ନୂଆ ପ୍ରାର୍ଥୀ, ତୁମୁଳ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୯।୨: ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପାଓ୍ବାର ହାଉସ୍‌ ଭାବେ ପରିଚିତ ଗଁଦିଆ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋର୍‌ଦାର କରିଛନ୍ତି। ଦୀର୍ଘଦିନ ଧରି ବିଜେଡିର ଗଡ଼ ଭାବେ ରହି ଆସିଥିବା ଏହି ବ୍ଲକର ୨ନଂ. ଜିଲା ପରିଷଦ ଜୋନ୍‌କୁ ନେଇ ଏବେ ନିର୍ବାଚନମଣ୍ଡଳୀ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଚଳିତ ନିର୍ବାଚନରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତେ ବିକାଶକୁ ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ର ହେବ ବୋଲି ଆଲୋଚନା ହେଉଛି।
ଏହି ଜିଲା ପରିଷଦ ଜୋନ୍‌ର ମୋଟ ମତଦାତା ସଂଖ୍ୟା ୩୩ ହଜାର ୧୫୬। ତନ୍ମଧ୍ୟରୁ ବିଧାରପୁର ପଞ୍ଚାୟତରେ ୪,୭୭୯, ଗୁଣ୍ଡୁରାପଶି ପଞ୍ଚାୟତରେ ୨,୬୦୯, କାବେରା ପଞ୍ଚାୟତରେ ୬,୩୨୪, ପୋରୁହଖୋଜ ପଞ୍ଚାୟତରେ ୪,୧୯୬, ସନ୍ଥପୁର ପଞ୍ଚାୟତରେ ୪,୦୨୨, ନେଉଳପୋଇ ପଞ୍ଚାୟତରେ ୩,୭୮୧, ରାଇତଳା ପଞ୍ଚାୟତରେ ୨,୮୦୯ ଏବଂ ଦେଓଗଁା ପଞ୍ଚାୟତର ୪,୬୩୬ ଭୋଟର ଅଛନ୍ତି। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ଚିନ୍ମୟୀ ମହାନ୍ତି ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡି ମମତା ମଞ୍ଜରୀ ବେହେରା, ଭାଜପା ନିୟତି ଭୋଇ ଏବଂ କଂଗ୍ରେସ ଶୁଭଲକ୍ଷ୍ମୀ ଭୋଇଙ୍କୁ ପ୍ରାର୍ଥୀ କରିଛି। ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ରହିଥିବାରୁ ସବୁ ଦଳ ଦଳିତ କାର୍ଡ ଖେଳୁଛନ୍ତି। ବିକାଶକୁ ମୁଖ୍ୟ ଏଜେଣ୍ଡା କରିବା ସହିତ ଆସନ ହାତେଇବାକୁ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସେହିପରି ମହିଳା ଭୋଟ ଉପରେ ମଧ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି। ତେଣୁ ତଦନୁଯାୟୀ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଚଳାଇଛନ୍ତି।
ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ପୁର୍ନବାର ଏହାକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି ଶାସକ ଦଳ। ସେହିପରି ଭାଜପା ଗତଥରର ତ୍ରୁଟି ସୁଧାରି ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛି। ଅନୁରୂପ ଭାବେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଏହି ଜୋନ୍‌ ଜିତିବାକୁ ଆଶାବାଦୀ ଅଛନ୍ତି। ଏହି ଜୋନ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ମତଦାନ ହେଉଥିବାବେଳେ ସବୁଦଳ ଜିଲାସ୍ତରୀୟ ନେତୃମଣ୍ଡଳୀଙ୍କୁ ନେଇ ପ୍ରଚାର ଜୋର୍‌ଦାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri