ହଟିଲା ସପ୍ତାହାନ୍ତ ଶଟ୍‌ଡାଉନ୍‌: ୧୦ଟା ଯାଏ ଦୋକାନ ବଜାର ଖୋଲା; ବିବାହରେ ନାଚି ପାରିବେ ବରଯାତ୍ରୀ

ଭୁବନେଶ୍ୱର,୩୧।୮(ବ୍ୟୁରୋ): କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ମଙ୍ଗଳବାର ଘୋଷଣା କରିଛନ୍ତି। ତେବେ ନୂଆ ଘୋଷଣା ଅନୁଯାୟୀ, ରାଜ୍ୟରେ କୌଣସି ଜିଲାରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ରହିବ ନାହିଁ। ପୂର୍ବରୁ ତିନୋଟି ଜିଲା ଭୁବନେଶ୍ୱର, କଟକ ଏବଂ ପୁରୀରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଥିଲା। ଏବେ ଏହାକୁ ହଟାଇ ଦିଆଯାଇଛି।

ଏହାଛଡ଼ା ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରହିବ। ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ରହିବ। ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ। ସେହିପରି ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ। ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ। ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନ ମାନି ମିଟିଂ ହୋଇପାରିବ। ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ଏକାଠି ଅନୁମତି ଦିଆଯାଇଛି। ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨୫୦ ଜଣ ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି। ପ୍ରାଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା ହୋଇପାରିବ। ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ୍‌ ନିୟମ ମାନି ଖୋଲିପାରିବ ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri