ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦେଖି ଇଂଲଣ୍ଡ ଓ ଇସ୍ରାଏଲ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଇଂଲଣ୍ଡ ତା’ର ଟ୍ରାଭେଲ ଲିଷ୍ଟରେ ଦକ୍ଷିଣ ଆଫ୍ରିକାକୁ ରେଡ ଲିଷ୍ଟରେ ପକାଇ ଦେଇଛି । ଏହାସହ ଦକ୍ଷିଣ ଆଫ୍ରିକାର ସମସ୍ତ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ଅନ୍ୟପଟେ ନିକଟରେ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଇଂଲଣ୍ଡ ଫେରିଛନ୍ତି ଯେଉଁଠି ବି.୧.୧.୧.୫୨୯ ଭାରିଏଣ୍ଟ ମିଳିଛି ସେମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ କରୋନା ଟେଷ୍ଟ କରିବାକୁ କୁହାଯିବ ବୋଲି ଅନୁମାନ କରାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭ୍ୟାକ୍ସିନ କାର୍ଯ୍ୟକ୍ରମରେ ଏହା ଏକ ମାରାତ୍ମକ ବିପଦ, ଏହାକୁ ଯେମିତି ବି ହେଉନା କାହିଁକି ଆମକୁ ବଞ୍ଚାଇବାକୁ ପଡିବ ।
ଏହାସହ ଗୁରୁବାରଠାରୁ ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ସେଠାରୁ ଆସୁଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ଇସ୍ରାଏଲ ଦେଶ ମଧ୍ୟକୁ ପ୍ରବେଶ କରାଇ ନ ଦେବାକୁ କହିଛି ।
କରୋନାର ଏହି ନୂଆ ଭାରିଏଣ୍ଟ ଖୁବ୍‌ଶୀଘ୍ର ବ୍ୟାପୁଥିବାରୁ ଏହାକୁ ଦେଖି ଭାରତ ବି ସଜାଗ ହୋଇଯାଇଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଆଲର୍ଟ ରହିବାକୁ କହିଛନ୍ତି । ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର...

ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭ ହଜାରକୁ ବୃଦ୍ଧି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି।...

ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ର କଡ଼ା ପଦକ୍ଷେପ: ମାଲି ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ପ୍ୟାରିସ୍‌,୩।୧୧: ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯୋଜନାବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ମାଲିରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୫୦ ଅଲ୍‌-କାଏଦା...

କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ/ଲଣ୍ଡନ,୫।୫: ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ...

CORONAVIRUS UPDATE: ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସକାଳେ ଆଉ ୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି...

କରୋନା ପ୍ରକୋପ ଭିତରେ ଚାଇନାରେ ବଢୁଛି ଭାରତୀୟ ଜେନେରିକ ମେଡିସିନର ଚାହିଦା

ବେଜିଂ,୯ ।୧: ଭାରତର ଜେନେରିକ ମେଡିସିନକୁ ନେଇ କେନ୍ଦ୍ର ସରକାର ବହୁତ ଅଭିଯାନ ଚଲାଇଛନ୍ତି । ଫଳରେ ଏବେ ଦେଶରେ ଜେନେରିକ ମେଡିସିନର ଚାହିଦା ବଢିଯାଉଛି...

ଟିକାର ଡବଲ ଡୋଜ୍‌ ବି ଅକାମୀ, ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ କ୍ଷେତ୍ରରେ ଟିକାର ଡବଲ ଡୋଜ୍‌ ବି ଅକାମୀ ହେବାରେ ଲାଗିଛି। ଡବଲ ଡୋଜ୍‌...

Advertisement
Archives

Model This Week