ଓଡ଼ିଶା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେପାଳ ଷ୍ଟଡି ମିଶନର ପ୍ରଶଂସା

ଭୁବନେଶ୍ୱର, ୭।୬(ବ୍ୟୁରୋ):ଓଡିଶା ଗସ୍ତରେ ଆସିଥିବା ନେପାଳର ଏକ ଉଚ୍ଚସ୍ତରୀୟ ଷ୍ଟଡି ମିଶନ ଟିମ୍‌ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ଠିକ୍‌ ଭାବେ କାର୍ଯ୍ୟାନ୍ବୟନ ଓଡ଼ିଶାର ଏକ ବଡ଼ ସଫଳତା ବୋଲି ମିଶନ ଟିମ୍‌ ସଦସ୍ୟମାନେ ମତ ଦେଇଛନ୍ତି। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ଟିମ୍‌ ସୋମବାର ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ କହିଥିଲେ ଯେ, କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଓ ନିର୍ଦ୍ଦେଶ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟଙ୍କୁ ଭତ୍ତା ବଣ୍ଟନ, ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍‌ ଶସ୍ୟ ଯୋଗାଣ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା, ଅଙ୍ଗନଓ୍ବାଡିରେ ରନ୍ଧା ଖାଦ୍ୟ ଯୋଗାଣ, ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ନିଷ୍ଠାର ସହ କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ଓଡିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଚାଷୀଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍‌ ଧାନ ସଂଗ୍ରହ କରାଯାଉଛି। ସେଥିରୁ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍‌ ଚାଉଳ ଉତ୍ପାଦନ କରାଯାଉଛି। ଏଥିରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍‌ ଚାଉଳ ବ୍ୟବହୃତ ହେଉଛି। ସାମାଜିକ ନିରାପତ୍ତା ଓ ଭନ୍ନକ୍ଷମ ସଶକ୍ତୀକରଣ ସଚିବ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟରେ ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ ଆହାର କାର୍ଯ୍ୟକ୍ରମ ଆଦି ବିଷୟରେ ବିଶେଷ ସୂଚନା ଦେଇଥିଲେ। ଟିମ୍‌ ସଦସ୍ୟମାନେ ଏହିସବୁ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାନ୍ବୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ପଚାରି ବୁଝିଥିଲେ।
ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଦିଲ୍‌ ବାହାଦୁର ଗୁରୁଙ୍ଗଙ୍କ ନେତୃତ୍ୱରେ ଏହି ମିଶନ ଟିମ୍‌ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟ, ଗ୍ରାମପଞ୍ଚାୟତର କାର୍ଯ୍ୟ ଆଦିକୁ ବୁଲି ଦେଖିବେ। ଏହାଛଡ଼ା ଏହି ଟିମ୍‌ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri