ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ ‘ଧୁର୍ବେ’। ଏହି ଦନ୍ତାହାତୀ ଏକ ନିର୍ଦ୍ଦିଷ୍ଟ ପରିବାର ସହ ଏଭଳି ରକ୍ତାକ୍ତ ଶତ୍ରୁତା ରଖିଛି, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ହାତୀ ଭୟରେ ଯେଉଁ ପରିବାର ୧୪ ବର୍ଷ ତଳେ ନିଜର ଭିଟାମାଟି ଛାଡ଼ି ନଦୀ ପାର୍‌ ହୋଇ ଅନ୍ୟତ୍ର ଚାଲିଯାଇଥିଲେ। ସେଠାରେ ବି ମୃତ୍ୟୁ ସେମାନଙ୍କ ପିଛା ଛାଡ଼ିଲାନି। ଧୁର୍ବେ ସେହି ନୂଆ ଗ୍ରାମକୁ ଆସି ପରିବାରର ଆଉ ଦୁଇଜଣଙ୍କୁ ଦଳି ମାରିଦେଇଛି। ସୋସିଆଲ ମିଡିଆରେ ଏହି ଅଦ୍ଭୁତ ତଥା ରୋମାଞ୍ଚକର ପ୍ରତିଶୋଧର କାହାଣୀ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୪ ବର୍ଷ ପୂର୍ବେ ବାପା-ମା’ଙ୍କୁ ମାରିଥିଲା, ଏବେ ବୋହୂ ଓ ନାତିକୁ ଦେଲା ଯନ୍ତ୍ରଣାଦାୟକ ମୃତ୍ୟୁ। ଏହି ହୃଦୟବିଦାରକ ଘଟଣାଟି ନେପାଳର ଚିତୱନ ଜାତୀୟ ଉଦ୍ୟାନ (Chitwan National Park) ନିକଟରେ ରହୁଥିବା ଶନିଚରା ବୋଟେଙ୍କ ପରିବାର ସହ ଘଟିଛି। ଶନିଚରାଙ୍କ ପାଇଁ ଏହି ଭୟଙ୍କର ଦୁଃସ୍ବପ୍ନ ୨୦୧୨ ଡିସେମ୍ବରରେ ଆରମ୍ଭ ହୋଇଥିଲା। ଯେତେବେଳେ ‘ଧୁର୍ବେ’ ନାମକ ଜଙ୍ଗଲୀ ହାତୀ ମାଡ଼ି ସହରରେ ତାଙ୍କ ବାପା ବୁଦ୍ଧିରାମ ଏବଂ ମା’ ଝାରଲୀଙ୍କୁ କଚାଡ଼ି ହତ୍ୟା କରିଥିଲା। ବାପା-ମା’ଙ୍କ ମୃତ୍ୟୁ ଏବଂ ହାତୀ ଆତଙ୍କରେ ଭୟଭୀତ ହୋଇ ଶନିଚରା ନିଜ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ପରିବାରର ସୁରକ୍ଷା ପାଇଁ ରାପ୍ତୀ ନଦୀ ପାର୍‌ ହୋଇ ପ୍ରାୟ ୧୪ କିଲୋମିଟର ଦୂର ଜଗତପୁର ଅଞ୍ଚଳକୁ ଚାଲିଆସିଥିଲେ। ବର୍ଷ ବର୍ଷ ଧରି ପରିବାର ଲୋକେ ଭାବିଥିଲେ ଯେ ସେମାନେ କାଳର କରାଳ ଗ୍ରାସରୁ ବଞ୍ଚିଗଲେ। ମାତ୍ର ଚଳିତ ମାସରେ ମୃତ୍ୟୁ ପୁଣିଥରେ ସେମାନଙ୍କ ଦୁଆରମୁହଁରେ ଆସି ପହଞ୍ଚିଗଲା। ଧୁର୍ବେ ହାତୀ ନଦୀ ପାର୍‌ ହୋଇ ଜଗତପୁର ସ୍ଥିତ ଶନିଚରାଙ୍କ ନୂଆ ଘରେ ପଶି ତାଙ୍କ ୨୫ ବର୍ଷୀୟ ବୋହୂ ଆଶିକା ବୋଟେ ଏବଂ ୪ ବର୍ଷର ନିଷ୍ପାପ ନାତି ଭରତ ବୋଟେଙ୍କୁ ଦଳି ମାରିଦେଇଛି।

ନିଜ ଆଖିରୁ ଲୁହ ଗଡ଼ାଇ ଶନିଚରା କହିଛନ୍ତି, “ଆମେ ଭାବିଥିଲୁ ବଡ଼ ନଦୀ ପାର୍‌ ହୋଇଗଲେ ଆମେ ସୁରକ୍ଷିତ ରହିବୁ, ହେଲେ ସେହି ପାଗଳ ହାତୀ ଆମକୁ ଖୋଜି ବାହାର କଲା। ଏବେ ଆମ ପାଇଁ ଆଉ କେଉଁଠି ବି ଲୁଚିବାକୁ ଜାଗା ନାହିଁ। ନେପାଳ ବନ୍ୟପ୍ରାଣୀ ବିଭାଗ ଅନୁଯାୟୀ, ଏହି କୁଖ୍ୟାତ ଧୁର୍ବେ ହାତୀ ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣ ଲୋକଙ୍କ ଜୀବନ ନେଇସାରିଲାଣି।

ଧୁର୍ବେ କୌଣସି ସାଧାରଣ ହାତୀ ନୁହେଁ, ବରଂ ନେପାଳର ସବୁଠାରୁ ବିପଜ୍ଜନକ ‘ସିରିଏଲ କିଲର୍‌’ ହାତୀ ପାଲଟିଯାଇଛି। ତା’ର ଭୟ ଓ ଆତଙ୍କର ଅନ୍ଦାଜା ଏହି କଥାରୁ ଲଗାଯାଇପାରେ ଯେ ଇଣ୍ଟରନେଟ୍‌ରେ ’ଧୁର୍ବେ’ ନାମରେ ଏକ ସ୍ବତନ୍ତ୍ର ୱିକିପିଡିଆ ପେଜ୍‌ ମଧ୍ୟ ରହିଛି, ଯେଉଁଥିରେ ସେ ନେଇଥିବା ଜୀବନର କଳା ଇତିହାସ ଲିପିବଦ୍ଧ ଅଛି।

ଚିତୱନ ଜାତୀୟ ଉଦ୍ୟାନର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ବର୍ଷ ୨୦୧୦ରୁ ଏପର୍ଯ୍ୟନ୍ତ ଏହି ଭୟଙ୍କର ହାତୀ ସର୍ବମୋଟ ୨୫ ଜଣ ମଣିଷଙ୍କ ଜୀବନ ନେଇସାରିଲାଣି। ଏହି ସାମ୍ପ୍ରତିକ ଆକ୍ରମଣ ପୂର୍ବରୁ ଧୁର୍ବେ ନାମରେ ୨୩ଟି ମୃତ୍ୟୁ ମାମଲା ରହିଥିଲା, କିନ୍ତୁ ଜଗତପୁରର ଏହି ଘଟଣା ପରେ ଏହି ସଂଖ୍ୟା ୨୫କୁ ବୃଦ୍ଧି ପାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri