ବହୁଚର୍ଚ୍ଚିତ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ ଅଫିସ,୧୭ା୮: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସେ କହିଛନ୍ତି, ରବିବାର ରାତିରେ ନେତ୍ରାନନ୍ଦଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ସ୍କୁଲରେ ଠିକା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନ ଢାଳି ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି ଏବଂ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେହିବର୍ଷ ନଭେମ୍ବର ୧ରେ ଇତିଶ୍ରୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଏଥିରେ ସେହି ସ୍କୁଲର ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଜନସ୍ବାର୍ଥ ମାମଲାରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ ଏପ୍ରିଲରେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ରାୟଗଡ଼ା ଜିଲା ଓ ଦୌରାଜଜ୍‌ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେହିଦିନଠାରୁ ସେ ଜେଲ୍‌ରେ ସଜା କାଟୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ପ୍ଲାଷ୍ଟର, ଶିଶୁ ରୋଗୀ ଅଳ୍ପକେ ବର୍ତ୍ତିଲେ

କେନ୍ଦ୍ରାପଡ଼ା ଅଫିସ, ୧୪ା୪: କେନ୍ଦ୍ରାପଡ଼ା ସହରର ଶାମଗୁଡିଆସ୍ଥିତ ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟର ଛାତରୁ ଗୁରୁବାର ପ୍ଲାଷ୍ଟର ଖସିଛି। ନ୍ୟୁଟ୍ରେଶନ ରିହାବିଲିଟେଶନ ସେଣ୍ଟରରେ ଥିବା ୧୨...

ନାବାଳିକା ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୧୧ା୫ (ନି.ପ୍ର.):ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ଜୟପୁର ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟରେ ଶୁଣାଣି କରାଯାଇଛି। ଆଡହକ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଦୀପ...

ଗଞ୍ଜାମ ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ୩୨୧୨ ପ୍ରବାସୀ: ଘରକୁ ଫେରିଲେଣି ୨୬୦୨

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୩୦ କାରାଣ୍ଟାଇନ ସେଣ୍ଟରରୁ ୯୩ଟି କାର୍ଯ୍ୟକ୍ଷମ ହୋଇଛି l ବ୍ଲକର ୩୨୧୨ ପ୍ରବାସୀ କାରାଣ୍ଟାଇନରେ ଭର୍ତ୍ତି ହୋଇଥିଲେ l...

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତି ଆୟୋଗ ଟିମ୍‌

ପୁରୀ ଅଫିସ, ୧୬।୧୨(ଡି.ଏନ୍‌.ଏ.): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଗୁରୁବାର ପୁରୀ ଯାଇ...

ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ...

ମୋଟୁର ସିଲେରୁ ନଦୀରେ ସେତୁ ନିର୍ମାଣ ପରେ ୩୩୨ ମିଟର ଆପ୍ରୋଚ ରୋଡ୍‌ ନିର୍ମାଣରେ ପ୍ରଶାସନର ବିଳମ୍ବ: ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ମାଲକାନଗିରି,୧୯।୭(ଡି.ଏନ୍‌.ଏ): ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଅନ୍ୟ ଏକ ସ୍ବପ୍ନ ମୋଟୁର ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ପରେ ମଧ୍ୟ...

ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉଠିଲା ଧାନ

କାମାକ୍ଷାନଗର, ୧୩।୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ମିଲରଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ସୋମବାର ଚାଷୀ ଅସନ୍ତୋଷ...

କିନ୍ନରଙ୍କୁ ପଟ୍ଟା ବଣ୍ଟନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ରହୁଥିବା ୧୭ ଜଣ କିନ୍ନରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଘରବାଡ଼ି ପଟ୍ଟା ପ୍ରଦାନ କରଯାଇଛି। ଜିଲାପାଳ ବିଜୟ ଅମୃତା...

Advertisement
Archives

Model This Week