ନେପାଳ ସରକାରରେ ଫାଟ

କାଠମାଣ୍ଡୁ,୫।୨: ନେପାଳରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ ମିଳିତ ମେଣ୍ଟରେ ବିବାଦ ବୃଦ୍ଧି ପାଇଛି। ରବିବାର ରାଷ୍ଟ୍ରିୟ ସ୍ବତନ୍ତ୍ର ପାର୍ଟି (ଆରଏସପି) ଶାସକ ମିଳିତ ମେଣ୍ଟରୁ ଅଲଗା ହେବା ନେଇ ଘୋଷଣା କରିଛି। ଆରଏସପି ସଭାପତି ରବି ଲାମିଛାନେଙ୍କୁ ଗୃହମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ମନା କରିଦେଇଛନ୍ତି। ଏହା ପରେ ଦଳ ମିଳିତ ସରକାରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛି।
ଆରଏସପି କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ସାଂସଦଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନ ସମୟରେ ୪୮ ବର୍ଷିୟ ଲାମିଛାନେ ଚିତୱାନ-୨ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଜାନୁଆରୀ ୨୭ରେ ନେପାଳ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲାମିଛାନେଙ୍କ ସଦସ୍ୟତା ରଦ୍ଦ ହୋଇଥିଲା। ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲାମିଛାନେ ଯେଉଁ ନାଗରିକତ୍ୱ ପ୍ରମାଣପତ୍ର ଦାଖଲ କରିଥିଲେ ତାହା ଅମାନ୍ୟ ଥିବା କୋର୍ଟ ଜାଣିବାକୁ ପାଇଥିଲେ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଲାମିଛାନେଙ୍କୁ କ୍ୟାବିନେଟରୁ ହଟାଇ ଦିଆଯାଇଥିଲା। ଏଥି ସହିତ ତାଙ୍କୁ ଆରଏସପି ସଭାପତି ପଦ ହରାଇବାକୁ ପଡିଲା, କାରଣ ଏହି ପଦବୀରେ ରହିବା ପାଇଁ ନେପାଳୀ ନାଗରିକ ହେବା ଆବଶ୍ୟକ। ଜାନୁୟାରୀ ୨୯ରେ ଲାମିଚାନେ ନାଗରିକତ୍ୱ ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ଭେଟି ତାଙ୍କୁ ମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରିବାକୁ ଦାବି କରିଥିଲେ। କିନ୍ତୁ ପୁନର୍ବାର ତାଙ୍କୁ କ୍ୟାବିନେଟରେ ଭର୍ତ୍ତି କରିବାକୁ ସେ ମନା କରିଦେଇଥିଲେ। ଲାମିଚାନେଙ୍କୁ ଗତ ବର୍ଷ ଡିସେମ୍ବର ୨୬ର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ…

କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍‌...

ପୁଣି ଥରିଲା ପାକିସ୍ତାନ

ଇସ୍‌ଲାମାବାଦ,୨୩।୩: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫୈସଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନେ ଭୂକମ୍ପ କମ୍ପନ ଅନୁଭବ...

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌, ଜାଣନ୍ତୁ କିଏ

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ରହିଛି। ଏବେ ଦାଉଦଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ମହଭୀଶ ହାୟାତ୍‌ଙ୍କ ସହ ଯୋଡା...

କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଲେ

କାଇରନ୍ସ, ୨୯ା୧୧: ଅଷ୍ଟ୍ରେଲିଆର କାଇରନ୍ସ ସହରରେ ଜଣେ ୩୧ ବର୍ଷୀୟ ମହିଳା ଏକ କୋଭିଡ୍‌-୧୯ କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଇଛନ୍ତି। ୧୧ତମ ମହଲାରେ ସେ ଓ...

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଜେଲନସ୍କିଙ୍କୁ ଭେଟିବାକୁ ଗଲେ ବାଇଡେନ

କ୍ୱିଭ,୨୦ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଠିକ୍ ଏକ ବର୍ଷ ପୂରଣ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱିଭ...

ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ...

ଜାତିସଂଘକୁ ସୋଲାର ପାର୍କ ଉପହାର

ନ୍ୟୁୟର୍କ,୨୬ା୯(ପି.ଟି.): ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ସୋଲାର ପାର୍କ ଏବଂ ଗାନ୍ଧୀ ଶାନ୍ତି ଉଦ୍ୟାନକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ...

Advertisement
Archives

Model This Week