟିଓ ପକ୍ଷରୁ ଜାରି ସରକାରୀ ସେଣ୍ଟରରେ ହେଉଥିଲା। ଏବେ ପ୍ରାଇଭେଟ୍‌ ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରିଥିବା ଲୋକଙ୍କର ଡ୍ରାଇଭିଂ ଟେଷ୍ଟ ହେବ। ତାଙ୍କୁ ଲାଇସେନ୍ସ ମିଳିବ। ଏହାଛଡ଼ା ଜୁନ ୧ରୁ ନୂଆ ପରିବହନ ନିୟମ ଲାଗୁ ହେଉଛି। ଏହାର ଉଲ୍ଲଂଘନ କଲେ ଆପଣଙ୍କୁ ଜରିମାନା ଗଣିବାକୁ ହେବ। ନୂଆ ନିୟମ ଅନୁଯାୟୀ ଯଦି କେହି ଦ୍ରୁତ ଗତିରେ ଗାଡ଼ି ଚଳାନ୍ତି ତେବେ ତାଙ୍କୁ ୧୦୦୦ରୁ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ। ସେହିଭଳି ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ। ହେଲମେଟ୍‌ ପିନ୍ଧି ନ ଥିଲେ ୧୦୦ ଟଙ୍କା ଜରିମାନା, ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ।

-ବ୍ୟାଙ୍କ ଛୁଟି: ଜୁନ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ରବିବାର,ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ୬ ଦିନ ବନ୍ଦ ରହିବ। ବାକି ୪ ଦିନ ପର୍ବକୁ ନେଇ ବନ୍ଦ ରହିବ। ଜୁନ୍‌ ୧୫ରେ ରଜ ସଂଙ୍କ୍ରାନ୍ତି ଏବଂ ଜୁନ ୧୭ରେ ଇଲ-ଉଲ-ଅଧା ଭଳି ଅନ୍ୟ ଛୁଟି ରହିଛି। କିଛି ରାଜ୍ୟ ଛାଡ଼ିଦେଲେ ଦେଶର ପ୍ରାୟ ସମସ୍ତ ବ୍ୟାଙ୍କରେ ଏହା ଲାଗୁ ହେବ।

-ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ: ଜୁନ ପହିଲାରୁ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ନିୟମ ବଦଳିବାକୁ ଯାଉଛି। ତଦନୁଯାୟୀ, ଜୁନ ୨୦୨୪ରୁ କିଛି କ୍ରେଡିଟ୍‌ କାର୍ଡ ପାଇଁ ସରକାରଙ୍କ ସମ୍ବନ୍ଧିୟ ଟ୍ରାନ୍ଜାକ୍ସନରେ ରିଓ୍ବାର୍ଡ ପଏଣ୍ଟ ଲାଗୁ ହେବ ନାହିଁ। ଏଥିରେ ଷ୍ଟେଟ୍‌ ବ୍ୟାଙ୍କର ଆରମ୍‌, ଏସବିଆଇ କାର୍ଡ ଏଲିଟ୍‌, ଏସ୍‌ବିଆଇ କାର୍ଡ ଏଲିଟ୍‌ ଆଡଭାଣ୍ଟେଜ୍‌ , ଏସ୍‌ବିଆଇ କାର୍ଡ ପ୍ଲସ, ସିମ୍ପଲିକ୍ଲିକ ଏସ୍‌ବିଆଇ କାର୍ଡ, ଏସ୍‌ବିଆଇ ଆଡଭାଣ୍ଟେଜ୍‌ ଏସ୍‌ବିଆଇ କାର୍ଡ ଏବଂ ଏସ୍‌ବିଆଇ କାର୍ଡ ପ୍ରାଇମ୍‌ ସମେତ ଅନ୍ୟ କାର୍ଡ ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri