କେବେହେଲେ ଏହି ୩ ସମ୍ପର୍କ ଉପରେ କରନ୍ତୁ ନାହିଁ ବିଶ୍ୱାସ: ହରଡଘଣାରେ ପଡ଼ିବେ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଚାଣକ୍ୟଙ୍କ ବିଚାର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି।

ନିଜ ନୀତିଶାସ୍ତ୍ରରେ ଚାଣକ୍ୟ କହିଛନ୍ତି, ସାଂସାରିକ ବ୍ୟକ୍ତିଙ୍କୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଉଚିତ ନୁହେଁ। ଏପରି କରିବା ବିଶ୍ୱାସଘାତକତାକୁ ଜନ୍ମ ଦେଇଥାଏ। କାରଣ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ବିଶ୍ୱାସଯୋଗ୍ୟ କି ନୁହେଁ ତାକୁ ଦଶଥର ପରଖି ନିଅନ୍ତୁ। ଏପରିକି ଏହି ୩ ପ୍ରକାର ଲୋକଙ୍କୁ କେବେ ହେଲେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଲୋଭୀ ନାରୀଠାରୁ ଦୂରରେ ରୁହନ୍ତୁ:
କୌଣସି ବ୍ୟକ୍ତିଙ୍କୁ ଲୋଭୀ ନାରୀ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁ ନାରୀ ଧନ, ସମ୍ପତ୍ତି, ଗହଣା, କୋଠା, ସୁଖ ଏବଂ ସମ୍ଭୋଗ ଆଶାରେ ପୁରୁଷ ପାଖକୁ ଯାଇଥାଏ, ତାଙ୍କୁ ବିଶ୍ୱାସ କରିବା ଠିକ୍‌ ନୁହେଁ। କାରଣ ସମୟ ଏବଂ ପରିସ୍ଥିତିକୁ ଦେଖି ଏଭଳି ନାରୀ ମାନେ ବିଶ୍ୱାସଘାତକ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଏଭଳି ନାରୀଙ୍କଠାରୁ ଦୂରେଇ ରୁହନ୍ତୁ।

ବିଶ୍ୱାସଘାତକ ହୋଇଥାନ୍ତି ପ୍ରତିନ୍ଦ୍ୱନ୍ଦୀ:
କୌଣସି ବ୍ୟକ୍ତିଙ୍କୁ ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯିଏ ଏପରି କରନ୍ତି ସେ ପ୍ରତାରିତ ହୁଅନ୍ତି। ଏଣୁ ରକ୍ତ ସମ୍ପର୍କୀୟ ହୁଅନ୍ତୁ ଅବା ଭାଇ, ସେ ପ୍ରତିନ୍ଦ୍ୱନ୍ଦୀ ହୋଇଥିଲେ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଜୀବନର କୌଣସି ପ୍ରତିଯୋଗୀତାରେ ସମ୍ପର୍କକୁ ଭୁଲି କେବଳ ଜିତିବା ଉପରେ ଲକ୍ଷ୍ୟ ରଖିବା ଉଚିତ।

ନୂଆ କରି ବନ୍ଧୁ ହୋଇଥିବା ଲୋକ ବିଶ୍ୱାସଯୋଗ୍ୟ ନୁହନ୍ତି:
ଚାଣକ୍ୟ ନୀତିରେ ଚାଣକ୍ୟ କହିଛନ୍ତି, ନୂଆ ବନ୍ଧୁଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ଚାରି ଦିନ ପାଇଁ ବନ୍ଧୁତା ସମ୍ପର୍କ ରଖିବା ଲୋକଙ୍କ ମନରେ କିଛି ନା କିଛି ସ୍ବାର୍ଥ ଜଡ଼ିତ ଥାଏ। ଏଣୁ ସେ ସତ ମନରେ ବନ୍ଧୁତାର ସମ୍ପର୍କ ରଖି ନ ଥାନ୍ତି। ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ମୁର୍ଖତାର ପରିଚୟ। ସେମାନେ ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…

ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ...

ଏହି ମାସରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ

ଜଣେ ବ୍ୟକ୍ତିର ସ୍ବଭାବ ତା’ର ନାମ ଏବଂ ଜନ୍ମ ବେଳାରୁ ଜଣାପଡ଼ିଥାଏ। ତେବେ ନଭେମ୍ବର ମାସରେ ଜନ୍ମ ହୋଇଥିବା ଲୋକମାନେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶୀତଦିନେ ଖାଆନ୍ତୁ ଏହି ରଙ୍ଗର ପନିପରିବା ଓ ଫଳ…

ଶୀତଦିନେ ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଖାଇଲେ ବହୁ ଉପକାର ମିଳିଥାଏ। ଏସବୁ ପନିପରିବା ଓ ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି...

ଟ୍ରେଣ୍ଡରେ ‘ଟି ଲେଙ୍ଗ୍‌ଥ ଡ୍ରେସ୍‌’

ଯେଉଁ ଡ୍ରେସ୍‌ର ଲମ୍ବା ଆଣ୍ଠୁ ତଳକୁ, ହେଲେ ଗୋଇଠି ଉପରକୁ ରହିଥାଏ, ତାକୁ ଟି ଲେଙ୍ଗ୍‌ଥ ଡ୍ରେସ୍‌ କୁହାଯାଏ। ଏହି ଡ୍ରେସ୍‌କୁ ପିନ୍ଧିଲେ କମ୍ଫଟେବଲ ଲାଗିବା...

ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌...

ଆଣ୍ଠୁଗଣ୍ଠି ରୋଗ ଉପଶମ କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି,...

ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ...

ସ୍ବପ୍ନରେ ନିଜକୁ ଗରିବ ବୋଲି ଦେଖୁଛନ୍ତି କି; ଜାଣନ୍ତୁ କ’ଣ ଘଟିବ ଆପଣଙ୍କ ସହ…

ସ୍ବପ୍ନ, ଯାହା ବନ୍ଦ ଆଖିରେ ଦେଖାଯାଏ। ତେବେ ସ୍ବପ୍ନ ଭବିଷ୍ୟତର ସଙ୍କେତ ବୋଲି କେହି କେହି କହିଥାନ୍ତି। ସ୍ବପ୍ନଶାସ୍ତ୍ର ଅନୁଶାରେ, ରାତିରେ ନିଦରେ ଆମେ ଜାହା...

Advertisement
Archives

Model This Week