୫ ଦିନ ହେଲା ନେଟ୍‌ୱର୍କ ଫେଲ୍‌: ବଢୁଛି ଅସନ୍ତୋଷ

ଲାଞ୍ଜିଗଡ଼,୧୨।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ଦିନ ହେଲାଣି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ନେଟ୍‌ୱର୍କ ଫେଲ୍‌ ରହିଥିବା ଅଭିଯୋଗ ହୋଇଛି। ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅସନ୍ତୋଷ ଦେଖାଦେଇଛି।
ବିଏସ୍‌ଏନ୍‌ଏଲ୍‌ ଏକ ପୁରୁଣା ଟେଲିକମ୍‌ କମ୍ପାନୀ ହୋଇଥିବା ବେଳେ ଲୋକେ ଏବେ ବି ଏହି ସିମ୍‌ର ବହୁଳ ବ୍ୟବହାର କରୁଛନ୍ତି। ଏପରି କି ଅଞ୍ଚଳର ଅଫିସଗୁଡିକରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ର ବ୍ୟବହାର ହେଉଛି। ଏଭଳି ସ୍ଥତିରେ ନେଟ୍‌ଓ୍ବର୍କ ଫେଲ୍‌ ହେବା ଯୋଗୁ ଲୋକଙ୍କ ଆସ୍ଥା ହରାଉଛି । ଅଞ୍ଚଳର ଅଧିକାଂଶ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ୍‌ ନମ୍ବର ଥିବାରୁ ବର୍ତ୍ତମାନ ସେମାନେ ଟ୍ରାଞ୍ଜାକ୍ସନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ ଲାଞ୍ଜିଗଡ଼ ଅଞ୍ଚଳରେ ବିଦ୍ୟୁତ୍‌ କଟିଲେ ନେଟ୍‌ୱର୍କ ମଧ୍ୟ ଫେଲ୍‌ ରହୁଛି। ଏଭଳିସ୍ଥିତିରେ ଏହାକୁ ଠିକ୍‌ କରିବାରେ ୩ରୁ ୪ ଦିନ ଲାଗୁଛି। ଏଥିପ୍ରତି ଅଧିକାରୀଙ୍କ କୌଣସି ନିଘା ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ପଚାରିଲେ ଏହାର ଠିକ୍‌ ଉତ୍ତର ମିଳୁନାହିଁ I ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଅନ୍ୟପକ୍ଷେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରୁଛନ୍ତି। ହେଲେ ସରକାରୀବାବୁଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ତାହା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ଼ ସହରରେ ଲୋକେ ଅଧିକ ମାତ୍ରାରେ ବିଏସ୍‌ଏନଏଲ୍‌ ସିମ୍‌ ବ୍ୟବହାର କରୁଛନ୍ତି। ହେଲେ ସେବା ନ ମିଳିବାରୁ ଶେଷରେ ସିମ୍‌ ବଦଳାଇବାକୁ ବାଧ୍ୟ ହେଉଛନ୍ତି I ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର, ଦୁର୍ଗମ ଏବଂ ଘାଟି ଅଞ୍ଚଳରେ ଥିବା ମୁଷନାଳ ଓ ବିଜେପୁରଠାରେ ବିଏସ୍‌ଏନଏଲ୍‌ ଟାୱାର ସ୍ଥାପନ କରାଯାଇଛି। ହେଲେ ତାହା ନାମକୁମାତ୍ର। ନେଟ୍‌ଓ୍ବର୍କ ପାଇଁ ଲୋକେ ହାତୀଶାଳ ଘାଟିକୁ ଆସୁଥିବା ଦେଖିବାକୁ ମିଳୁଛି। ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଦରକାର ପଡିଲେ ଲୋକେ ଅସୁବିଧା ଭୋଗୁଛନ୍ତି। ଏନେଇ ଲୋକେ କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି । ଏନେଇ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣିି। ଏହାକୁ ନେଇ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ, ଭିଏତନାମରେ କଲେ….

ଭବାନୀପାଟଣା,୪।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂଲିଶ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?