ନୂତନ ନନ୍ଦିଗ୍ରାମ

ପଶ୍ଚିମବଙ୍ଗର ନନ୍ଦିଗ୍ରାମ କହିଲେ ଅନେକ ଇତିହାସ ମନେପଡ଼େ। ଟାଟାର ନାନୋ ଗାଡ଼ି ସଙ୍ଗୁରରେ ହେବ ବୋଲି ବାମପନ୍ଥୀ ସରକାର ନିଷ୍ପତ୍ତି ନେବାବେଳକୁ ଠିକ୍‌ ସେହି ସମୟରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ସୃଷ୍ଟି କରାଯିବ ବୋଲି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ନିଷ୍ପତ୍ତି ନେଇଥିଲେ। ନନ୍ଦିଗ୍ରାମରେ ପୋଲିସ ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ମଧ୍ୟ ପାଖାପାଖି ସେହି ସମୟରେ କଳିଙ୍ଗନଗରରେ ଟାଟା କମ୍ପାନୀ ସପକ୍ଷରେ ଯାଇ ପୋଲିସ ୧୩ ଆଦିବାସୀଙ୍କୁ ହତ୍ୟା କରିଥିଲା। ଭାରତର କର୍ପୋରେଟ୍‌ ଜଗତର ସମ୍ଭବତଃ ଏହା ଥିଲା ପ୍ରଥମ ଆଖିଦୃଶିଆ ଆକ୍ରମଣ। ସେହି ଆକ୍ରମଣକୁ ବିରୋଧ କରିବାକୁ ଓଡ଼ିଶାରେ କେହି ବାହାରି ନ ଥିବାବେଳ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତତ୍‌କାଳୀନ ବାମପନ୍ଥୀ ସରକାର ବିରୋଧରେ ଆନ୍ଦୋଳନ ବଢ଼ାଇଥିଲେ। ଏହି ଆନ୍ଦୋଳନ ଶୀର୍ଷରେ ପହଞ୍ଚିବାବେଳକୁ ପଶ୍ଚିମବଙ୍ଗରେ ନିର୍ବାଚନ ହେଲା। ୩୪ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ବାମପନ୍ଥୀଙ୍କ ପତନ ଘଟି ତୃଣମୂଳ କଂଗ୍ରେସ ୨୦୧୧ରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ସରକାର ଗଠନ କଲା। ଏବେ ମମତାଙ୍କ ଶାସନର ୧୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି ଓ ପୁନର୍ବାର ନନ୍ଦିଗ୍ରାମ ଆଲୋଚନାକୁ ଆସିଛି।
ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନରେ ପଶ୍ଚିମବଙ୍ଗ ଅନ୍ୟତମ। କେବଳ ଏହି ରାଜ୍ୟରେ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ଏପ୍ରିଲ ପହିଲାରେ ହେବାକୁ ଥିତ୍ବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ ପ୍ରଚାର ୩୦ ମାର୍ଚ୍ଚରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ଏବଂ ଟିଏମ୍‌ସି ଛାଡ଼ି ଭାଜପାରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଥିବା କୁହାଯାଉଛି। ଭାଜପା ତରଫରୁ ପ୍ରଚାର କରାଯାଉଛି ଯେ, ବଙ୍ଗାଲ କି ବେଟି ମମତା ଓ ଭୂମିପୁତ୍ର ଶୁଭେନ୍ଦୁ। ଏହାର ଅର୍ଥ ହେଲା ଅତି ଚତୁରତାର ସହ ମମତାଙ୍କୁ ସମ୍ମାନ ଦେଇ ସମଗ୍ର ବଙ୍ଗାଳୀ ଜାତିର ‘କନ୍ୟା’ର ଆଖ୍ୟା ଦେଲାବେଳେ ନିଜର ସନ୍ତାନ କିମ୍ବା ଭୂୂମିପୁତ୍ରର ଆଖ୍ୟା ଦେଇ ଶୁଭେନ୍ଦୁଙ୍କୁ ଆଗୁଆ ରଖିବାର ଚେଷ୍ଟା କରାଯାଉଛି। କେବଳ ଅସୁବିଧାଟି ହେଲା ଯେ, ବଙ୍ଗଳୀ ଭାଷାରେ କନ୍ୟାକୁ କେହି ‘ବେଟି’ କହନ୍ତି ନାହିଁ। ସେଠାକାର ଶବ୍ଦ ହେଉଛି ‘ମେ’। କିନ୍ତୁ ଭାଜପାରେ ଅଧିକାଂଶ ନେତା ହିନ୍ଦୀ ଭାଷାଭାଷୀ ଥିବା ହେତୁ ସ୍ଲୋଗାନ ଲେଖୁଥିବା ଲୋକ ମଧ୍ୟ ବଙ୍ଗାଳୀ ବେଟି ବୋଲିି ଉଲ୍ଲେଖ କରିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଥିଲେ ତୃଣମୂଳ କଂଗ୍ରେସର ଟାଣୁଆ ନେତା। ଡିସେମ୍ବର ୨୦୨୦ରେ ଅମିତ ଶାହାଙ୍କ ଦ୍ୱାରା ଆୟୋଜିତ ସଭାରେ ଶୁଭେନ୍ଦୁ ଭାଜପାରେ ଯୋଗ ଦେଇ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ଘୋଷଣା କରିଥିଲେ। ମମତା ଏଠାରୁ ଲଢ଼ିଲେ ତାଙ୍କୁ ୫୦,୦୦୦ ଭୋଟରେ ହରାଇବେ ବୋଲି ଶୁଭେନ୍ଦୁ ଉକ୍ତ ସଭାରେ ଦୃଢ଼ତା ପ୍ରକାଶ କରିଥିତ୍ଲେ। ଅଧିକାରୀଙ୍କ ଆହ୍ବାନକୁ ଗ୍ରହଣ କରି ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ଲାଗି ଘୋଷଣା କଲେ ।
ଶୁଭେନ୍ଦୁଙ୍କ ପରିବାରର ରାଜନୈତିକ ଗଡ଼ କୁହାଯାଉଥିତ୍ବା ନନ୍ଦିଗ୍ରାମରୁ ୨୦୧୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୬୭% ଭୋଟ ପାଇ ବିଜୟୀ ହୋଇଥିଲେ। ଅର୍ଥାତ୍‌ ଶୁଭେନ୍ଦୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଅବଦୁଲ କାଦିର ଶେଖଙ୍କ ଠାରୁ ୮୧,୨୩୦ ଭୋଟ ବ୍ୟବଧାନରେ ଜିଣିଥିଲେ।
ନନ୍ଦିଗ୍ରାମ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଏଡ଼ାଇ ହେବ ନାହିଁ। କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ପ୍ରତାରଣା କରି ଭାଜପାରେ ଯୋଗ ଦେଇଥିବା କେତେକ ବିଧାୟକ, ମନ୍ତ୍ରୀ ଏବଂ ନେତାଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ଥିଲେ ସବୁଠାରୁ ଆଗୁଆ। ଏକ ସମୟରେ ଶୁଭେନ୍ଦୁଙ୍କୁ ତୃଣମୂଳ କଂଗ୍ରେସ ଭିତରେ ମମତାଙ୍କର ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମମତାଙ୍କ ପୁତୁରା ଦଳରେ ଆଧିପତ୍ୟ ଜାହିର କଲେ ସେତେବେଳେ ଶୁଭେନ୍ଦୁଙ୍କ ଗୁରୁତ୍ୱ ହ୍ରାସ ପାଇଲା। ନିଜର ଭବିିଷ୍ୟତ ଦେଖି ନ ପାରି ଶୁଭେନ୍ଦୁ ଦଳବଦଳ କରିଥିଲେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି। ସେଭଳି ବିଶ୍ୱାସଘାତକଙ୍କୁ ଉଚିତ ଶିକ୍ଷା ଦେବା ଲାଗି ମମତାଙ୍କର ନିଷ୍ପତ୍ତି ନନ୍ଦିଗ୍ରାମକୁ କରିଦେଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଟ ରଣକ୍ଷେତ୍ର। ପ୍ରଚାରର ଶେଷ ଦିନରେ ଅନୁଷ୍ଠିତ ସମାବେଶରେ ଉଦ୍‌ବୋଧନ ଦେଇ ମମତା ଘୋଷଣା କରିଛନ୍ତି ଯେ, ତାଙ୍କର ନନ୍ଦିଗ୍ରାମରେ ପ୍ରବେଶ କରିବା ଅର୍ଥ ହେଲା ସେଠାରେ ମମତା ରହିବେ। ସିଙ୍ଗୁରଠାରୁ ନନ୍ଦିଗ୍ରାମକୁ ଅଧିକ ଗୁରୁତ୍ୱ ଦେବେ ଏବଂ ସେଠାକାର ମହିଳାଙ୍କୁ ସମ୍ମାନ ଜଣାଇବା ସହିତ ବାମପନ୍ଥୀ ଭୋଟରଙ୍କୁ ଭାଜପାକୁ ଭୋଟ ନ ଦେବା ପାଇଁ ଅନୁରୋଧ କରିଛନ୍ତି।
ରାଜନୀତି ଓ ନିର୍ବାଚନ ବ୍ୟତୀତ ନନ୍ଦିଗ୍ରାମର ଏକ କୌତୂହଳ ଦିଗ ମଧ୍ୟ ସୃଷ୍ଟି ହେଲାଣି। ଆଜି ପର୍ଯ୍ୟନ୍ତ ନିଜକୁ ଧର୍ମନିରପେକ୍ଷ କହି ଆସୁଥିବା ମମତା ବାନାର୍ଜୀ ଏବେ ଏକ ବ୍ରାହ୍ମଣ ପରିବାରର କନ୍ୟା ବୋଲି କହି ନନ୍ଦିଗ୍ରାମର ଅନେକ ଛୋଟବଡ଼ ମନ୍ଦିର ଦର୍ଶନ କରୁଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ବ୍ରାହ୍ମଣ ହୋଇଥିବାରୁ ମମତାଙ୍କୁ ନିଜର ହିନ୍ଦୁପଣିଆ ଦର୍ଶାଇବାକୁ ପଡ଼ୁଛି। କେବଳ ସେତିକି ନୁହେଁ, ଭାଜପାର ଆକ୍ରମଣରେ ମମତାଙ୍କ ଭଳି ଟାଣୁଆ ନେତାଙ୍କୁ ମଧ୍ୟ ନିଜର ଉଚ୍ଚଜାତି ପରିଚୟ ଦେବାକୁ ବାଧ୍ୟ କରୁଛି। ଏହା ହେଉଛି ଆଧୁନିକ ଭାରତୀୟ ରାଜନୀତିରେ ମୋଡ଼। ଯେତେବେଳେ ସମଗ୍ର ପୃଥିବୀ ବୈଜ୍ଞାନିକ ଏବଂ ଅର୍ଥନୈତିକ ଚିନ୍ତାଧାରାରେ ଆଧୁନିକ ହେବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ଭାରତୀୟଙ୍କ ଦୃଷ୍ଟିକୁ ଜୋର ଜବରଦସ୍ତ ପୁରାତନ ଚିନ୍ତା ଆଡ଼କୁ ମୋଡ଼ି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri