Posted inଖେଳ

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବ। ଏହି ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଉପରେ ଆସନ୍ତା ଏପ୍ରିଲରେ ବସିବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କାର୍ଯ୍ୟକାରୀ ବୈଠକରେ ଆଲୋଚନା କରାଯାଇପାରେ। ଆସନ୍ତା ଜୁନରେ ଇଂଲଣ୍ଡ ବିପକ୍ଷରେ ଭାରତର ୫ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ସହିତ ୨୦୨୫-୨୭ ଡବ୍ଲ୍ୟୁଟିସି ସାଇକେଲ ଆରମ୍ଭ ହେବ।

ପ୍ରଚଳିତ ନିୟମ ମୁତାବକ, କମ୍‌ ବ୍ୟବଧାନ କିମ୍ବା ଏକ ଇନିଂସ ବ୍ୟବଧାନରେ ମ୍ୟାଚ ଜିତିଲେ ଦଳକୁ ୧୨ ପଏଣ୍ଟ, ମ୍ୟାଚ ଟାଇ ହେଲେ ୬ ପଏଣ୍ଟ ଓ ଡ୍ର’ ହେଲେ ୪ ପଏଣ୍ଟ ପ୍ରଦାନ କରାଯାଉଛି। ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଏକ ଇନିଂସ କିମ୍ବା ୧୦୦ ରନ ଭଳି ବଡ଼ ବ୍ୟବଧାନରେ ବିଜୟ ପାଇଁ ଦଳକୁ ବୋନସ ପଏଣ୍ଟ ପ୍ରଦାନ କରାଯାଇପାରେ। ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣ ଆରମ୍ଭ ହେବା ପରଠାରୁ ଏକ ଇନିଂସ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ବ୍ୟବସ୍ଥା କରିବା ପାଇଁ ଚର୍ଚ୍ଚା ହୋଇଆସୁଛି। ଏତଦ୍‌ ବ୍ୟତୀତ ଘରଠାରୁ ଦୂରରେ ମ୍ୟାଚ ଜିତିବା ଲାଗି ମଧ୍ୟ ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବା ସମ୍ପର୍କରେ ଏବଂ ଦୁଇ ଥାକିଆ ଟେଷ୍ଟ ସିଷ୍ଟମ ଉପରେ ମଧ୍ୟ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କବାଦୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ କହିଲେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ସମ୍ବୋଧନ କରି ଏକ ବିବାଦୀୟ ମନ୍ତବ୍ୟ...

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ ପିଇବା ପାଣି ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ପହଲଗାମ ଆତଙ୍କବାଦୀ ଆକ୍ରମଣ ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସକୁ ପାଠ ପଢାଇଲେ ଆମେରିକା ସରକାର

ନୂଆଦିଲ୍ଲୀ/ୱାଶିଂଟନ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

ଢାବା ମାଲିକଙ୍କ ଉପରେ ଗୁଳିମାଡ଼

ରାଉଲକେଲା,୨୫।୪(ସଂଗୀତା ଜେନା):ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ୭ ରୁ ୮ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ଏବଂ ଛୁରି ଦେଖାଇ ଡକାୟତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri