ସମ୍ପୂର୍ଣ୍ଣ ଉଠିଲାନି, ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌; ଜାଣନ୍ତୁ ହେଲା କି ପରିବର୍ତ୍ତନ..

ଭୁବନେଶ୍ୱର,୧୬।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍‌ କଟକଣାକୁ ଆଂଶିକ କୋହଳ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ୫% ତଳକୁ ଆସିଛି। ଏଣୁ ଗୁରୁବାର ସକାଳ ୫ଟା ପରଠାରୁ ଲକ୍‌ଡାଉନ୍‌ ଆଂଶିକ ଲାଗୁ ରହିବ। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଆଂଶିକ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସଚିବ କହିଛନ୍ତି, ଓଡ଼ିଶାର ଜିଲାକୁ ରାଜ୍ୟ ସରକାର ୨ଟି ଭାଗରେ ବିଭକ୍ତ କରିଛନ୍ତି। ୫% କମ୍‌ ସଂକ୍ରମଣ ଥିବା ପଶ୍ଚିମ, ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକୁ କାଟାଗୋରୀ ଏରେ ରଖାଯାଇଛି। ଏସବୁ ଜିଲାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏ ଦୋକାନ ଖୋଲାଯାଇପାରିବ। ହେଲେ ମଲ୍‌, ଜିମ୍‌, ସେଲୁନ୍‌, ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠାଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ସେହିଭଳି ଅବିଭକ୍ତ କଟକ, ପୁରୀ, ବାଲେଶ୍ୱର ଆଦି ଜିଲା କାଟାଗୋରୀ ବି’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଜିଲାରେ ସକାଳ ୬ରୁ ଦିନ ୧ଟା ଯାଏ ଦୋକାନ ଖୋଲା ରହିବ। ଏସବୁ ଜିଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି ଦୋକାନ, ସ୍ବାସ୍ଥ୍ୟସେବା ସମ୍ପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଆଦି ଖୋଲା ରହିବ। ଏଥିସହ ଦୁଗ୍ଧ ଚାଷୀଙ୍କ ହିତ ଲାଗି ସାରା ରାଜ୍ୟରେ ମିଠା ଦୋକାନ ମଧ୍ୟ ଖୋଲିପାରିବ। ସକାଳ ୬ଟା ୯ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ଓ୍ବାକ୍‌ ପାଇଁ ଅନୁମତି ରହିବ। ମର୍ଣ୍ଣିଂ ଓ୍ବାକ, ଜଗିଂ, ସାଇକେଲିଂ କରିପାରିବେ, ପାର୍କ ବନ୍ଦ ରହିବେ। ହେଲେ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବଭଳି ବଳବତ୍ତର ରହିବ। ବିବାହ, ବ୍ରତଘର ପାଇଁ ଥିବା କଟକଣା ପୂର୍ବଭଳି ରହିବ। ସିନେମାହଲ, ସେଲୁନ ଏବଂ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୧୪ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୨,୭୦୮କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ସର୍ବାଧିକ ୩୦ଜଣ ରହିଥିବା ବେଳେ ଖୋର୍ଦ୍ଧାର ୨୩, ଗଞ୍ଜାମର ୧୭,...

୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା...

ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ...

ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ

ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି : ‘ଖଣି ଦୁର୍ନୀତି କରିଥିବା କମ୍ପାନୀକୁ ନିଲାମରେ ସାମିଲ କରନି’

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟ ସରକାର ୩୧ଟି ଖଣିର ନିଲାମ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀଗୁଡିକ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଖଣି ନିଲାମରୁ ବାଦ୍‌...

ପାଟକୁରା ନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ଦଖଲ କରିବା ଲାଗି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ଲଢେଇ ଜୋର୍‌ଦାର ହେବାରେ ଲାଗିଛି। ଆସନ୍ତା ୨୦ରେ ଏହି...

ରାଜ୍ୟରୁ ପୁଣି ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୬ ଜଣଙ୍କ ଜୀବନ ନେଇଛି।...

ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଆୟୋଜିତ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ (ଭାରତ ଅଞ୍ଚଳ) ସମ୍ମିଳନୀରେ ଯୋଗଦେଇଛନ୍ତି ା ଲକ୍ଷ୍ନୌ...

Advertisement
Archives

Model This Week