Posted inଜାତୀୟ

ଜଗନଙ୍କ କ୍ୟାବିନେଟରେ ଜାତି ସମୀକରଣ

ହାଇଦ୍ରାବାଦ,୧୦।୪: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ଏପ୍ରିଲ ୭ରେ ମନ୍ତ୍ରୀମଣ୍ଡଳ ଭାଙ୍ଗି ଦେଇଥିଲେ। ସୋମବାର ପୁଣି ମନ୍ତ୍ରୀମଣ୍ଡଳ ଗଠନ କରିବେ। ଜଗନଙ୍କ କ୍ୟାବିନେଟ ୨.୦ରେ ୨୫ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

ଜାତି ସମୀକରଣକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉଥିବା ଜଣାପଡିଛି। ପୂର୍ବ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତେବେ ୨୫ଜଣଙ୍କ ମଧ୍ୟରେ ପୂର୍ବ ମନ୍ତ୍ରୀମଣ୍ଡଳର ୧୦ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ, ୨୦୧୯ ମେ ୩୦ରେ ଜଗନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଅଢେଇ ବର୍ଷ ପରେ କ୍ୟାବିନେଟ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି ପଶ୍ଚିମବଙ୍ଗ: ଭାଜପା…

କୋଲକାତା,୨୭।୮ : ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସୁକାନ୍ତ ମଜୁମଦାର...

ରାଜସ୍ଥାନ ସରକାର, ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ ଯଦି ଲାଲ୍‌ ଡାଏରୀର ରାଜ୍‌ ଖୋଲିବ ତେବେ…

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ପହଞ୍ଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ...

ଦୈନିକ ସଂକ୍ରମଣ ୨୯୧…

ନୂଆଦିଲ୍ଲୀ, ୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ, ୧୦।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ କେନ୍ଦ୍ର...

ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖ: ମୋଦି

ନୂଆଦିଲ୍ଲୀ,୧।୮: ଆଗକୁ ସ୍ବାଧୀନତା ଦିବସ ଥିବାବେଳେ ଦେଶବାସୀ ଅଗଷ୍ଟ ୨ରୁ ୧୫ ମଧ୍ୟରେ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍‌ପ୍ଲେ ପିକ୍ଚର...

୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ...

ଶୋଇଥିବା ଅବସ୍ଥାରେ ତିନି ଭଉଣୀଙ୍କ ଉପରେ ଏସିଡ୍ ମାଡ: ଜଣେ ଗୁରୁତର

ଗୌଂଡା ,୧୩ ।୧୦: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ବାରମ୍ବାର ବିରୋଧି ଓ ଶାସକ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଏଠାରେ କିନ୍ତୁ...

ଦୁଇଦିନିଆ ଗସ୍ତରେ ଲଦାଖ ଯିବେ ରାହୁଲ

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଗୁରୁବାର ଏବଂ ଶୁକ୍ରବାର...

Advertisement
Archives

Model This Week