Posted inଜାତୀୟ

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା କି ତୃତୀୟ ଥର ଲାଗି ଉତ୍ତରାଖଣ୍ଡ ଆସୁଥିବା ମୁଖ୍ୟମନ୍ତ୍ରୀ କେଜରିୱାଲ ବେକାରୀ ସମସ୍ୟାକୁ ନେଇ ବଡ ଘୋଷଣା କରି ପାରନ୍ତି । ତାହାହିଁ ହୋଇଛି । ରବିବାର କେଜରିୱାଲ ହଲଦ୍ୱାନୀଠାରେ କହିଛନ୍ତି ଉତ୍ତରାଖଣ୍ଡରେ ଏଏପି ସରକାର ଆସିଲେ ରାଜ୍ୟରେ ରୋଜଗାରର କ୍ଷମତାକୁ ବଢାଯିବ । ରୋଜଗାରର ମାଧ୍ୟମ ବଢାଇବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ । କେଜରିୱାଲ କହିଛନ୍ତି ଉତ୍ତରାଖଣ୍ଡରେ ଏଏପି ସରକାର ଗଠନ କଲେ ୬ ମାସ ମଧ୍ୟରେ ୧ ଲକ୍ଷ ଚାକିରି ଯୋଗାଇ ଦିଆଯିବ । ଯେଉଁ ବେକାର ଯୁବକଙ୍କୁ ଚାକିରି ମିଳିବାରେ ବିଳମ୍ବ ହେଉଥିବ ସେମାନଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥାବି କରାଯିବ ବୋଲି କେଜରିୱାଲ କହିଛନ୍ତି । ଯୁବକଙ୍କୁ ରୋଜଗାର ଦେବା ଓ ପଳାୟନ ରୋକିବା ପାଇଁ ଅଲଗା ମନ୍ତ୍ରଣାଳୟ ଗଠନ କରାଯିବ । ସରକାରୀ ଓ ଘରୋଇ ସଂସ୍ଥାରେ ୮୦ ପ୍ରତିଶତ ଚାକିରି ଉତ୍ତରାଖଣ୍ଡ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ ବୋଲି କେଜରିୱାଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପାଇଁ କାନପୁରରେ ପୂଜାର୍ଚ୍ଚନା

କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ...

୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ରାଞ୍ଚି,୩ା୩: ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ମାମଲାରେ ରାଞ୍ଚିର ଏକ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଜିଲା ଜଜ୍‌...

ଚାର୍ଜ ବେଳେ ଇଲେକ୍ଟ୍ରିକ୍‌ ସ୍କୁଟର ବ୍ୟାଟେରି ବିସ୍ଫୋରଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ହାଇଦ୍ରାବାଦ,୨୨।୪: ତେଲଙ୍ଗାନା ନିଜାମାବାଦ ଜିଲାରେ ଏକ ଅଘଟଣ ଘଟିଛି। ଚାର୍ଜରେ ବସିଥିବା ଏକ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ବିସ୍ଫୋରଣ ହେବାରୁ ଜଣେ ୮୦ ବର୍ଷ ବୟସ୍କ...

ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍‌ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ...

ମୁକୁଳିଲେ ଜେସିକା ଲାଲ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁ ଶର୍ମା ସୋମବାର ମୁକୁଳିଛନ୍ତି। ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିସ କ୍ରମେ ଦିଲ୍ଲୀର...

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ...

ସୁଶାନ୍ତଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ଗିରଫ

ମୁମ୍ବାଇ, ୨୮।୫: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ନିଶା କାରବାର ମାମଲାରେ ତାଙ୍କ ଫ୍ଲାଟ୍‌ମେଟ ସିଦ୍ଧାର୍ଥ ପିଠାନିଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ...

ବଢି ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୮୧୫...

Advertisement
Archives

Model This Week