ଡେଙ୍ଗୁ ଭଳି କମୁଛି କରୋନା ରୋଗୀଙ୍କ ପ୍ଲେଟଲେଟ!

ନୂଆଦିଲ୍ଲୀ,୧୪ ।୯: କରୋନା ଭାଇରସ ସଂକ୍ରମଣକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ଉଭୟ ଚିକିତ୍ସକ ଓ ରୋଗୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଧାରଣତଃ ଡେଙ୍ଗୁ ହେଲେ ମାନବ ଶରୀରରେ ପ୍ଲେଟଲେଟ୍ କମ୍ ହୋଇ ଯାଇଥାଏ । ହେଲେ ଏବେ ଡାକ୍ତରମାନେ କହୁଛନ୍ତି ଯେ କରୋନା ରୋଗୀଙ୍କଠାରେ ମଧ୍ୟ ପ୍ଲେଟଲେଟ କମ୍ ହେଉଥିବା ଲକ୍ଷ୍ୟ କରାଗଲାଣି । କରୋନା ସଂକ୍ରମିତ ରୋଗୀଙ୍କ ପ୍ଲେଟଲେଟ ୨୦ ହଜାର ତଳକୁ ଖସି ଆସୁଛି ବୋଲି କୁହାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ଜଣେ ରୋଗୀର ଡେଙ୍ଗୁ ପରୀକ୍ଷା କରାଯାଉଛି ତାଙ୍କ ନିକଟରେ ଡେଙ୍ଗୁର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ତାଙ୍କର ପ୍ଲେଟଲେଟ କିନ୍ତୁ କମ୍ ହୋଇଯାଉଛି । ପିଜିଆଇ ଲକ୍ଷ୍ନୌର ପ୍ରଫେସର ଅନୁପମ ବର୍ମା କହିଛନ୍ତି କରୋନା ରୋଗୀଙ୍କଠାରେ ଏବେ ଡେଙ୍ଗୁ ଭଳି ଲକ୍ଷଣ ଦେଖାଦେବା ଚିନ୍ତାର ବିଷୟ ପାଲଟିଛି । କରୋନାରେ ସଂକ୍ରମିତ ରୋଗୀଙ୍କର ହଠାତ୍ ପ୍ଲେଟଲେଟ କମ୍ ହୋଇଯିବା ଫଳରେ ଚିକିତ୍ସା କରିବା କଷ୍ଟକର ହୋଇ ପଡୁଛି । ସେ କହିଛନ୍ତି ଲୋକବନ୍ଧୁ ହସ୍ପିଟାଲର ଡାକ୍ତରଙ୍କୁ ଚିକିତ୍ସା ପାଇଁ ପିଜିଆଇରେ ଭର୍ତ୍ତି କରାଯାଇଥିଲା ଯାହାଙ୍କର ପ୍ଲେଟଲେଟ ୧୦ ହଜାର ତଳକୁ ଚାଲିଯାଇଥିବା ଦେଖାଯାଇଥିଲା । ପରୀକ୍ଷାରୁ ଜଣାପଡିଛି କରୋନା, ଜଣେ ବ୍ୟକ୍ତିଙ୍କ ଇମ୍ୟୁନୋ କମ୍ପେ୍ଲକ୍ସକୁ ପ୍ରଭାବିତ କରୁଛି । ଯେଉଁଥିରେ ମୋନୋସାଇଡ ଓ ମ୍ୟାକ୍ରୋଜେନ ସେଲ ଉପରେ ପଭାବ ପଡୁଛି । ଏହାଫଳରେ ବହୁପରିମାଣରେ ପ୍ଲେଟଲେଟ କାମରେ ଲାଗିଯାଉଛି । ହେଲେ ଯେଉଁ ପରିମାଣରେ ପ୍ଲେଟଲେଟ ତିଆରି ହେଉଛି ତା’ଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ ହୋଇଯିବାରୁ ରୋଗୀଙ୍କ ପ୍ଲେଟଲେଟ କାଉଣ୍ଟ ହଠାତ୍ କମ୍ ହୋଇଯାଉଛି । ଏଭଳି ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହୋଇ ଯାଉଥିବା ବେଳେ ତାଙ୍କୁ ପ୍ଲେଟଲେଟ ଦେବାକୁ ପଡୁଛି ଓ ପ୍ଲାଜମା ଥେରାପି ଦ୍ୱାରା ସେମାନଙ୍କର କରୋନା ଚିକିତ୍ସା ବି କରିବାକୁ ପଡୁଛି । ପ୍ରଥମେ କରୋନା ସଂକ୍ରମିତଙ୍କ ନିକଟରେ ଥମ୍ବୋସିସ ଭଳି ଲକ୍ଷଣ ଦେଖାଯାଉଥିଲା । ଏଥିରେ ରୋଗୀଙ୍କ ରକ୍ତରେ କ୍ଲଟ ହୋଇଯାଉଥିଲା ଓ ଏଥିପାଇଁ ରୋଗୀଙ୍କୁ ଟିପିଏ ଇଞ୍ଜେକସନ୍ ଦେବାକୁ ପଡୁଥିଲା । ଏଥିରେ କ୍ଲଟ ମିଳାଇ ଯାଉଥିଲା । ଆଉ ଏବେ ପ୍ଲେଟଲେଟ କମ୍ ହେବା ସବୁଠାରୁ ବଡ ଚିନ୍ତା ପାଲଟି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri