Posted inଜାତୀୟ

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି। ହାଇକମାଣ୍ଡ ଏନେଇ ଅମ୍ବିକା ସୋନୀଙ୍କୁ କହିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି। ଅମ୍ବିକା ସୋନୀ ରାଜ୍ୟରେ ଜଣେ ଶିଖଙ୍କୁ ଏହି ଦାୟିତ୍ୱ ଦେବାକୁ କହିଛନ୍ତି। ତେବେ ଚାରିଜଣ କଂଗ୍ରେସ ନେତା ସୁନୀଲ ଝାଖଡ଼, ନବଜୋତ ସିଂ ସିଦ୍ଧୁ, ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ପ୍ରତାପ ସିଂ ବାଜୱାଙ୍କ ନାମକୁ ନେଇ ହାଇକମାଣ୍ଡ ଚର୍ଚ୍ଚା କରୁଛନ୍ତି।

ରାଜ୍ୟରେ ଯିଏବି ମୁଖ୍ୟମନ୍ତ୍ରୀ ହେବେ ସେ ମାତ୍ର ୧୨ ସପ୍ତାହ ପାଇଁ ଏହି ପଦବୀରେ ରହିବେ। ଏହାପରେ ପଞ୍ଜାବରେ ୨୦୨୨ରେ ବିଧାନସଭା ନିର୍ବାଚନ କରାଯିବ। ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବାର ଆଶା ରହିଛି।

ଏଭଳି ପରିସ୍ଥିତିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ମାତ୍ର ୧୨ ସପ୍ତାହ ସମୟ ରହିବ। କିନ୍ତୁ ଏହାକୁ ନେଇ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯାହାର ପ୍ରଭାବ ରାଜ୍ୟ ବିଧାନସଭା ନିର୍ବାଚନରେ ପଡ଼ିବ। ପଞ୍ଜାବରେ ଅମରିନ୍ଦର ସିଂ ବେଶ୍‌ ଲୋକପ୍ରିୟ। ତାଙ୍କୁ ହଟାଇ କଂଗ୍ରେସ ଅଡୁଆରେ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…

ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ...

ଉଦ୍ଧବଙ୍କୁ ପୁଣି ଝଟ୍‌କା: ସିଏଜି କରିବେ ବିଏମ୍‌ସିର ୨ ବର୍ଷ କାର୍ଯ୍ୟର ତଦନ୍ତ, ନିର୍ଦ୍ଦେଶ ଦେଲେ ଶିନ୍ଦେ…

ମୁମ୍ବାଇ,୩୧।୧୦ : ନିର୍ବାଚନ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ସିଏଜିଙ୍କ...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

କର୍ନାଟକ ଷଡ଼ଯନ୍ତ୍ର ପଛରେ ମୋଦି ସରକାର: କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୭ା୭(ଆଇଏଏନ୍‌ଏସ୍‌): କର୍ନାଟକ ଶାସକ ମେଣ୍ଟରୁ ୧୪ ବିଧାୟକ ଇସ୍ତଫା ଦେବା ଘଟଣାରେ କଂଗ୍ରେସ ଭାଜପାକୁ ଦୋଷାରୋପ କରିଛି। ଦଳବଦଳ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର...

ଅପରେଶନ ମେଘଚକ୍ର, ୨୦ ରାଜ୍ୟର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ…

ନୂଆଦିଲ୍ଲୀ, ୨୪।୯ : ଅନଲାଇନରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ମାମଲାରେ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ...

ଶ୍ୱାସ ପ୍ରଶ୍ୱାସ ପ୍ରଣାଳୀକୁ ମଜଭୁତ କରେ ଯୋଗ: ମୋଦି

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଆଜି ସାରା ବିଶ୍ୱ ଯୋଗର ଆବଶ୍ୟକତାକୁ ବୁଝି...

ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା

ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର...

ଦିଲ୍ଲୀରେ ଏଲ୍‌ଜି ଶାସନ

ନୂଆଦିଲ୍ଲୀ,୨୯ା୪: କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଏଣିକି ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‌ଜି) ସର୍ବେସର୍ବା। ଏଲ୍‌ଜି ଅନିଲ ବୈଜାଲଙ୍କ ନିୟନ୍ତ୍ରଣରେ ୮୦ ବିଭାଗ ରହିବ ଏବଂ...

Advertisement
Archives

Model This Week