ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହାନ୍ତ ସଟ୍‌ଡାଉନ ଏବଂ ଅନ୍ୟ ୨୦ଟି ଜିଲାର ସହରାଞ୍ଚଳରେ ନାଇଟକର୍ଫ୍ୟୁ ଲାଗୁ କରାଯାଇଛି। ଏତିସହ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି ରାଜ୍ୟ ସରକାର। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକୁ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। ଏ ନେଇ ଗୁରୁବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆସନ୍ତା ୧୯ତାରିଖରୁ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯିବ। କେବଳ ରାଜ୍ୟ ଭିତରେ ବସ୍‌ ଚଳାଚଳ କରିବ। ତେବେ ବସ୍‌ରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ, କେବଳ ସିଟ ଯେତିକି ସେହି ସଂଖ୍ୟକ ଯାତ୍ରୀ ଯିବେ। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ସିନେମା ହଲରେ ସିଟ କ୍ଷମତାର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି ମିଳିବ। ଅପେରା ଓ ଯାତ୍ରା ଏକ ହଜାର ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲାପାଳମାନେ ସ୍ଥିତିକୁ ଚାହିଁ ଏହି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ।
ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି କରିବେ । ଏଥିସହ ଘରୋଇ ସଂସ୍ଥାର ଅଫିସ ଓ ବ୍ୟାଙ୍କଗୁଡ଼ିକ ଯଥାସମ୍ଭବ କମ କର୍ମଚାରୀ ହୋଇପାରିବ ସେଥିରେ କାମ କରିବେ। ସେହିପରି ଧାର୍ମିକ, ସାଂସ୍କୃତିକ, ରାଜନୀତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତିକାନ୍ତି ପାଳନ ହେବ। ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି । ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସି ବ୍ୟବସାୟ କରିବେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଲାଗି ଟ୍ବିନ୍‌ ସିଟିରେ ଆଲର୍ଟ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବାରୁ ଟ୍ବିନ୍‌ ସିଟିରେ...

‘ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି’

ଭୁବନେଶ୍ୱର,୧୮।୦୧(ବ୍ୟୁରୋ) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖଛନ୍ତି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା...

ଆସୁଛି ଆଉ ୨ ଲଘୁଚାପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ୩ ଦିନ ପରେ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ...

ସ୍କୁଲ ଛୁଟି

ଭୁବନେଶ୍ୱର,୮।୧୦: ରାଜ୍ୟରେ ୧୦ରୁ ୨୦ ଯାଏ ସ୍କୁଲ ଛୁଟି ରହିବ। ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ।...

୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍‌ସୋ କୋର୍ଟ

ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍‌ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍‌ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...

କୋଭିଡ୍‌ ମୃତ୍ୟୁ ସହାୟତା ତୁରନ୍ତ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କୋଭିଡ୍‌ ମୃତ୍ୟୁ ସହାୟତା ପ୍ରଦାନ ସହ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Archives

Model This Week