ନେପାଳରେ ତେଜିଲା ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.):ଭାରତ-ନେପାଳ ମଧ୍ୟରେ ନିକଟ ଅତୀତରେ ଦେଖାଦେଇଥିବା ବିବାଦ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା। ଏହାକୁ ସୁଧାରିବା ଲାଗି ଦୁଇଦେଶ ଉଦ୍ୟମ ଆରମ୍ଭ କରୁଥିବାବେଳେ ନେପାଳରେ ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫା ଲାଗି ପି.କେ. ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ କମ୍ୟୁନିଷ୍ଟ ପାର୍ଟିର ବିଦ୍ରୋହୀ ଗୋଷ୍ଠୀ ଚାପ ପକାଇଛି। ସଙ୍କଟ ଟାଳିବା ଲାଗି ମଙ୍ଗଳବାର କାଠମାଣ୍ଡୁରେ ଥିବା ଚାଇନା ରାଷ୍ଟ୍ରଦୂତ ହୁ ୟାନ୍‌କି ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିଥିଲେ। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ଜଣାପଡିନାହିଁ। ଚଳିତ ମାସ ଶେଷ ଭାଗରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ଶ୍ରିଙ୍ଗଲା ନେପାଳ ଗସ୍ତ କରିବାକୁ ଥିବାବେଳେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ। ଏଥିସହିତ ଦୁଇଦେଶର ବାଣିଜ୍ୟ ଓ ଶକ୍ତି ସଚିବଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ପାଇଁ ମଧ୍ୟ ଆଲୋଚନା ଚାଲିଛି। ସୀମା କାର୍ଯ୍ୟକାରୀ ଗ୍ରୁପ୍‌ର ବୈଠକ ଚଳିତ ମାସରେ କରିବା ଲାଗି ନେପାଳ ପ୍ରସ୍ତାବ ଦେଇଥିଲେ ହେଁ ମହାମାରୀ ଯୋଗୁ ଏହା ସମ୍ଭବ ହୋଇ ନ ପାରେ ବୋଲି କୁହାଯାଉଛି।
କାଲାପାନି ସୀମା ବିବାଦରେ ଓଲି ଓ ତାଙ୍କ ମନ୍ତ୍ରୀମାନେ ନରମିଥିବାବେଳେ ଭାରତର ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେ ନିକଟରେ କାଠମାଣ୍ଡୁ ଗସ୍ତରେ ଯାଇ ସାମରିକ ସହଯୋଗ ବୃଦ୍ଧି ଲାଗି ଆହ୍ବାନ ଦେଇଥିଲେ।
ନେପାଳ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦଳକୁ ରକ୍ଷା କରିବା ଲାଗି ଓଲି ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପ୍ରଚଣ୍ଡ ଚାପ ପକାଉଛନ୍ତି। ତେବେ ଓଲି ଏତେ ସହଜରେ ପଦ ଛାଡ଼ୁ ନ ଥିବାରୁ ଦଳରେ ବିଭାଜନକୁ ଏଡାଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri