ହରିୟାଣାର ନୂଆ ବିଭାଗ

ହରିୟାଣା ସରକାର ମେ ୧ରେ ଏକ ନୂତନ ବିଭାଗ ‘ଡିପାର୍ଟମେଣ୍ଟ ଅଫ୍‌ ଫିଉଚର’ ଖୋଲିଛନ୍ତି । ବିନା ଘୋଷଣାପତ୍ର, ବିନା ପ୍ରେସ୍‌ କନ୍‌ଫରେନ୍ସରେ ଏପରି କି ଲକ୍ଷ୍ୟ ସମ୍ପର୍କରେ କୌଣସି ବିବୃତି ନ ରଖି ଏକ ନୂତନ ବିଜ୍ଞପ୍ତି ଜାରି କରି ସରକାର ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି। ଏହି ଦୁଇ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଅମନିତି ପି କୁମାର ଏବଂ ଡ. ଆଦିତ୍ୟ ଦାହିଆ। ସେମାନେ ଏହି ଦାୟିତ୍ୱକୁ ଭଲଭାବେ ଚଳାଇପାରିବେ ବୋଲି କୁହାଯାଉଥିଲେ ମଧ୍ୟ ଏହା ଉପରେ କେହି ନିଶ୍ଚିତ ନୁହନ୍ତି। ବିଶେଷକରି ଏହାକୁ ନେଇ ଅମଲାତନ୍ତ୍ରିକ ପରିସରରେ ଯେତିକି ଉତ୍ସୁକତା ପ୍ରକାଶ ପାଇଛି ସେତିକି କୌତୂହଳ ସୃଷ୍ଟି ହୋଇଛି। ଏହା ଏକ ଦୀର୍ଘମିଆଦୀ ଯୋଜନା କିମ୍ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପରିଚାଳିତ ଶାସନ ହୋଇପାରେ ବୋଲି ଅନେକେ ଆଶ୍ଚଯ୍ୟ ପ୍ରକଟ କରୁଛନ୍ତି। ଅନ୍ୟମାନେ ଜଳବାୟୁ ପରିବର୍ତ୍ତନ, ଯୁବ ନୂତନତ୍ୱ କିମ୍ବା ଆନ୍ତଃବିଭାଗୀୟ ସହଯୋଗ ପାଇଁ ଏହି ବିଭାଗ ଉପରେ ଜୋର ଦେଉଛନ୍ତି। ଦେଖିବାକୁ ଗଲେ, ଜଣେ ଅଧିକାରୀ ମଧ୍ୟ ଫସରିଜ ଆଣ୍ଡ୍‌ ଆର୍କାଇଭ୍‌ସକୁ ଚଳାଉଥିବା ବେଳେ ଅନ୍ୟ ଜଣେ ସଂସଦୀୟ ବ୍ୟାପାର ଓ କାର୍ମିକ ବିଭାଗ ସମ୍ଭାଳୁଛନ୍ତି। ତେବେ ଏଭଳି ପଦକ୍ଷେପ ଏକ ଗମ୍ଭୀର ବିଚାର ନା ପ୍ରଶାସନିକ ଲକ୍ଷ୍ୟହୀନ ବିଚାର ତାହା କହିବା କଷ୍ଟକର। ମନେରଖିବାକୁ ହେବ ଯେ, ସରକାରଙ୍କ ଏହି ଭବିଷ୍ୟମୁଖୀ ଶାଖା ସମ୍ପୂର୍ଣ୍ଣ ଭାବେ ବିଦେଶୀ ନୁହେଁ। ୟୁଏଇ ଭଳି ଦେଶଗୁଡ଼ିକ ମିନିଷ୍ଟ୍ରିଜ୍‌ ଅଫ୍‌ ଫ୍ୟୁଚର ଅଛି, ଯାହାର ବଜେଟ, ଏଆଇ ରୋଡମ୍ୟାପ ଓ ଦୃଢ଼ ଯୋଜନାଭିତ୍ତିକ ତଥା ପ୍ରଗତିଶୀଳ ଦୃଷ୍ଟିକୋଣ ରହିଛି । ଏସବୁ କେବଳ ପଦପଦବୀ ସୀମିତ ନୁହନ୍ତି। ବିଭାଗ ଖୋଲି ନାମଦେବା କେବଳ ଏକ ଅମଲାତନ୍ତ୍ରିକ ପରିବର୍ତ୍ତନ। ଡିପାର୍ଟମେଣ୍ଟ ଅଫ୍‌ ଫ୍ୟୁଚର ବିଜ୍‌ନେସ୍‌ କ୍ଷେତ୍ରରେ ଭଲ କାମ କରିବ। ତେବେ ଏହି ବିଭାଗ ଶେଷ ବା ସ୍ଥଗିତ ନ ହେଉ ବୋଲି ଆଶା କରିବା।
ଖେଡ୍‌କରଙ୍କ ମାମଲା
ପୂଜା ଖେଡ୍‌କର ଶେଷରେ ପୁଣି ସାମ୍ନାକୁ ଆସିଛନ୍ତି। ପୁଣେ ପୋଲିସ ସହ ୨୮୨ ଦିନର ଲୁଚକାଳି ଖେଳ ପରେ ନକଲି ଭିନ୍ନକ୍ଷମ ଏବଂ ଓବିସି ପ୍ରମାଣପତ୍ର ଅଭିଯୋଗ ରହିଥିବା ପୂର୍ବତନ ଆଇଏଏସ୍‌ ପ୍ରୋବେଶନର ସାମ୍ନାକୁ ଆସି ତଦନ୍ତର ସମ୍ମୁଖୀନ ହେବା ପାଇଁ ଉପସ୍ଥିତ ହୋଇଛନ୍ତି। ପୂଜାଙ୍କ ମାମଲା ଗତବର୍ଷ ଝଡ଼ ସୃଷ୍ଟି କରିଥିଲା। ଠକାମିର ଅଭିଯୋଗ, ଚାକିରିରୁ ବିଦା ହେବା ପରେ ଯାହା ଘଟିଥିଲା ତାହା ଅସ୍ପଷ୍ଟ ରହିଥିଲା ଏବଂ ଏଯାବତ ସବୁକିଛି ନୀରବ ରହିଛି। ବାସ୍ତବରେ ଏଠାରେ ଅଭିଯୋଗ ବଡ଼ ସମସ୍ୟା ନୁହେଁ, ବରଂ ବିନା ପ୍ରତିକ୍ରିୟାରେ କିଭଳି ତାଙ୍କୁ ଏତେ ସମୟ ଅଦୃଶ୍ୟ ହେବାକୁ ଅନୁମତି ଦିଆଗଲା। ପାଖାପାଖି ୧୦ ମାସ ହେବ ଏହି ହାଇ ପ୍ରୋଫାଇଲ ମାମଲା ଶିଥିଳ ପଡ଼ିଗଲା। ବାସ୍ତବରେ ସେ ଦେଖାଦେଉ ନ ଥିଲେ ନା ତାଙ୍କ ଉପରେ କୌଣସି ଚାପ ନ ଥିଲା। ସେ ସରକାରଙ୍କୁ କିଛି ଜଣାଇ ନ ଥିଲେ। ଜଣେ ନାଗରିକ ଯଦି ଏଭଳି ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା ସହ ତାଙ୍କୁ ଅଟକ ରଖାଯିବା ସହ ତୁରନ୍ତ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରାଯାଇପାରିଥାନ୍ତା। ଏଣୁ ତାଙ୍କୁ କ’ଣ ପାଇଁ ଏଭଳି ଛାଡ଼ କରାଗଲା। ପ୍ରକୃତରେ ଏହା ହେଉଛି ପ୍ରଶ୍ନ । ଏହି ପ୍ରଶ୍ନଗୁଡ଼ିକୁ ଅଣଦେଖା କରିବା ଉଚିତ ନୁହେଁ। ଏ କ୍ଷେତ୍ରରେ ତାଙ୍କୁ ପୂରା ରାଜନୈତିକ ସୁରକ୍ଷା ଦିଆଯାଇଥିଲା କି? ଏହା ଏକ ପ୍ରଶାସନିକ ଉଦାସୀନତା ଥିଲା କି? କିମ୍ବା ଉପେକ୍ଷା ଯୋଗୁ ସେ ଦଣ୍ଡରୁ ରକ୍ଷା ପାଇଛନ୍ତି ବୋଲି ଆମେ ବିଶ୍ୱାସ କରିପାରିବା କି? ଏହା କେବଳ ପୂଜା ଖେଡ୍‌କରଙ୍କ କଥା ନୁହେଁ, ବରଂ ଆମ ବ୍ୟବସ୍ଥା ନିର୍ଦ୍ଦିଷ୍ଟ ଭାବେ ଭୁଲିଯାଏ, ଛାଡ଼ କରିଦିଏ ଏବଂ ବେଳେବେଳେ ଅନୁଚିତ ଆଚରଣକୁ ସୁଯୋଗ ଦିଏ ତାହାକୁ ଏହା ସୂଚିତ କରେ। ଯଦି ଏହି ମାମଲାକୁ ଅସ୍ପଷ୍ଟ ରଖାଯାଏ ତେବେ ତାହା ସିଭିଲ ସର୍ଭିସର ଦୃଢ଼ ବ୍ୟବସ୍ଥାରେ ଥିବା ଲୋକଙ୍କ ବିଶ୍ୱାସକୁ କ୍ଷତି କରିବ, ଯାହାକୁ ଫେରାଇ ଆଣିବା ଅତ୍ୟନ୍ତ କଷ୍ଟକର ହୋଇଯିବ।
ବାବୁଗିରି ରବର ଷ୍ଟାମ୍ପ ନୁହେଁ
ଅମଲାତନ୍ତ୍ର ଯଦି ଏକ ଖେଳ ହୁଏ, ତେବେ ରେଫରି, ଉପସ୍ଥିତ ଦର୍ଶକ ଏବଂ ବେଳେବେଳେ ଟିମ୍‌ ଅଶୋକ ଖେମକାଙ୍କୁ ଖେଳିବାକୁ ନ ଚାହଁିଲେ ମଧ୍ୟ ସେ ପଡ଼ିଆକୁ ଓହ୍ଲାଇ ଆସିଥାନ୍ତି। ତାଙ୍କ କ୍ୟାରିୟର ୩୪ ବର୍ଷ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ୫୭ଟି ବଦଳିକୁ ସାମ୍ନା କରିଥିଲେ ମଧ୍ୟ ସେ ବାବୁସାମ୍ରାଜ୍ୟର ଲଢୁଆ ଖେଳାଳିମାନଙ୍କ ମଧ୍ୟରେ ଅନ୍ୟତମ ଅଧିକାରୀ। ଖେମକା ଥିଲେ ଜଣେ ବ୍ୟକ୍ତି, ଯିଏ କି ବିବେକାନୁମୋଦିତ କାମ କରିବା ସହ ବିଭିନ୍ନ ବ୍ୟବସ୍ଥାଗତ ସମସ୍ୟାକୁ ସାମ୍ନାକୁ ଆଣୁଥିଲେ। ୨୦୧୨ରେ ରବର୍ଟ ଭଦ୍ରାଙ୍କ ଡିଏଲ୍‌ଏଫ୍‌ ଜମି କିଣାବିକା ମାମଲାକୁ ରଦ୍ଦ କରିଥିଲେ, ଯାହା ତାଙ୍କୁ ପ୍ରଶାସନିକ ଇତିହାସରେ ଏକ ସ୍ଥାନ ଦେଇଛି। ସେ ବହୁ ଘଟଣାରେ ପ୍ରଶ୍ନ ଉଠାଇଆସିଛନ୍ତି, ତଦନ୍ତ କରିଛନ୍ତି ଏବଂ ଏହା ପାଇଁ ବଦଳିର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବଦଳିର କାହାଣୀ ଏକ ରୋମାଞ୍ଚକର ଉପନ୍ୟାସ ହୋଇପାରିବ। କିନ୍ତୁ କଠିନ ସ୍ଥିତିରେ ହାରି ନ ଯାଇ ସେ ତାଙ୍କ ଯୋଜନା ଓ ବିଚାରରେ ପରିବର୍ତ୍ତନ କରିନାହାନ୍ତି। ସେ ତାଙ୍କ କଲମ ଓ ନୀତିକୁ ସମାନ ଭାବେ ଉପଯୋଗ କରିଆସିଛନ୍ତି। ଏହା ନିଃସନ୍ଦେହ ଯେ, ତାଙ୍କ ମନୋବଳ ଦୃଢ଼ ଥିଲା। ସେ ଅସୁବିଧାରେ ପଡ଼ିଲେ ବି ଅନ୍ୟମାନଙ୍କୁ ସମସ୍ୟାରେ ପକାଉଥିଲେ। ତଥାପି ତାଙ୍କର ଆବଶ୍ୟକତା ରହିଥିଲା। ଖେମକା ଆମକୁ ସ୍ମରଣ କରାଇ ଦେଇଛନ୍ତି ଯେ, ବାବୁଗିରି ରାଜନୈତିକ ଲକ୍ଷ୍ୟ ପାଇଁ ଏକ ରବର ଷ୍ଟାମ୍ପ ନୁହେଁ। ଏହା ହେଉଛି ଶାସନର ମେରୁଦଣ୍ଡ। ସେ ଏବେ ଅବସରପ୍ରାପ୍ତ ଅଧିକାରୀ ।
ତାଙ୍କ ନୀରବତା ଅନେକ କିଛି କହିବ। ଭବିଷ୍ୟତରେ ଆଉ ଜଣେ ଖେମ୍‌କା ଠିକ କାମ କରି ସେମିତିକା ସ୍ଥିତିକୁ ସାମ୍ନା ନ କରୁନ୍ତୁ ବୋଲି ଆମେ ଆଶା କରିବା।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri