ନୂଆ ଗର୍ଭପାତ ଆଇନ

ଡା.ଶୁଭଶ୍ରୀ ମିଶ୍ର

 

ଗର୍ଭ ନଷ୍ଟ କରିବାର ସମୟ ସୀମାକୁ ଚାରି ସପ୍ତାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗର୍ଭପାତ ସଂଶୋଧନ ବିଲ୍‌-୨୦୨୩ ଉପରେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ। ଏହାଫଳରେ ଆଗାମୀ ଦିନରେ ଜଣେ ଗର୍ଭବତୀ ମହିଳା ଚାହିଁଲେ ତାଙ୍କ ଗର୍ଭକୁ ୨୪ ସପ୍ତାହ ମଧ୍ୟରେ ନଷ୍ଟ କରିପାରିବେ। ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ତେବେ ଏହି ୨୪ ସପ୍ତାହର ସମୟସୀମା କେବଳ ବିଶେଷ କ୍ଷେତ୍ରରେ ଲାଗୁ ହେବ। ଦୁଷ୍କର୍ମ ପୀଡ଼ିତା, ରୋଗଗ୍ରସ୍ତ ମହିଳା ଓ ଅବାଞ୍ଛିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ପୂର୍ବରୁ ଗର୍ଭ ନଷ୍ଟ କରିବାର ଆଇନଗତ ସମୟସୀମା ୨୦ ସପ୍ତାହ ରହିଥିଲା। ନିକଟରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍ସି ସଂଶୋଧନ ବିଲ ୨୦୨୩କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଫଳରେ ୧୯୭୧ ମସିହା ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍ସି ଆଇନରେ ସଂଶୋଧନ କରିବାର ରାସ୍ତା ସଫା ହୋଇଛି। ଏହି ବିଲ୍‌କୁ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବ। ଏହି ବିଲ୍‌ ଗୃହୀତ ହେଲେ ମହିଳାମାନେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଆଇନଗତ ଭାବେ ଅଧିକାର ପାଇବେ। ତେବେ ଏହା ପୂର୍ବରୁ ୨ଜଣ ଡାକ୍ତରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ସରକାରୀ ଡାକ୍ତର ହୋଇଥିବା ଦରକାର। ସୂଚନାଯୋଗ୍ୟ, ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରାଯିବାବେଳେ ପ୍ରସୂତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେବେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କଲେ ଏହା ସୁରକ୍ଷିତ ହୋଇପାରିବ ବୋଲି କୁହାଯାଉଛି। ଏହି ସଂଶୋଧିତ ବିଲ୍‌ ଫଳରେ ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଗର୍ଭବତୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ଅନେକ ସମୟରେ ବେଆଇନ ଭାବେ ଲୁଚାଛପାରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଗର୍ଭପାତ କରାଯାଉଥିବାରୁ ଜଣେ ଯୁବତୀ ପରବର୍ତ୍ତୀ ସମୟରେ ମା’ ହୋଇ ପାରୁନାହାନ୍ତି। ତେଣୁ ଏହି ନୂଆ ଆଇନ ଫଳରେ ଏବେ ଏହି ବିପଦ ମଧ୍ୟ ଆଉ ରହିବନାହିଁ। ସୂଚନାଯୋଗ୍ୟ, ଗତବର୍ଷ ଗର୍ଭପାତ ସମୟସୀମା ବୃଦ୍ଧି କରିବା ପାଇଁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଥିଲା ଯେ, ଗର୍ଭପାତ ସମୟ ସୀମାକୁ ୨୦ ସପ୍ତାହରୁ ୨୪ କିମ୍ବା ୨୬ ସପ୍ତାହ କରିବା ପାଇଁ ବିଚାରବିମର୍ଶ ଆରମ୍ଭ କରାଯାଉଛି। ଅମିତ ଶାହିନ ନାମକ ଯୁବକ ତାଙ୍କ ଜନସ୍ବାର୍ଥ ମାମଲାରେ କହିଥିଲେ ଯେ, ମହିଳାମାନେ ଗର୍ଭଧାରଣ ପରେ ସମାଜରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଭଳି ଭାବେ ଗର୍ଭଧାରଣର କ୍ଷମତା ମହିଳାଙ୍କ ପାଖରେ ରହିଛି, ଠିକ୍‌ ସେହିପରି ଗର୍ଭ ନଷ୍ଟ କରିବାର କ୍ଷମତା ମଧ୍ୟ ମହିଳାଙ୍କ ପାଖରେ ରହିବା ଦରକାର ବୋଲି ସେ ଯୁକ୍ତି ବାଢ଼ିଥିଲେ। ଉଲ୍ଲେଖଯୋଗ୍ୟ ନେପାଳ, ଫ୍ରାନ୍ସ, ଇଂଲଣ୍ଡ, ଅଷ୍ଟ୍ରିଆ, ଇଥିଓପିଆ, ଇଟାଲୀ, ସ୍ପେନ, ଆଇସ୍‌ଲ୍ୟାଣ୍ଡ, ନରୱେ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ ଓ ସ୍ବିଜରଲ୍ୟାଣ୍ଡ ଭଳି ଦେଶର ଗର୍ଭପାତ କରିବାର ସମୟସୀମା ୨୦ ସପ୍ତାହରୁ ଅଧିକ ରହିଛି। ସେହିପରି ଡେନ୍‌ମାର୍କ, ଘାନା, କାନାଡ଼ା, ଜର୍ମାନୀ, ଭିଏତ୍‌ନାମ ଓ ଜିମ୍ବାୱେ ଭଳି ଦେଶରେ ଯେକୌଣସି ସମୟରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି।
ଗର୍ଭାବସ୍ଥାର କିଛି ସପ୍ତାହ ମଧ୍ୟରେ ଭ୍ରୂଣକୁ ନଷ୍ଟ କରାଯିବା ପ୍ରକ୍ରିୟାକୁ କୁହାଯାଏ ଗର୍ଭପାତ। ଭାରତରେ ପ୍ରଚଳିତ ଏମ୍‌ଟିପି ଆକ୍ଟ ଅନୁଯାୟୀ କେଉଁ ପରିସ୍ଥିତିରେ ଗର୍ଭପାତ ହୋଇପାରିବ, କିଏ ଗର୍ଭପାତ କରିବେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ବ୍ୟବସ୍ଥା ରହିଛି। ତଥାପି ଅଜ୍ଞତାବଶତଃ ବହୁ ମହିଳା ବିନା ଡାକ୍ତରୀ ପରାମର୍ଶରେ ଅସୁରକ୍ଷିତ ଉପାୟରେ ଗର୍ଭପାତ କରୁଛନ୍ତି, ଯଦ୍ଦ୍ବାରା କେତେକ କ୍ଷେତ୍ରରେ ଗର୍ଭସ୍ଥ ଶିଶୁ ସହ ମାଆର ବି ମୃତ୍ୟୁ ହୋଇଥାଏ। କେତେକ କ୍ଷେତ୍ରରେ ଗର୍ଭବତୀ ମହିଳାର ଶାରୀରିକ ସ୍ଥିତି ଓ ଅବସ୍ଥାକୁ ଲକ୍ଷ୍ୟ କରି ଡାକ୍ତରଙ୍କ ପରାମର୍ଶରେ ହିଁ ଗର୍ଭସ୍ଥ ଭ୍ରୂଣଟିକୁ ନଷ୍ଟ କରାଯାଇଥାଏ। ଏହା ବ୍ୟତୀତ ଆଉ କେତେକ କାରଣ ଯଥା ଗର୍ଭଧାରଣ ଯୋଗୁ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଥିଲେ ଶିଶୁଟି ଜନ୍ମ ପରେ ବିକଳାଙ୍ଗ ହେବାର ଆଶଙ୍କା ଥିଲେ ବା କେତେକ କ୍ଷେତ୍ରରେ ଗର୍ଭରେ ଥିବା ଏକରୁ ଅଧିକ ପିଲାର କାରଣରୁ ଡାକ୍ତରଙ୍କ ପରାମର୍ଶରେ ଗର୍ଭପାତ କରାଯାଇଥାଏ।
୧୯୭୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ମେଡିକାଲ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍‌ନାନ୍ସି ବା ଏମ୍‌ଟିପି ଆକ୍ଟ କାର୍ଯ୍ୟକାରୀ ହେଲା। ଗର୍ଭବତୀ ମହିଳା କିମ୍ବା ଗର୍ଭସ୍ଥ ଶିଶୁର ଜୀବନ ହାନି ପରି ପରିସ୍ଥିତି ଉପୁଜିଲେ ଗର୍ଭପାତ କରାଯାଇଥାଏ। ସେହିପରି ଅଲଟ୍ରା ସାଉଣ୍ଡ ରିପୋର୍ଟରେ ଗର୍ଭସ୍ଥ ଶିଶୁଟି ଯଦି ବିକଳାଙ୍ଗ ବୋଲି ଜଣାପଡ଼େ କିମ୍ବା ବଳାତ୍କାର ଶିକାର ଦ୍ୱାରା ଗର୍ଭବତୀ କାରଣ, ଅପରିପକ୍ୱ ବାଳିକାଙ୍କ କ୍ଷେତ୍ରରେ ଏହିପରି କିଛି କାରଣକୁ ନେଇ ସାମାଜିକ ଦୃଷ୍ଟିକୋଣରୁ ଗର୍ଭପାତ ଆଇନ ସମ୍ମତ। ତେବେ ଏ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ହିଁ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ନେଇଥା’ନ୍ତି। ଗର୍ଭନିରୋଧ ବ୍ୟବସ୍ଥା ବିଫଳ ହେଲେ ବାର ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇଥାଏ। କେତେକ ସ୍ବତନ୍ତ୍ର କ୍ଷେତ୍ରରେ ବାରରୁ କୋଡ଼ିଏ ସପ୍ତାହ ମଧ୍ୟରେ ଗର୍ଭପାତ ଆଇନ ସମ୍ମତ ହୋଇଥାଏ। ଜୀବନ ପ୍ରତି ବିପଦ ଥିବା କାରଣରୁ ଏହି ସମୟରେ ଗର୍ଭପାତ ନିହାତି ଆବଶ୍ୟକ ହୋଇଥାଏ। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ଅତ୍ୟଧିକ ରକ୍ତସ୍ରାବ ଯୋଗୁ ୨୫% ଗର୍ଭବତୀଙ୍କ ଗର୍ଭାବସ୍ଥାରେ ହିଁ ମୃତ୍ୟୁ ହୋଇଥିବାବେଳେ ସଂକ୍ରମଣ କାରଣରୁ ୧୫%, ଅସୁରକ୍ଷିତ ଗର୍ଭପାତ କାରଣରୁ ୧୩%, ଅସହ୍ୟ ପ୍ରସବ ବେଦନା ପାଇଁ ୮%, ଏକ୍ଲାମ୍ପସିଆ କାରଣରୁ ୧୨%, ଅନ୍ୟାନ୍ୟ ପାରିପାର୍ଶ୍ୱିକ କାରଣ ପାଇଁ ୮% ଓ ପରୋକ୍ଷ କାରଣ ପାଇଁ ୧୯% ଗର୍ଭବତୀ ଆଖି ବୁଜିଥା’ନ୍ତି। ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ସାରା ବିଶ୍ୱରେ ପାଖାପାଖି କୋଡ଼ିଏ ନିୟୁତ ଅସୁରକ୍ଷିତ ଗର୍ଭପାତ ହୋଇଥାଏ। ଏହା ମଧ୍ୟରୁ ୯୭% ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ହୋଇଥାଏ। ଫଳରେ ପ୍ରତିବର୍ଷ ଅନୂନ୍ୟ ୬୮ ହଜାର ମହିଳାଙ୍କ ମୃତ୍ୟୁ ହୋଇଥାଏ। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ସାରା ବିଶ୍ୱରେ ଯେତେ ମାତୃ ମୃତ୍ୟୁହାର ହେଉଛି, ସେଥିମଧ୍ୟରୁ ୧୩% ଅସୁରକ୍ଷିତ ଗର୍ଭପାତ କାରଣରୁ ହୋଇଥାଏ। ସେହିପରି ୫ ନିୟୁତ ମହିଳା ଶାରୀରିକ ତଥା ମାନସିକ ଭାବେ ଭିନ୍ନକ୍ଷମ ପାଲଟି ଯାଉଛନ୍ତି।
ଯେଉଁ ଦେଶରେ ଗର୍ଭପାତକୁ ଆଇନତଃ ସ୍ବୀକୃତି ମିଳିନାହିଁ, ସେଠାରେ ଅଧିକ ପରିମାଣରେ ଅସୁରକ୍ଷିତ ଗର୍ଭପାତ କରାଯାଉଥିବା ଜଣାଯାଏ। ସେହିପରି ଅନେକ ସମୟରେ ଗର୍ଭନିରୋଧ ବଟିକାର ବ୍ୟବହାର ସମ୍ପର୍କରେ ନ ଜାଣିବା ଅସୁରକ୍ଷିତ ଗର୍ଭପାତର କାରଣ ପାଲଟିଥାଏ। ଏକ ରିପୋର୍ଟର ତଥ୍ୟ ଅନୁଯାୟୀ, ଆଧୁନିକ ପରିବାର ନିୟନ୍ତ୍ରଣ ଓ ଗର୍ଭବତୀମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଗଲେ ଗର୍ଭପାତଜନିତ ମୃତ୍ୟୁହାରକୁ ବାର୍ଷିକ ପାଖାପାଖି ୭୫% କମାଇ ଦିଆଯାଇପାରନ୍ତା। ଗର୍ଭପାତ ଶାରୀରିକ ସମସ୍ୟା ଓ ଗର୍ଭସ୍ଥ ଶିଶୁପାଇଁ ବିପଦର କାରଣ ଥିଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନେ ସବୁ ଦିଗକୁ ବିଚାର କରି ଗର୍ଭପାତ କରିଥା’ନ୍ତି। ତେବେ ଗର୍ଭପାତ ପାଇଁ ମନ ନ ବଳାଇ ବରଂ ସୁରକ୍ଷିତ ଶିଶୁଟିକୁ ନୂତନ ଆଲୋକ ଦେଖାଇବା ପାଇଁ ଗର୍ଭବତୀମାନେ ନିଜକୁ ପ୍ରସ୍ତୁତ କରିବା ଉଚିତ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri