Posted inଜାତୀୟ

ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍‌

ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍‌ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍‌ ଏବଂ ମିଶାଇଲ୍‌ଗୁଡ଼ିକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍‌ ସଫଳତାର ସହ ଖସାଇଦେଇଥିଲା। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଅଞ୍ଚଳଗୁଡ଼ିକର ସମସ୍ତ ଆଲୋକକୁ ବନ୍ଦ କରିଦିଆଯାଇ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ରାଜସ୍ଥାନର ଜୈସାଲମେର୍‌ରେ ସୁରକ୍ଷାଗତ କାରଣରୁ ଜିଲା ପ୍ରଶାସନ ପକ୍ଷରୁ କଠୋର ଗାଇଡ୍‌ଲାଇନ ଜାରି କରାଯାଇ ଶୁକ୍ରବାର ସନ୍ଧ୍ୟାରୁ ଏହାକୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ରବିବାର ସକାଳ ପର୍ଯ୍ୟନ୍ତ ଜୈସାଲମେର୍‌ ସହର ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ ରହିବ। ଏହି ସମୟରେ ଘର, ରାସ୍ତାଘାଟ ସମେତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଆଲୋକ ବନ୍ଦ ରହିବ। ସହରର ସମସ୍ତ ବଜାର ସନ୍ଧ୍ୟାଠାରୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଛି। ସକାଳେ ଜୈସାଲମେରରୁ ବୋମା ସଦୃଶ ସନ୍ଦିଗ୍ଧ ସାମଗ୍ରୀ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜମ୍ମୁ ରିଜିଅନ୍‌ରେ ମଧ୍ୟ ବ୍ଲାକ୍‌ଆଉଟ୍‌ କରାଯିବା ସହ ଯୁଦ୍ଧ ସାଇରନ୍‌ ଜରିଆରେ ଲୋକଙ୍କୁ ସତର୍କ କରାଯାଇଛି। ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରଗୁଡ଼ିକୁ ଅନ୍ଧକାର କରାଯାଇଥାଏ। ଗତ ବୁଧବାର ଦେଶର ୨୪୪ଟି ସିଭିଲ୍‌ ଡିଫେନ୍ସ ଜିଲାରେ ମକ୍‌ ଡ୍ରିଲ୍‌ ବେଳେ ପରୀକ୍ଷାମୂଳକ ଭାବେ ବ୍ଲାକ୍‌ ଆଉଟ୍‌ କରାଯାଇଥିଲା। ଆକାଶମାର୍ଗରୁ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥା ସ୍ବରୂପ ଆଲୋକ କଟକଣା ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ପଦକ୍ଷେପ। ଏହା ଦ୍ୱାରା ରାତି ସମୟରେ ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ଜନସାଧାରଣ ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦିଆଯାଇଥାଏ। ଇତିମଧ୍ୟରେ ଜମ୍ମୁ, ସାମ୍ବା ଓ ପଠାନ୍‌କୋଟରେ ମଧ୍ୟ ସନ୍ଦିଗ୍ଧ ଡ୍ରୋନ୍‌ ଦେଖିବାକୁ ମିଳିଛି। ଲୋକଙ୍କୁ ସତର୍କ ହେବା ପାଇଁ ଶ୍ରୀନଗରର ମସ୍‌ଜିଦଗୁଡ଼ିକରେ ଥିବା ଡାକବାଜି ଯନ୍ତ୍ର ଜରିଆରେ ଘୋଷଣା କରାଯାଇଛି। ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯୁଦ୍ଧ ଆଶଙ୍କା କରି କେତେବେଳେ କ’ଣ ଘଟିବ ତାକୁ ଚାହିଁ ରହିଛନ୍ତି। କିନ୍ତୁ ଭାରତୀୟ ସେନା ପ୍ରତି ରହିଥିବା ଆସ୍ଥା ଯୋଗୁ ଗଁା ଘର ଛାଡ଼ି ଅନ୍ୟତ୍ର ଯାଉନାହାନ୍ତି ବୋଲି ଜଣେ ବ୍ୟକ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

ସୀମା ଟପିଛି ED: ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

ଚେତାବନୀ ଦେଲା ପାଣିପାଗ ବିଭାଗ: ଆଗାମୀ ୬ ଦିନ ଓଡ଼ିଶାର ଏହି ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୫: ଗରମ ଓ ଗୁଳୁଗୁଳି ପାଗରୁ ବଡ଼ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି, କାରଣ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ଓ ଆଗାମୀ...

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ...

୬୦ ବର୍ଷ ବୟସରେ ହଠାତ୍‌ ଦେଖାହେଲେ ପ୍ରଥମ ପ୍ରେମିକା, ସ୍ତ୍ରୀ ପିଲାଙ୍କୁ ଛାଡ଼ି ଚାଲିଆସିଲେ ଓକିଲ, ମାତ୍ର ୨୪ ଘଣ୍ଟା ପରେ…

କୁହାଯାଏ ଯେ, ପ୍ରଥମ ପ୍ରେମ କେବେ ଭୁଲିହୁଏ ନାହିଁ। ଯେତେ ସମୟ ବିତିଗଲେ ମଧ୍ୟ ପ୍ରଥମ ପ୍ରେମ ସବୁବେଳେ ମନେ ରହେ। ବିହାରର ପୂର୍ଣ୍ଣିଆରେ ସମାନ...

ଫୋନରେ କଥା ହେଉଥିବାବେଳେ ଏସବୁ ଶବ୍ଦ ବ୍ୟବହାର କରୁଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

ନୂଆଦିଲ୍ଲୀ,୨୨।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ମାସ ପୂରିଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ, ଦେଶର ସୁରକ୍ଷା ନେଇ ଏଜେନ୍ସିଗୁଡ଼ିକ...

ଚିଲିକାରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ନିକଟ ଚିଲିକା ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri