ନୂଆ ଗର୍ଭପାତ ଆଇନ

ଡା.ଶୁଭଶ୍ରୀ ମିଶ୍ର

 

ଗର୍ଭ ନଷ୍ଟ କରିବାର ସମୟ ସୀମାକୁ ଚାରି ସପ୍ତାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗର୍ଭପାତ ସଂଶୋଧନ ବିଲ୍‌-୨୦୨୩ ଉପରେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ। ଏହାଫଳରେ ଆଗାମୀ ଦିନରେ ଜଣେ ଗର୍ଭବତୀ ମହିଳା ଚାହିଁଲେ ତାଙ୍କ ଗର୍ଭକୁ ୨୪ ସପ୍ତାହ ମଧ୍ୟରେ ନଷ୍ଟ କରିପାରିବେ। ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ତେବେ ଏହି ୨୪ ସପ୍ତାହର ସମୟସୀମା କେବଳ ବିଶେଷ କ୍ଷେତ୍ରରେ ଲାଗୁ ହେବ। ଦୁଷ୍କର୍ମ ପୀଡ଼ିତା, ରୋଗଗ୍ରସ୍ତ ମହିଳା ଓ ଅବାଞ୍ଛିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ପୂର୍ବରୁ ଗର୍ଭ ନଷ୍ଟ କରିବାର ଆଇନଗତ ସମୟସୀମା ୨୦ ସପ୍ତାହ ରହିଥିଲା। ନିକଟରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍ସି ସଂଶୋଧନ ବିଲ ୨୦୨୩କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଫଳରେ ୧୯୭୧ ମସିହା ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍ସି ଆଇନରେ ସଂଶୋଧନ କରିବାର ରାସ୍ତା ସଫା ହୋଇଛି। ଏହି ବିଲ୍‌କୁ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବ। ଏହି ବିଲ୍‌ ଗୃହୀତ ହେଲେ ମହିଳାମାନେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଆଇନଗତ ଭାବେ ଅଧିକାର ପାଇବେ। ତେବେ ଏହା ପୂର୍ବରୁ ୨ଜଣ ଡାକ୍ତରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ସରକାରୀ ଡାକ୍ତର ହୋଇଥିବା ଦରକାର। ସୂଚନାଯୋଗ୍ୟ, ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରାଯିବାବେଳେ ପ୍ରସୂତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେବେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କଲେ ଏହା ସୁରକ୍ଷିତ ହୋଇପାରିବ ବୋଲି କୁହାଯାଉଛି। ଏହି ସଂଶୋଧିତ ବିଲ୍‌ ଫଳରେ ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଗର୍ଭବତୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ଅନେକ ସମୟରେ ବେଆଇନ ଭାବେ ଲୁଚାଛପାରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଗର୍ଭପାତ କରାଯାଉଥିବାରୁ ଜଣେ ଯୁବତୀ ପରବର୍ତ୍ତୀ ସମୟରେ ମା’ ହୋଇ ପାରୁନାହାନ୍ତି। ତେଣୁ ଏହି ନୂଆ ଆଇନ ଫଳରେ ଏବେ ଏହି ବିପଦ ମଧ୍ୟ ଆଉ ରହିବନାହିଁ। ସୂଚନାଯୋଗ୍ୟ, ଗତବର୍ଷ ଗର୍ଭପାତ ସମୟସୀମା ବୃଦ୍ଧି କରିବା ପାଇଁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଥିଲା ଯେ, ଗର୍ଭପାତ ସମୟ ସୀମାକୁ ୨୦ ସପ୍ତାହରୁ ୨୪ କିମ୍ବା ୨୬ ସପ୍ତାହ କରିବା ପାଇଁ ବିଚାରବିମର୍ଶ ଆରମ୍ଭ କରାଯାଉଛି। ଅମିତ ଶାହିନ ନାମକ ଯୁବକ ତାଙ୍କ ଜନସ୍ବାର୍ଥ ମାମଲାରେ କହିଥିଲେ ଯେ, ମହିଳାମାନେ ଗର୍ଭଧାରଣ ପରେ ସମାଜରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଭଳି ଭାବେ ଗର୍ଭଧାରଣର କ୍ଷମତା ମହିଳାଙ୍କ ପାଖରେ ରହିଛି, ଠିକ୍‌ ସେହିପରି ଗର୍ଭ ନଷ୍ଟ କରିବାର କ୍ଷମତା ମଧ୍ୟ ମହିଳାଙ୍କ ପାଖରେ ରହିବା ଦରକାର ବୋଲି ସେ ଯୁକ୍ତି ବାଢ଼ିଥିଲେ। ଉଲ୍ଲେଖଯୋଗ୍ୟ ନେପାଳ, ଫ୍ରାନ୍ସ, ଇଂଲଣ୍ଡ, ଅଷ୍ଟ୍ରିଆ, ଇଥିଓପିଆ, ଇଟାଲୀ, ସ୍ପେନ, ଆଇସ୍‌ଲ୍ୟାଣ୍ଡ, ନରୱେ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ ଓ ସ୍ବିଜରଲ୍ୟାଣ୍ଡ ଭଳି ଦେଶର ଗର୍ଭପାତ କରିବାର ସମୟସୀମା ୨୦ ସପ୍ତାହରୁ ଅଧିକ ରହିଛି। ସେହିପରି ଡେନ୍‌ମାର୍କ, ଘାନା, କାନାଡ଼ା, ଜର୍ମାନୀ, ଭିଏତ୍‌ନାମ ଓ ଜିମ୍ବାୱେ ଭଳି ଦେଶରେ ଯେକୌଣସି ସମୟରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି।
ଗର୍ଭାବସ୍ଥାର କିଛି ସପ୍ତାହ ମଧ୍ୟରେ ଭ୍ରୂଣକୁ ନଷ୍ଟ କରାଯିବା ପ୍ରକ୍ରିୟାକୁ କୁହାଯାଏ ଗର୍ଭପାତ। ଭାରତରେ ପ୍ରଚଳିତ ଏମ୍‌ଟିପି ଆକ୍ଟ ଅନୁଯାୟୀ କେଉଁ ପରିସ୍ଥିତିରେ ଗର୍ଭପାତ ହୋଇପାରିବ, କିଏ ଗର୍ଭପାତ କରିବେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ବ୍ୟବସ୍ଥା ରହିଛି। ତଥାପି ଅଜ୍ଞତାବଶତଃ ବହୁ ମହିଳା ବିନା ଡାକ୍ତରୀ ପରାମର୍ଶରେ ଅସୁରକ୍ଷିତ ଉପାୟରେ ଗର୍ଭପାତ କରୁଛନ୍ତି, ଯଦ୍ଦ୍ବାରା କେତେକ କ୍ଷେତ୍ରରେ ଗର୍ଭସ୍ଥ ଶିଶୁ ସହ ମାଆର ବି ମୃତ୍ୟୁ ହୋଇଥାଏ। କେତେକ କ୍ଷେତ୍ରରେ ଗର୍ଭବତୀ ମହିଳାର ଶାରୀରିକ ସ୍ଥିତି ଓ ଅବସ୍ଥାକୁ ଲକ୍ଷ୍ୟ କରି ଡାକ୍ତରଙ୍କ ପରାମର୍ଶରେ ହିଁ ଗର୍ଭସ୍ଥ ଭ୍ରୂଣଟିକୁ ନଷ୍ଟ କରାଯାଇଥାଏ। ଏହା ବ୍ୟତୀତ ଆଉ କେତେକ କାରଣ ଯଥା ଗର୍ଭଧାରଣ ଯୋଗୁ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଥିଲେ ଶିଶୁଟି ଜନ୍ମ ପରେ ବିକଳାଙ୍ଗ ହେବାର ଆଶଙ୍କା ଥିଲେ ବା କେତେକ କ୍ଷେତ୍ରରେ ଗର୍ଭରେ ଥିବା ଏକରୁ ଅଧିକ ପିଲାର କାରଣରୁ ଡାକ୍ତରଙ୍କ ପରାମର୍ଶରେ ଗର୍ଭପାତ କରାଯାଇଥାଏ।
୧୯୭୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ମେଡିକାଲ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍‌ନାନ୍ସି ବା ଏମ୍‌ଟିପି ଆକ୍ଟ କାର୍ଯ୍ୟକାରୀ ହେଲା। ଗର୍ଭବତୀ ମହିଳା କିମ୍ବା ଗର୍ଭସ୍ଥ ଶିଶୁର ଜୀବନ ହାନି ପରି ପରିସ୍ଥିତି ଉପୁଜିଲେ ଗର୍ଭପାତ କରାଯାଇଥାଏ। ସେହିପରି ଅଲଟ୍ରା ସାଉଣ୍ଡ ରିପୋର୍ଟରେ ଗର୍ଭସ୍ଥ ଶିଶୁଟି ଯଦି ବିକଳାଙ୍ଗ ବୋଲି ଜଣାପଡ଼େ କିମ୍ବା ବଳାତ୍କାର ଶିକାର ଦ୍ୱାରା ଗର୍ଭବତୀ କାରଣ, ଅପରିପକ୍ୱ ବାଳିକାଙ୍କ କ୍ଷେତ୍ରରେ ଏହିପରି କିଛି କାରଣକୁ ନେଇ ସାମାଜିକ ଦୃଷ୍ଟିକୋଣରୁ ଗର୍ଭପାତ ଆଇନ ସମ୍ମତ। ତେବେ ଏ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ହିଁ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ନେଇଥା’ନ୍ତି। ଗର୍ଭନିରୋଧ ବ୍ୟବସ୍ଥା ବିଫଳ ହେଲେ ବାର ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇଥାଏ। କେତେକ ସ୍ବତନ୍ତ୍ର କ୍ଷେତ୍ରରେ ବାରରୁ କୋଡ଼ିଏ ସପ୍ତାହ ମଧ୍ୟରେ ଗର୍ଭପାତ ଆଇନ ସମ୍ମତ ହୋଇଥାଏ। ଜୀବନ ପ୍ରତି ବିପଦ ଥିବା କାରଣରୁ ଏହି ସମୟରେ ଗର୍ଭପାତ ନିହାତି ଆବଶ୍ୟକ ହୋଇଥାଏ। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ଅତ୍ୟଧିକ ରକ୍ତସ୍ରାବ ଯୋଗୁ ୨୫% ଗର୍ଭବତୀଙ୍କ ଗର୍ଭାବସ୍ଥାରେ ହିଁ ମୃତ୍ୟୁ ହୋଇଥିବାବେଳେ ସଂକ୍ରମଣ କାରଣରୁ ୧୫%, ଅସୁରକ୍ଷିତ ଗର୍ଭପାତ କାରଣରୁ ୧୩%, ଅସହ୍ୟ ପ୍ରସବ ବେଦନା ପାଇଁ ୮%, ଏକ୍ଲାମ୍ପସିଆ କାରଣରୁ ୧୨%, ଅନ୍ୟାନ୍ୟ ପାରିପାର୍ଶ୍ୱିକ କାରଣ ପାଇଁ ୮% ଓ ପରୋକ୍ଷ କାରଣ ପାଇଁ ୧୯% ଗର୍ଭବତୀ ଆଖି ବୁଜିଥା’ନ୍ତି। ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ସାରା ବିଶ୍ୱରେ ପାଖାପାଖି କୋଡ଼ିଏ ନିୟୁତ ଅସୁରକ୍ଷିତ ଗର୍ଭପାତ ହୋଇଥାଏ। ଏହା ମଧ୍ୟରୁ ୯୭% ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ହୋଇଥାଏ। ଫଳରେ ପ୍ରତିବର୍ଷ ଅନୂନ୍ୟ ୬୮ ହଜାର ମହିଳାଙ୍କ ମୃତ୍ୟୁ ହୋଇଥାଏ। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଉଛି ସାରା ବିଶ୍ୱରେ ଯେତେ ମାତୃ ମୃତ୍ୟୁହାର ହେଉଛି, ସେଥିମଧ୍ୟରୁ ୧୩% ଅସୁରକ୍ଷିତ ଗର୍ଭପାତ କାରଣରୁ ହୋଇଥାଏ। ସେହିପରି ୫ ନିୟୁତ ମହିଳା ଶାରୀରିକ ତଥା ମାନସିକ ଭାବେ ଭିନ୍ନକ୍ଷମ ପାଲଟି ଯାଉଛନ୍ତି।
ଯେଉଁ ଦେଶରେ ଗର୍ଭପାତକୁ ଆଇନତଃ ସ୍ବୀକୃତି ମିଳିନାହିଁ, ସେଠାରେ ଅଧିକ ପରିମାଣରେ ଅସୁରକ୍ଷିତ ଗର୍ଭପାତ କରାଯାଉଥିବା ଜଣାଯାଏ। ସେହିପରି ଅନେକ ସମୟରେ ଗର୍ଭନିରୋଧ ବଟିକାର ବ୍ୟବହାର ସମ୍ପର୍କରେ ନ ଜାଣିବା ଅସୁରକ୍ଷିତ ଗର୍ଭପାତର କାରଣ ପାଲଟିଥାଏ। ଏକ ରିପୋର୍ଟର ତଥ୍ୟ ଅନୁଯାୟୀ, ଆଧୁନିକ ପରିବାର ନିୟନ୍ତ୍ରଣ ଓ ଗର୍ଭବତୀମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଗଲେ ଗର୍ଭପାତଜନିତ ମୃତ୍ୟୁହାରକୁ ବାର୍ଷିକ ପାଖାପାଖି ୭୫% କମାଇ ଦିଆଯାଇପାରନ୍ତା। ଗର୍ଭପାତ ଶାରୀରିକ ସମସ୍ୟା ଓ ଗର୍ଭସ୍ଥ ଶିଶୁପାଇଁ ବିପଦର କାରଣ ଥିଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନେ ସବୁ ଦିଗକୁ ବିଚାର କରି ଗର୍ଭପାତ କରିଥା’ନ୍ତି। ତେବେ ଗର୍ଭପାତ ପାଇଁ ମନ ନ ବଳାଇ ବରଂ ସୁରକ୍ଷିତ ଶିଶୁଟିକୁ ନୂତନ ଆଲୋକ ଦେଖାଇବା ପାଇଁ ଗର୍ଭବତୀମାନେ ନିଜକୁ ପ୍ରସ୍ତୁତ କରିବା ଉଚିତ।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?