ଗଡ଼ିବ ନୂଆ ମେମୁ ଟ୍ରେନ୍‌

ଭୁବନେଶ୍ୱର,୨୪।୩: ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୋଳ ମଧ୍ୟରେ ମେମୁ ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ସେହିଭଳି ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ୍‌ ସେବା କିରାଣ୍ଡୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଚଳିତ ମାସ ୩୦ରୁ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଏବଂ ଏପ୍ରିଲ ମାସ ୫ଠାରୁ ପୁରୀ-ଅନୁଗୋଳ ମେମୁ ଟ୍ରେନ୍‌ ଗଡିବ। ପୁରୀ-ହାଟିଆ ସ୍ପେଶାଲ ପୁରୀରୁ ଏପ୍ରିଲ ପହିଲାଠାରୁ ଏବଂ ହାଟିଆ-ପୁରୀ ସ୍ପେଶିଆଲ ହାଟିଆରୁ ୨ ଏପ୍ରିଲଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ୩ ଏପ୍ରିଲ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀ-ପାରାଦୀପ-ପୁରୀ ସ୍ପେଶାଲ ୭ ଏପ୍ରିଲଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟଣା-ଜଗଦଲପୁର-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌କୁ ଏପ୍ରିଲ ପହିଲାରୁ କିରାଣ୍ଡୁଲକୁ ସମ୍ପ୍ରସାରଣ କରାଯିବ। ବିଶାଖାପାଟଣା-ଜଗଦଲପୁର ସ୍ପେଶାଲ ବିଶାଖାପାଟଣାରୁ ଏପ୍ରିଲ ପହିଲାଠାରୁ ସକାଳ ୬ଟା ୪୫ରେ ଛାଡ଼ି ଜଗଦଳପୁରଠାରେ ରାତ୍ର ୮ଟା ୪୫ରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ…

ଆସୁଛି ସବୁଠାରୁ ବଡ଼ ସଙ୍କଟ! ନୂଆ ଭବିଷ୍ୟବାଣୀକୁ ନେଇ ଥରହର ବିଶ୍ୱ

ବ୍ରାସିଲିଆ,୩।୮: ନିଜକୁ “ଜୀବନ୍ତ ନୋଷ୍ଟ୍ରାଡାମସ” କହୁଥିବା ୩୯ ବର୍ଷୀୟ ବ୍ରାଜିଲର ପାରାଲୋଜିଷ୍ଟ ଆଥୋସ ସାଲୋମ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୬ ପାଇଁ…

ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri