ଜାନୁୟାରୀ ୨ରୁ ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ୱର,୩୧ା୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂତନ ବର୍ଷର ପରିପ୍ରେକ୍ଷୀରେ ମେଗା ଓଡ଼ିଆ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ଜୀ ସାର୍ଥକର ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ପ୍ରସାରଣ ସୋମବାରରୁ ଶନିବାର ରାତି ୮ଟା ୩୦ରେ ହେବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ବିଶେଷକରି ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏପରି ଏକ ଚରିତ୍ର ଯେ ସେ ଯୁଆଡ଼େ ଯାଏ କିଛି ନା କିଛି ବିଗାଡ଼ିଦିଏ। ଏପରିକି ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର ହୋଇଥାଏ। ଉକ୍ତ କାହାଣୀର ଏହି ଦୁଇ ଭିନ୍ନ ଚରିତ୍ର କିପରି ଆଗକୁ ବଢୁଛନ୍ତି, କାରଣ ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି ଭାବେ କାର୍ଯ୍ୟ କରିଥାଏ। ଏମାନଙ୍କ ଯୋଡ଼ି ବନିବ ତ, ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡ଼ି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ବୋଲି କୁହାଯାଉଛି। ସେହିଭଳି ମାନିନୀ କ’ଣ ଏତେ କମ୍‌ ବୟସର ଶାଶୁ ହୋଇ ୩ବୋହୂଙ୍କୁ ନେଇ ପରିବାର ସମ୍ଭାଳିବ ପାରିବ। ଏଭଳି କିଛି ବିଷୟକୁ ନେଇ ‘ତୁ ଖରା ମୁଁ ଛାଇ’ର କାହାଣୀ ଗତିଶୀଳ ହେଉଛି। ସେହିପରି ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଉକ୍ତ ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଧାରାବାହିକର ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକସ ବୃଦ୍ଧି ପ୍ରସଙ୍ଗରେ ୩ ଅଧିକାରୀଙ୍କୁ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ...

ଆମାଜନ ଲୋକାଲ ସପ୍ସରେ ୫୦ ହଜାର ଷ୍ଟୋର

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଆରମ୍ଭ ହୋଇଥିବା ଲୋକାଲ ଶପ୍ସ କାର୍ଯ୍ୟକ୍ରମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଅଫଲାଇନ ରିଟେଲ ଷ୍ଟୋର ଯୋଡି ହୋଇଛନ୍ତି।...

ଭାରତକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ...

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୯: ପୂର୍ବତଟ ରେଳପଥର ମୁଖ୍ୟାଳୟ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନଠାରେ ବୁଧବାର ହିନ୍ଦୀ ଦିବସ ସହ ରାଜଭାଷା ପକ୍ଷ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ...

ଆଳୁ, ପିଆଜ ପରେ ଖାଇବା ତେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଳୁ,ପିଆଜ ପରେ ବର୍ତ୍ତମାନ ଖାଇବା ତେଲ ଦର ବର୍ତ୍ତମାନ ମହଙ୍ଗା ହୋଇଛି। ବିଭିନ୍ନ ବର୍ଗର ଖାଇବା ତେଲ ଦର ବଢିଚାଲିଥିବା ବେଳେ ନିକଟ ଭବିଷ୍ୟତରେ...

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିମାନ କଟକଣା

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିବା ସମ୍ପର୍କରେ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ (ଡିଜିସିଏ) ପକ୍ଷରୁ...

ଗ୍ରାହକ ନିରାପତ୍ତାକୁ ଫୋକସ୍‌

  କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ...

ଜି-୨୦ ସମିଟ୍‌: ନୂଆ ବିଶ୍ୱ ସୂଚକାଙ୍କ ପ୍ରସ୍ତାବ ଦେଲେ ମୋଦି

ନୂଆଦିଲ୍ଲୀ, ୨୨।୧୧: ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ଜି୨୦ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଛନ୍ତି। ‘ସମସ୍ତଙ୍କ ପାଇଁ...

Advertisement
Archives

Model This Week