୪ ମିନିଟରେ ମିଳିବ କରୋନା ରିପୋର୍ଟ

ବେଜିଂ,୯।୨: କରୋନା ମହାମାରୀରୁ ବିଶ୍ୱ କେବେ ମୁକୁଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଏନେଇ ବିଶ୍ୱ ଏହା ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବି ଏହାର ନିରାକରଣ ଖୋଜିବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ଆର୍‌ଟିପିସିଆର୍‌ ଟେଷ୍ଟକୁ ସବୁଠାରୁ ଭରସା ଯୋଗ୍ୟ ଟେଷ୍ଟ ଭାବେ ବିବେଚନା କରାଯାଉଛି। ହେଲେ ଏହି ରିପୋର୍ଟ ଆସିବାକୁ ଅଧିକ ସମୟ ଲାଗୁଛି। ଏହି ସମସ୍ୟାର ସମାଧାନ ପାଇଁ ଚାଇନା କମ୍‌ ସମୟ ମଧ୍ୟରେ କିପରି କରୋନା ଟେଷ୍ଟ କରାଯାଇ ପାରିବ ସେନେଇ ଏକ ଟେଷ୍ଟ ଟିକ୍‌ ପ୍ରସ୍ତୁତ କରିଛି। ଏହି କିଟ୍‌ ମାଧ୍ୟମରେ କୋଭିଡ ଟେଷ୍ଟ କରାଗଲେ ୪ ମିନିଟରେ ଏହାର ଫଳାଫଳ ଜଣାପଡିବ। ଏହି ଚେଷ୍ଟ ଆର୍‌ଟିପିସିଆର୍‌ ଭଳି ଭରଶା ଯୋଗ୍ୟ ବୋଲି ଚାଇନାର ବୈଜ୍ଞାନିକମାନେ ଦାବି କରିଛନ୍ତି।

ଜାତୀୟ ଗଣମାଧ୍ୟମ ବାୟୋମେଡିକାଲ ଇଞ୍ଜିନିୟରିଂ ଜର୍ନାଲରେ ସୋମବାର ଏକ ଆର୍ଟିକଲ ପ୍ରକାଶ ପାଇଛି। ଏଥିରେ ବିଶେଷଜ୍ଞମାନେ କହିଛନ୍ତି, ସୱାବରୁ ଜିନୋଟିକ ମେଟେରିଆଲର ବିଶ୍ଳେଷଣ କରିବାକୁ ମାଇକ୍ରୋଇଲୋକ୍ଟ୍ରୋନିକ୍ସର ବ୍ୟବହାର କରୁଥିବା ଏହି କିଟର ସେନ୍ସର ଆର୍‌ଟିପିସିଆର୍‌ କିଟ୍‌ଠାରୁ କମ୍‌ ସମୟରେ ରିପୋର୍ଟ ପ୍ରକାଶ କରିଥାଏ ।
ଏହି ଟେଷ୍ଟିଂ କିଟ୍‌ ଡେଭଲପ ହେବା ପରେ ଏହାକୁ ବିମାନ ବନ୍ଦର ଏବଂ ଘରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏପରି କି ଏହି କିଟ ଦ୍ୱାରା ଅନ୍ୟ ରୋଗ ସମ୍ପର୍କରେ ମଧ୍ୟ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କଲା ହେଜବୋଲ୍ଲା, ୪ ସେନା ନିହତ, ୭୦ ଆହତ

ଜେରୁଜେଲମ,୧୪।୧୦: ଲେବାନନରେ ଇସ୍ରାଏଲ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ହେଜବୋଲ୍ଲା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛି। କୁହାଯାଉଛି...

ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ମିଡିଆ ପରିଚୟପତ୍ର ଦେଖାଇ ସୁରକ୍ଷାପଥରୁ ଖସି ଯାଇଥିଲେ ଦୁର୍ବୃତ୍ତ

ଓ୍ବାଶିଂଟନ,୧୪ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ କରାଯାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ...

ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ କାହିଁକି ମନେ ପକାଇଲେ ନେତାନ୍ୟାହୁ? ମୋଦିଙ୍କ ପାଇଁ ବି ଲେଖିଲେ ପୋଷ୍ଟ

ଇସ୍ରାଏଲ,୧୩।୧୦: ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ଇହଲିଲା ସମ୍ବରଣ କରିଛନ୍ତି। ଭାରତ ସମେତ ବିଶ୍ୱର ଭେଟେରାନ ନେତାମାନେ...

୨୦ ମିନିଟ୍‌ ପର୍ଯ୍ୟନ୍ତ ଝିଅପିଲାଙ୍କୁ ଦେଖି ଯଦି କିଛି ନ ହେଉଛି ତେବେ… କାହିଁକି ଏପରି କହିଲେ ଇସ୍‌ଲାମିକ୍‌ ପ୍ରବଚକ

ଇସଲାମାବାଦ,୧୩ା୧୦: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି। ଯେଉଁଠାରେ ସେ ପାକିସ୍ତାନର ସରକାରୀ ଅତିଥି ଭାବରେ ବୁଲୁଛନ୍ତି। ନିକଟରେ ଜାକିର ମହିଳାଙ୍କ...

୫୦ବର୍ଷରେ ପ୍ରଥମ: ସାହାରା ମରଭୂମିରେ ବନ୍ୟା

ମୋରୋକୋ,୧୨।୧୦: ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ...

କ’ଣ ସେହି ଅକ୍ଟୋପସ ଓ୍ବାର, ଯେଉଁଥିରେ ଇସ୍ରାଏଲକୁ ଫସାଇଲା ଇରାନ, ସବୁଠି ହେଉଛି ଚର୍ଚ୍ଚା

ଜେରୁଜେଲମ,୧୨।୧୦: ମଧ୍ୟ ପୂର୍ବ ଅଞ୍ଚଳ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୁଦ୍ଧର ଆଖଡା ସ୍ଥଳ ପାଲଟିଛି। ଗତ ବର୍ଷ ଅକ୍ଟୋବରରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ...

ଅବୈଧ ପ୍ରବାସୀଙ୍କୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୧୨।୧୦: ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ ସେ ପ୍ରବାସୀମାନଙ୍କୁ ସ୍ବାଗତ କରୁଛନ୍ତି, କିନ୍ତୁ ସର୍ତ୍ତ ଅନୁଯାୟୀ ସେମାନେ...

ପାକିସ୍ତାନୀ ଭାଇମାନେ ମୋତେ କ୍ଷମା କରିଦିଅ, କାହିଁକି କ୍ଷମା ମାଗିଲେ ପଳାତକ ଜାକିର ନାଏକ

ଇସଲାମାବାଦ,୧୨।୧୦: ପଳାତକ ଇସଲାମ ପ୍ରଚାରକ ଜାକିର ନାଏକ ବର୍ତ୍ତମାନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ପାକିସ୍ତାନରେ ଜାକିରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri