ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା

ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ବିରଜାକ୍ଷେତ୍ର ପ୍ରସ୍ତାବିତ ନୂତନ ରେଳଲାଇନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ ମଧ୍ୟ ଉପେକ୍ଷିତ ହୋଇଛି। ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବିକୁ ମଧ୍ୟ ଅଗ୍ରାହ୍ୟ କରି ଦିଆଯାଇଛି। ଯାଜପୁର-କେଉଁଝରରୋଡ ଷ୍ଟେଶନର ପଶ୍ଚିମ ପଟ ସାଇମନ୍ଦିର ନିକଟରେ ଗତ ବଜେଟରେ ଘୋଷିତ ଓଭରବ୍ରିଜ ନିର୍ମାଣ କାମ ଏ ଯାଏ ଆରମ୍ଭ ହୋଇନାହିଁ। ଆଧୁନିକୀକରଣ ତାଲିକାରେ ଗୋଟିଏ ହେଲେ ଷ୍ଟେଶନ ସ୍ଥାନ ପାଇନାହିଁ। ଏହାସହ ଯାଜପୁରରୋଡ ଷ୍ଟେଶନର ମଝିରେ ଥିବା ମାଲଗୋଦାମ ସ୍ଥାନାନ୍ତରଣ ପ୍ରସ୍ତାବକୁ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ। ରେଳ ଭିତ୍ତିଭୂମିର ବିକାଶ ପ୍ରତି ଅବହେଳା କରାଯାଇଥିବାରୁ ଏହି ବଜେଟକୁ ନେଇ ନିରାଶା ପ୍ରକାଶ ପାଇଛି । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଲୋକପ୍ରତିନିଧିଙ୍କ ସ୍ବର ଶାଣିତ ହୋଇପାରୁ ନ ଥିବାରୁ ରେଳ ବଜେଟରେ ଯାଜପୁରକୁ ଏଭଳି ଅବହେଳା କରାଯାଇଥିବା ମତପ୍ରକାଶ ପାଇଛି।
ଗତ ପ୍ରାୟ ୧୦ ବର୍ଷ ହେଲା ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଦସ୍ତଖତ ସଂଗ୍ରହ ଅଭିଯାନ, ଆନ୍ଦୋଳନ ଜରିଆରେ ଯାଜପୁରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାର ଦାବି ଜୋର ଧରିଥିଲା। ହେଲେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏଥର ବି ନୀରବ ରହିଛି। ଏପରି କି ରେଳ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ଥିବା ସଦସ୍ୟମାନେ ମଧ୍ୟ ଏହି ଦାବିକୁ ଜୋରଦେଇ ପାରିନାହାନ୍ତି। ଗତ ଅକ୍ଟୋବରରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଯଥାକ୍ରମେ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଭଦ୍ରକ-ଚାନ୍ଦବାଲି-ଆଖଣ୍ଡଳମଣି-ଯାଜପୁରକୁ ନୂତନ ରେଳପଥ ସଂଯୋଗ କରିବାକୁ ଦାବି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦାବି ଉପରେ ଅଧିକ ଅନୁସରଣ କରାଯାଇ ନ ଥିବାରୁ ଚଳିତ ବଜେଟରେ ଜିଲାବାସୀଙ୍କ ଆଶା ମଉଳି ଯାଇଛି।
ଏ ସଂକ୍ରାନ୍ତରେ ଆଇନଜୀବୀ ସତ୍ୟପ୍ରକାଶ ବେହୁରିଆ କୁହନ୍ତି, ରେଳ ବଜେଟରେ ବିରଜାକ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଦାବିକୁ ଅଣଦେଖା କରାଯାଇଛି। ଏହି ନୂତନ ରେଳପଥ ସଂଯୋଗ ହେଲେ ବର୍ଷକୁ ପ୍ରାୟ ୩୧୫ କୋଟି ଲାଭାଂଶ ମିଳିବ ବୋଲି ଗତ ସର୍ଭେରେ ଦର୍ଶାଯାଇଛି। ତଥାପି ରେଳ ବିଭାଗର ବୈମାତୃକ ମନୋଭାବ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଉସୁକାଉଛି। ଏହାସହ ବିରଜାକ୍ଷେତ୍ରକୁ ନୂତନ ରେଳପଥ ସଂଯୋଗକୁ ନେଇ ଲୋକପ୍ରତିନିଧିଙ୍କ ସ୍ବର ଶାଣିତ ହୋଇପାରୁନି। ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ କହିଛନ୍ତି, ଯାଜପୁରରୋଡ ରେଳ ଷ୍ଟେଶନ ହେଉଛି ଯାଜପୁର ଜିଲାର ପ୍ରାଣକେନ୍ଦ୍ର। ଏହା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ମୁଖ୍ୟମନ୍ତ୍ରୀ ରାଉରକେଲା ଓ ଯାଜପୁରରୋଡ ରେଳ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାକୁ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। କିନ୍ତୁ ବଜେଟରେ ଏହାକୁ ବିଚାରକୁ ନିଆଯାଇ ନାହିଁ। ଏଠାରେ ସମସ୍ତ ପ୍ରକାର ଡିଭିଜନ ମାନ୍ୟତା ପାଇଁ ସୁସ୍ଥ ଭିତ୍ତିଭୂମି ରହିଛି। ଜିଲାବାସୀଙ୍କ ପ୍ରମୁଖ ଦାବି ହେଉଛି ଯାଜପୁରରୋଡ ଷ୍ଟେଶନକୁ ଡିଭିଜନାଲ ମାନ୍ୟତା ମିଳିବା । କିନ୍ତୁ ରେଳ ବିଭାଗ ଏଥିପ୍ରତି ଅବହେଳା କରୁଛି।
ଆଇନଜୀବୀ(ଟ୍ୟାକ୍ସ) ବିବେକାନନ୍ଦ ମହାନ୍ତି କୁହନ୍ତି, ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାଜପୁରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିବାକୁ ଦାବି ହୋଇ ଆସୁଛି। କିନ୍ତୁ ଏହାକୁ ଅଣଦେଖା କରାଯାଉଛି। ଯାଜପୁରରୋଡ ଷ୍ଟେଶନରୁ ମଧ୍ୟ କୌଣସି ନୂତନ ରେଳ ଚଳାଚଳ ପାଇଁ ବଜେଟରେ ସ୍ଥାନ ନାହିଁ। ଏହି କ୍ରମରେ ଚଳିତ ରେଳ ବଜେଟ ନୈରାଶ୍ୟଜନକ ହୋଇଛି। ଯାଜପୁର-ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ କୁହନ୍ତି, ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା ନାହିଁ । ଯାଜପୁର ଓ ଭଦ୍ରକ ଜିଲାବାସୀଙ୍କୁ ଏହା ନିରାଶ କରିଛି । ସମ୍ପ୍ରତି ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳପଥ ରହିଛି । ଆଦାନୀ କମ୍ପାନୀ ହେଉଛି ଏହାର ମାଲିକ । ଧାମରା ବନ୍ଦରରୁ ଓ ଅନ୍ୟ ସ୍ଥାନରୁ ବନ୍ଦର ପର୍ଯ୍ୟନ୍ତ ମାଲ ପରିବହନ କ୍ଷେତ୍ରରେ ଆଦାନୀ କମ୍ପାନୀର ଏକଚାଟିଆ ମାଲିକାନା ରହିଛି। ଅନ୍ୟ ଏକ ରେଳପଥ ନିର୍ମାଣ କରି ସରକାର ଆଦାନୀଙ୍କ ବ୍ୟବସାୟକୁ ସଙ୍କୁଚିତ କରିବାକୁ ଚାହୁଁ ନାହାନ୍ତି। ଦୁଇଟି ଜିଲାର ୩୦ ଲକ୍ଷ ଲୋକଙ୍କ ଅପେକ୍ଷା ଗୋଟିଏ କମ୍ପାନୀର ସ୍ବାଥର୍ର୍ ସରକାରଙ୍କ ପାଇଁ ବଡ ହୋଇଛି। ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ମିଳିଛି ଓ ଶେଷରେ ସବୁ ପ୍ରତାରଣାରେ ପରିଣତ ହୋଇଛି। ଜିଲାରେ ଦଳମତ ନିର୍ବିଶେଷରେ ଯଦି ଏକ ଜନ ଆନ୍ଦୋଳନ ଗଢିପାରିବା, ତାହା ହିଁ କେବଳ ଦାବି ହାସଲ ପାଇଁ ସମ୍ଭାବନା ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର

ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ...

ବଡ଼ଚଣା ବ୍ଲକ ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଚଣ୍ଡିଖୋଲ,୧୪।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଏହା ପ୍ରଥମ ପଜିଟିଭ ବୋଲି ସ୍ବାସ୍ଥ୍ୟ ଓ...

୩ ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅ

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ତଥା ନିଲମ୍ବିତ ରାଜ୍ୟ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ...

କଟକ ରେଳ ଷ୍ଟେଶନ ଖାଁ ଖାଁ

କଟକ ଅଫିସ,୨୨।୩: ଜନତା କର୍ଫ୍ୟୁର ପ୍ରଭାବ ରବିବାର କଟକ ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ବାତିଲ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଣୁ...

ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନୋଟିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ବୁଧବାର ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେସି ଶତପଥୀଙ୍କୁ ନୋଟିସ ଜାରି କରାଯାଇଛି। ୨୦୧୮-୧୯, ୨୦୧୯-୨୦...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ରାଜ୍ୟରେ ଚିହ୍ନଟ ହେଲେ ୨୯୬ କରୋନା ପଜିଟିଭ୍‌

ଭୁବନେଶ୍ବର,୨୪।୮(ବ୍ୟୁରୋ): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୯୬ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ...

Advertisement
Archives

Model This Week