ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦେଖି ଇଂଲଣ୍ଡ ଓ ଇସ୍ରାଏଲ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଇଂଲଣ୍ଡ ତା’ର ଟ୍ରାଭେଲ ଲିଷ୍ଟରେ ଦକ୍ଷିଣ ଆଫ୍ରିକାକୁ ରେଡ ଲିଷ୍ଟରେ ପକାଇ ଦେଇଛି । ଏହାସହ ଦକ୍ଷିଣ ଆଫ୍ରିକାର ସମସ୍ତ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ଅନ୍ୟପଟେ ନିକଟରେ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଇଂଲଣ୍ଡ ଫେରିଛନ୍ତି ଯେଉଁଠି ବି.୧.୧.୧.୫୨୯ ଭାରିଏଣ୍ଟ ମିଳିଛି ସେମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ କରୋନା ଟେଷ୍ଟ କରିବାକୁ କୁହାଯିବ ବୋଲି ଅନୁମାନ କରାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭ୍ୟାକ୍ସିନ କାର୍ଯ୍ୟକ୍ରମରେ ଏହା ଏକ ମାରାତ୍ମକ ବିପଦ, ଏହାକୁ ଯେମିତି ବି ହେଉନା କାହିଁକି ଆମକୁ ବଞ୍ଚାଇବାକୁ ପଡିବ ।
ଏହାସହ ଗୁରୁବାରଠାରୁ ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ସେଠାରୁ ଆସୁଥିବା ବିଦେଶୀ ନାଗରିକଙ୍କୁ ମଧ୍ୟ ଇସ୍ରାଏଲ ଦେଶ ମଧ୍ୟକୁ ପ୍ରବେଶ କରାଇ ନ ଦେବାକୁ କହିଛି ।
କରୋନାର ଏହି ନୂଆ ଭାରିଏଣ୍ଟ ଖୁବ୍‌ଶୀଘ୍ର ବ୍ୟାପୁଥିବାରୁ ଏହାକୁ ଦେଖି ଭାରତ ବି ସଜାଗ ହୋଇଯାଇଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଆଲର୍ଟ ରହିବାକୁ କହିଛନ୍ତି । ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri