ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ ଦାନଗଦି ବ୍ଲକ କେନ୍ଦୁଡିପି ଗ୍ରାମର ଏକାଧିକ ପରିବାର ଜଳଘେରରେ ରହିଛନ୍ତି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଯାଜପୁର ଆରକ୍ଷୀ ଅଧୀକ୍ଷକ, ତହସିଲଦାର ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତ୍ରୁଟିପୂର୍ଣ୍ଣ ରେଲଲାଇନ ନିର୍ମାଣ ଯୋଗୁ କେତେବେଳେ ଯେ ବର୍ଷା ପାଣି ଘେରରେ ଥିବା ଘରଗୁଡିକ ଭୁଶୁଡ଼ି ପଡ଼ିବ ସେନେଇ ପରିବାର ଲୋକ ଆତଙ୍କିତ ଭାବେ ଜୀବନ ଅତିବାହିତ କରୁଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇଥିବା ରେଲୱେ ଲାଇନର ଉତ୍ତର ପାର୍ଶ୍ୱରେ ୪୦ ବର୍ଷ ଧରି ୭୩୩ ପ୍ଲଟ୍‌ ଓ ୭୩ ଖାତା ନମ୍ବର ଜମିରେ ଏକାଧିକ ପରିବାର ଘର କରି ରହୁଛନ୍ତି। ଏଥିରେ ଲକ୍ଷ୍ମୀ ରାଉତ, କୈଳାସ ବାରିକ, କେଶବ ବାରିକ, ସନାତନ ବାରିକ, ଧୋଇଧର ବାରିକ, ଦୀନବନ୍ଧୁ ବାରିକ, ରମେଶ ବାରିକ, ଆଦିକନ୍ଦ ବାରିକ ପ୍ରମୁଖ ବିପଦାପନ୍ନ ଅବସ୍ଥାରେ କାଳାତିପାତ କରୁଛନ୍ତି। ରେଳଲାଇନରେ ନିର୍ଭରଶୀଳ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅମାନବୀୟ ବ୍ୟବହାର ଅଞ୍ଚଳବାସୀଙ୍କୁ ଆନ୍ଦୋଳନମୁଖୀ କରିଛି। ଶିଳ୍ପ, ଖଣି ଏବଂ ଅନ୍ୟାନ୍ୟ ପ୍ରକଳ୍ପରେ କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କ ସମସ୍ୟାକୁ ସହୃଦୟତାର ସହ ସମାଧାନ କରିବାକୁ ସରକାର କହୁଛନ୍ତି। ହେଲେ ବାସ୍ତବରେ ଏହା କେବଳ ଲୋକଦେଖାଣିଆ। ଉଦାହରଣ ଭାବେ କଳିଙ୍ଗନଗର ଶିଳ୍ପାଞ୍ଚଳର ରେଳଲାଇନ କଡ଼ରେ ବସବାସ କରୁଥିବା କେନ୍ଦୁଡିପି ଗ୍ରାମର କ୍ଷତିଗ୍ରସ୍ତଙ୍କ ସମସ୍ୟା ଉପରେ ପ୍ରଶାସନ ଆଖି ବୁଜିଦେଇଛି। ନଚେତ ଲକ୍ଷ୍ମୀଙ୍କ ବାସଗୃହଠାରୁ ମାତ୍ର ୨ ମିଟର ଦୂରତାରେ ରେଳଲାଇନ ବିଛାଯାଇ ନ ଥାନ୍ତା ବୋଲି ମତପ୍ରକାଶ ପାଇଛି। ପ୍ରଥମେ ପ୍ରଭାବିତ ପରିବାରବର୍ଗଙ୍କୁ ବିସ୍ଥାପିତ ଓ ଥଇଥାନ କରିବା ପରେ ରେଳଲାଇନ ବିଛା କାର୍ଯ୍ୟ ହେବା କଥା ବୋଲି ସେତେବେଳେ ଦାବି ମଧ୍ୟ ହୋଇଥିଲା। ଯେତେବେଳେ ଲୁହାପଥର, ଷ୍ଟିଲ, କୋଇଲା ଆଦି ବୋଝେଇ ଟ୍ରେନ ସେହି ରେଳଲାଇନ ଦେଇ ଅତିକ୍ରମ କରେ ସେତେବେଳେ ଆଖପାଖ ଘର ପରିସର ଭୂକମ୍ପ ହେବା ଭଳି ପ୍ରତୀୟମାନ ହୋଇଥାଏ। ଏଥିଯୋଗୁ କାନ୍ଥରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିବା ହୋଇଛି। ଏପରିକି ପ୍ରଭାବିତ ପରିବାରବର୍ଗ କୋର୍ଟକଚେରିର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ନ୍ୟାୟ ବହୁ ଦୂର ବୋଲି ଲକ୍ଷ୍ମୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଶନିବାର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରେଳଲାଇନ କଡ଼ରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଛି। ଏହାସହ କାନ୍ଥ ତଳୁ ମାଟି ଅତଡା ଖସି ଘରଗୁଡିକ ଦୁର୍ବଳ ହୋଇପଡ଼ିଛି। ଏହି ପରିସ୍ଥିତି ପ୍ରତିବର୍ଷ ଉପୁଜୁଛି। କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ନୀରବି ଯାଉଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଦାନଗଦି ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri