Posted inଜାତୀୟ

ଆଶଙ୍କାରେ ସୀମାନ୍ତବାସୀ: ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍‌

ନୂଆଦିଲ୍ଲୀ/ଶ୍ରୀନଗର/ଚଣ୍ଡିଗଡ଼,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚତ୍ଥିବାବେଳେ ଗୁରୁବାର ରାତିରେ ଶ୍ରୀନଗରଠାରୁ ଚଣ୍ଡିଗଡ଼ ଏବଂ ଭୁଜ୍‌ ପର୍ଯ୍ୟନ୍ତ ୧୫ ସୀମାନ୍ତ ସହରରେ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ପଶ୍ଚିମ ଏବଂ ଉତ୍ତର ଫ୍ରଣ୍ଟିୟରରେ ଥିବା ଭାରତୀୟ ସେନା ଘାଟିଗୁଡ଼ିକୁ ଟାର୍ଗେଟକରି ପାକିସ୍ତାନ ଛାଡ଼ିଥିବା ଡ୍ରୋନ୍‌ ଏବଂ ମିଶାଇଲ୍‌ଗୁଡ଼ିକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍‌ ସଫଳତାର ସହ ଖସାଇଦେଇଥିଲା। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଅଞ୍ଚଳଗୁଡ଼ିକର ସମସ୍ତ ଆଲୋକକୁ ବନ୍ଦ କରିଦିଆଯାଇ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ରାଜସ୍ଥାନର ଜୈସାଲମେର୍‌ରେ ସୁରକ୍ଷାଗତ କାରଣରୁ ଜିଲା ପ୍ରଶାସନ ପକ୍ଷରୁ କଠୋର ଗାଇଡ୍‌ଲାଇନ ଜାରି କରାଯାଇ ଶୁକ୍ରବାର ସନ୍ଧ୍ୟାରୁ ଏହାକୁ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ରବିବାର ସକାଳ ପର୍ଯ୍ୟନ୍ତ ଜୈସାଲମେର୍‌ ସହର ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ ରହିବ। ଏହି ସମୟରେ ଘର, ରାସ୍ତାଘାଟ ସମେତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଆଲୋକ ବନ୍ଦ ରହିବ। ସହରର ସମସ୍ତ ବଜାର ସନ୍ଧ୍ୟାଠାରୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉଛି। ସକାଳେ ଜୈସାଲମେରରୁ ବୋମା ସଦୃଶ ସନ୍ଦିଗ୍ଧ ସାମଗ୍ରୀ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜମ୍ମୁ ରିଜିଅନ୍‌ରେ ମଧ୍ୟ ବ୍ଲାକ୍‌ଆଉଟ୍‌ କରାଯିବା ସହ ଯୁଦ୍ଧ ସାଇରନ୍‌ ଜରିଆରେ ଲୋକଙ୍କୁ ସତର୍କ କରାଯାଇଛି। ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରଗୁଡ଼ିକୁ ଅନ୍ଧକାର କରାଯାଇଥାଏ। ଗତ ବୁଧବାର ଦେଶର ୨୪୪ଟି ସିଭିଲ୍‌ ଡିଫେନ୍ସ ଜିଲାରେ ମକ୍‌ ଡ୍ରିଲ୍‌ ବେଳେ ପରୀକ୍ଷାମୂଳକ ଭାବେ ବ୍ଲାକ୍‌ ଆଉଟ୍‌ କରାଯାଇଥିଲା। ଆକାଶମାର୍ଗରୁ ଆକ୍ରମଣ ସମୟରେ ସୁରକ୍ଷା ବ୍ୟବସ୍ଥା ସ୍ବରୂପ ଆଲୋକ କଟକଣା ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ପଦକ୍ଷେପ। ଏହା ଦ୍ୱାରା ରାତି ସମୟରେ ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ଜନସାଧାରଣ ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦିଆଯାଇଥାଏ। ଇତିମଧ୍ୟରେ ଜମ୍ମୁ, ସାମ୍ବା ଓ ପଠାନ୍‌କୋଟରେ ମଧ୍ୟ ସନ୍ଦିଗ୍ଧ ଡ୍ରୋନ୍‌ ଦେଖିବାକୁ ମିଳିଛି। ଲୋକଙ୍କୁ ସତର୍କ ହେବା ପାଇଁ ଶ୍ରୀନଗରର ମସ୍‌ଜିଦଗୁଡ଼ିକରେ ଥିବା ଡାକବାଜି ଯନ୍ତ୍ର ଜରିଆରେ ଘୋଷଣା କରାଯାଇଛି। ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଯୁଦ୍ଧ ଆଶଙ୍କା କରି କେତେବେଳେ କ’ଣ ଘଟିବ ତାକୁ ଚାହିଁ ରହିଛନ୍ତି। କିନ୍ତୁ ଭାରତୀୟ ସେନା ପ୍ରତି ରହିଥିବା ଆସ୍ଥା ଯୋଗୁ ଗଁା ଘର ଛାଡ଼ି ଅନ୍ୟତ୍ର ଯାଉନାହାନ୍ତି ବୋଲି ଜଣେ ବ୍ୟକ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ବାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?