ଓଡ଼ିଶା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେପାଳ ଷ୍ଟଡି ମିଶନର ପ୍ରଶଂସା

ଭୁବନେଶ୍ୱର, ୭।୬(ବ୍ୟୁରୋ):ଓଡିଶା ଗସ୍ତରେ ଆସିଥିବା ନେପାଳର ଏକ ଉଚ୍ଚସ୍ତରୀୟ ଷ୍ଟଡି ମିଶନ ଟିମ୍‌ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ଠିକ୍‌ ଭାବେ କାର୍ଯ୍ୟାନ୍ବୟନ ଓଡ଼ିଶାର ଏକ ବଡ଼ ସଫଳତା ବୋଲି ମିଶନ ଟିମ୍‌ ସଦସ୍ୟମାନେ ମତ ଦେଇଛନ୍ତି। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ଟିମ୍‌ ସୋମବାର ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ କହିଥିଲେ ଯେ, କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଓ ନିର୍ଦ୍ଦେଶ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟଙ୍କୁ ଭତ୍ତା ବଣ୍ଟନ, ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍‌ ଶସ୍ୟ ଯୋଗାଣ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା, ଅଙ୍ଗନଓ୍ବାଡିରେ ରନ୍ଧା ଖାଦ୍ୟ ଯୋଗାଣ, ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ନିଷ୍ଠାର ସହ କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ଓଡିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଚାଷୀଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍‌ ଧାନ ସଂଗ୍ରହ କରାଯାଉଛି। ସେଥିରୁ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍‌ ଚାଉଳ ଉତ୍ପାଦନ କରାଯାଉଛି। ଏଥିରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍‌ ଚାଉଳ ବ୍ୟବହୃତ ହେଉଛି। ସାମାଜିକ ନିରାପତ୍ତା ଓ ଭନ୍ନକ୍ଷମ ସଶକ୍ତୀକରଣ ସଚିବ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟରେ ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ ଆହାର କାର୍ଯ୍ୟକ୍ରମ ଆଦି ବିଷୟରେ ବିଶେଷ ସୂଚନା ଦେଇଥିଲେ। ଟିମ୍‌ ସଦସ୍ୟମାନେ ଏହିସବୁ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାନ୍ବୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ପଚାରି ବୁଝିଥିଲେ।
ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଦିଲ୍‌ ବାହାଦୁର ଗୁରୁଙ୍ଗଙ୍କ ନେତୃତ୍ୱରେ ଏହି ମିଶନ ଟିମ୍‌ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ, ଗ୍ରାମପଞ୍ଚାୟତର କାର୍ଯ୍ୟ ଆଦିକୁ ବୁଲି ଦେଖିବେ। ଏହାଛଡ଼ା ଏହି ଟିମ୍‌ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri