ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ ଦାନଗଦି ବ୍ଲକ କେନ୍ଦୁଡିପି ଗ୍ରାମର ଏକାଧିକ ପରିବାର ଜଳଘେରରେ ରହିଛନ୍ତି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଯାଜପୁର ଆରକ୍ଷୀ ଅଧୀକ୍ଷକ, ତହସିଲଦାର ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତ୍ରୁଟିପୂର୍ଣ୍ଣ ରେଲଲାଇନ ନିର୍ମାଣ ଯୋଗୁ କେତେବେଳେ ଯେ ବର୍ଷା ପାଣି ଘେରରେ ଥିବା ଘରଗୁଡିକ ଭୁଶୁଡ଼ି ପଡ଼ିବ ସେନେଇ ପରିବାର ଲୋକ ଆତଙ୍କିତ ଭାବେ ଜୀବନ ଅତିବାହିତ କରୁଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇଥିବା ରେଲୱେ ଲାଇନର ଉତ୍ତର ପାର୍ଶ୍ୱରେ ୪୦ ବର୍ଷ ଧରି ୭୩୩ ପ୍ଲଟ୍‌ ଓ ୭୩ ଖାତା ନମ୍ବର ଜମିରେ ଏକାଧିକ ପରିବାର ଘର କରି ରହୁଛନ୍ତି। ଏଥିରେ ଲକ୍ଷ୍ମୀ ରାଉତ, କୈଳାସ ବାରିକ, କେଶବ ବାରିକ, ସନାତନ ବାରିକ, ଧୋଇଧର ବାରିକ, ଦୀନବନ୍ଧୁ ବାରିକ, ରମେଶ ବାରିକ, ଆଦିକନ୍ଦ ବାରିକ ପ୍ରମୁଖ ବିପଦାପନ୍ନ ଅବସ୍ଥାରେ କାଳାତିପାତ କରୁଛନ୍ତି। ରେଳଲାଇନରେ ନିର୍ଭରଶୀଳ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅମାନବୀୟ ବ୍ୟବହାର ଅଞ୍ଚଳବାସୀଙ୍କୁ ଆନ୍ଦୋଳନମୁଖୀ କରିଛି। ଶିଳ୍ପ, ଖଣି ଏବଂ ଅନ୍ୟାନ୍ୟ ପ୍ରକଳ୍ପରେ କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କ ସମସ୍ୟାକୁ ସହୃଦୟତାର ସହ ସମାଧାନ କରିବାକୁ ସରକାର କହୁଛନ୍ତି। ହେଲେ ବାସ୍ତବରେ ଏହା କେବଳ ଲୋକଦେଖାଣିଆ। ଉଦାହରଣ ଭାବେ କଳିଙ୍ଗନଗର ଶିଳ୍ପାଞ୍ଚଳର ରେଳଲାଇନ କଡ଼ରେ ବସବାସ କରୁଥିବା କେନ୍ଦୁଡିପି ଗ୍ରାମର କ୍ଷତିଗ୍ରସ୍ତଙ୍କ ସମସ୍ୟା ଉପରେ ପ୍ରଶାସନ ଆଖି ବୁଜିଦେଇଛି। ନଚେତ ଲକ୍ଷ୍ମୀଙ୍କ ବାସଗୃହଠାରୁ ମାତ୍ର ୨ ମିଟର ଦୂରତାରେ ରେଳଲାଇନ ବିଛାଯାଇ ନ ଥାନ୍ତା ବୋଲି ମତପ୍ରକାଶ ପାଇଛି। ପ୍ରଥମେ ପ୍ରଭାବିତ ପରିବାରବର୍ଗଙ୍କୁ ବିସ୍ଥାପିତ ଓ ଥଇଥାନ କରିବା ପରେ ରେଳଲାଇନ ବିଛା କାର୍ଯ୍ୟ ହେବା କଥା ବୋଲି ସେତେବେଳେ ଦାବି ମଧ୍ୟ ହୋଇଥିଲା। ଯେତେବେଳେ ଲୁହାପଥର, ଷ୍ଟିଲ, କୋଇଲା ଆଦି ବୋଝେଇ ଟ୍ରେନ ସେହି ରେଳଲାଇନ ଦେଇ ଅତିକ୍ରମ କରେ ସେତେବେଳେ ଆଖପାଖ ଘର ପରିସର ଭୂକମ୍ପ ହେବା ଭଳି ପ୍ରତୀୟମାନ ହୋଇଥାଏ। ଏଥିଯୋଗୁ କାନ୍ଥରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିବା ହୋଇଛି। ଏପରିକି ପ୍ରଭାବିତ ପରିବାରବର୍ଗ କୋର୍ଟକଚେରିର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ନ୍ୟାୟ ବହୁ ଦୂର ବୋଲି ଲକ୍ଷ୍ମୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଶନିବାର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରେଳଲାଇନ କଡ଼ରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଛି। ଏହାସହ କାନ୍ଥ ତଳୁ ମାଟି ଅତଡା ଖସି ଘରଗୁଡିକ ଦୁର୍ବଳ ହୋଇପଡ଼ିଛି। ଏହି ପରିସ୍ଥିତି ପ୍ରତିବର୍ଷ ଉପୁଜୁଛି। କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ନୀରବି ଯାଉଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଦାନଗଦି ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?