Posted inଜାତୀୟ

ଶିକ୍ଷକଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌, ଏବେ ଦେବାକୁ ପଡିବ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ,୧୯।୬: ଶିକ୍ଷକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍‌ ଲାଇନ। ଏବେ ଦେବାକୁ ପଡ଼ିବ ନିଜର ଗୋଟି ଗୋଟି ସମ୍ପତ୍ତିର ତାଲିକା। ଏନେଇ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି। ମାଧ୍ୟମିକ ଶିକ୍ଷକଙ୍କୁ ଏବେ ପଦୋନ୍ନତି ସେତେବେଳେ ମିଳିବ ଯେତେବେଳେ ସେ ନିଜ ସମ୍ପତ୍ତିର ସମସ୍ତ ବିବରଣୀ ସାର୍ବଜନୀନ କରିବେ। ସେମାନେ ତାଙ୍କର ଚଳ ଓ ଅଚଳ ସମ୍ପତ୍ତିର ସମସ୍ତ ବିବରଣୀ ସରକାରଙ୍କ ଦ୍ୱାରା ଏକ ପୋର୍ଟଲରେ ସାର୍ବଜନୀନ କରିବାକୁ ପଡିବ। ଜୁନ ୩୦ ସୁଦ୍ଧା ନିଜର ତାଲିକା ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ବିଭାଗ।

ସମ୍ପତ୍ତି ସାର୍ବଜନୀନ ନ କରିଥିବା ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିଜ ସମ୍ପତ୍ତି ଘୋଷଣା ନ କରନ୍ତି ତେବେ ତାଙ୍କ ବିଷୟରେ କମିଟିରେ ଆଲୋଚନା ହେବା ସହ ତାଙ୍କ ପଦୋନ୍ନତିକୁ ରଦ୍ଦ କରାଯିବ। ଉତ୍ତର ପ୍ରଦେଶର ମାଧ୍ୟମିକ ଶିକ୍ଷା ପରିଷଦ ଏହି ସୂଚନା ଜାରି କରିଛି। ସମସ୍ତ ଶିକ୍ଷକଙ୍କୁ ଜୁନ ୩୦ ସୁଦ୍ଧା ସମ୍ପତ୍ତିର ସମସ୍ତ ବିବରଣୀ ମାନବ ସମ୍ପଦ ପୋଟାର୍ଲରେ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର

ନୂଆଦିଲ୍ଲୀ, ୨୪।୭:ଅନେକ ଦିନ ଧରି ବନ୍ଦ ରହିଥିବା ଶମ୍ଭୁ ବର୍ଡର ଖୋଲିବ ନା ନାହିଁ ସେନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ବଜେଟକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେଇଛନ୍ତି। ବୁଧବାର ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ...

ବଜେଟ୍ ପରେ କାହିଁକି ରାଗିଛନ୍ତି ମଧ୍ୟବିତ୍ତ ପରିବାର ?

ନୂଆଦିଲ୍ଲୀ,୨୪ା୭: ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ସାଧାରଣ ଲୋକଙ୍କୁ ବୁଝିବାକୁ କିଛି ସମୟ ଲାଗିଥିବ। ତେବେ ଏହା ସତ ଅଟେ...

ଶାହାଙ୍କଠାରେ ଏମିତି ଦାବି କଲେ ଅଜିତ ପାଓ୍ବାର: ଭାଜପାର ବଢିଗଲା ଟେନସନ୍‌

ପୁଣେ,୨୪।୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏହି କ୍ରମରେ ବୁଧବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ରାଷ୍ଟ୍ରୀୟ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ବଢିପାରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ଏହି ମାମଲାରେ କୋର୍ଟରେ ହେବେ ହାଜର

ଲକ୍ଷ୍ନୌ,୨୪।୭: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନର ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସୁଲତାନପୁରର ଏମ୍‌ପି /...

ଚାଇନା ବୈଜ୍ଞାନିକଙ୍କୁ ଜହ୍ନ ମାଟିରୁ ମିଳିଲା ପାଣି, ‘ଚନ୍ଦ୍ରଯାନ-୧’ କରିଥିବା ଦାବି ହେଲା ସତ…

ନୂଆଦିଲ୍ଲୀ,୨୪।୭: ପୃଥିବୀ ପରେ ମଣିଷ ମହାକାଶରେ ଜଳ ସନ୍ଧାନ କରୁଛି। ମଣିଷର ଏହି ଆବିଷ୍କାର ଚନ୍ଦ୍ରରେ ପହଞ୍ଚିଛି,ଯେଉଁଥିଲାଗି ଅନେକ ମିଶନ ପଠାଯାଉଛି। ଭାରତ, ଆମେରିକା ଏବଂ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri