ୟୁରୋପରେ ନବ-ଫାସିବାଦ

ଚଳିତ ମାସର ୟୁରୋପୀୟ ସଂସଦ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ସମସ୍ତେ ଯେଉଁ ଫଳାଫଳ ଆଶା କରୁଥିଲେ ତାହା ହିଁ ପ୍ରକୃତରେ ଘଟିଲା। ମାର୍କ୍ସ ବ୍ରଦର୍ସ (ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ)ଙ୍କ ଏକ ଦୃଶ୍ୟର ସଂକ୍ଷିପ୍ତ ବିବରଣୀ ହେଉଛି – ଚରମ ଦକ୍ଷିଣପନ୍ଥୀ ଆଡ଼କୁ ଗତି କରୁଛି ବୋଲି ୟୁରୋପ କହୁଥାଇପାରେ କିମ୍ବା କାର୍ଯ୍ୟ କରୁଥାଇପାରେ, କିନ୍ତୁ ସେଥିରେ ଆପଣ ବୋକା ହୋଇଯାଆନ୍ତୁ ନାହିଁ; ୟୁରୋପ ପ୍ରକୃତରେ ଚରମ ଦକ୍ଷିଣପନ୍ଥୀ ଆଡ଼କୁ ଗତି କରୁଛି। ଆମେ କାହିଁକି ଏହି ଉପସ୍ଥାପନା ଉପରେ ଆଗ୍ରହ ପ୍ରକାଶ କରିବା ଉଚିତ? କାରଣ ଅଧିକାଂଶ ମୁଖ୍ୟସ୍ରୋତର ଗଣମାଧ୍ୟମ ଏହାକୁ ନୂ୍ୟନ କରିବାକୁ ଚେଷ୍ଟା କରିଛନ୍ତି। ଆମେ ଶୁଣୁଥିବା ବାର୍ତ୍ତା ହେଉଛି: ନିଶ୍ଚିତ, ମରିନ ଲି ପେନ୍‌, ଜର୍ଜିଆ ମେଲୋନି ଏବଂ ଅଲଟରନେଟିଭ ଫର୍‌ ଡଏଚ୍‌ଲ୍ୟାଣ୍ଡ (ଏଏଫ୍‌ଡି) ଦଳ ବେଳେବେଳେ ଫାସିବାଦ ଢାଞ୍ଚା ପ୍ରଦର୍ଶନ କରନ୍ତି । କିନ୍ତୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ, କାରଣ ସେମାନେ କ୍ଷମତାରେ ରହିଲେ ଗଣତାନ୍ତ୍ରିକ ନିୟମ ଏବଂ ବ୍ୟବସ୍ଥାକୁ ସମ୍ମାନ କରନ୍ତି। ତଥାପି ଚରମ ଦକ୍ଷିଣପନ୍ଥୀର ପ୍ରୟୋଗ ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ଅସୁବିଧାରେ ପକାଇବ। କାରଣ ଏହା ପାରମ୍ପରିକ ରକ୍ଷଣଶୀଳ ଦଳଗୁଡ଼ିକ ଦ୍ୱାରା ନୂତନ ଆନ୍ଦୋଳନ ସହ ଯିବାକୁ ପ୍ରସ୍ତୁତ ହେବାର ସଂକେତ ଦେଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ୟୁରୋପୀୟ ଗଣତନ୍ତ୍ରର ସ୍ବୀକୃତ ସିଦ୍ଧାନ୍ତ‘ଫାସିଷ୍ଟମାନଙ୍କ କୌଣସି ସହଯୋଗ ନାହିଁ’କୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯାଇଛି। ଏହି ନିର୍ବାଚନର ବାର୍ତ୍ତାରୁ ଏହା ସ୍ପଷ୍ଟ ହୋଇଛି। ଅଧିକାଂଶ ୟୁରୋପୀୟ ଦେଶରେ ରାଜନୈତିକ ବିଭେଦ ମଧ୍ୟମାର୍ଗୀ ଦକ୍ଷିଣପନ୍ଥୀ ଏବଂ ମଧ୍ୟମାର୍ଗୀ ବାମପନ୍ଥୀ ମଧ୍ୟରେ ନାହିଁ, କିନ୍ତୁ ପାରମ୍ପରିକ ଦକ୍ଷିଣପନ୍ଥୀ ମଧ୍ୟରେ ରହିଛି, ଯାହା ବଡ଼ ବିଜେତା ୟୁରୋପିଆନ ପିପୁଲ୍ସ ପାର୍ଟି (ଖ୍ରୀଷ୍ଟିଆନ-ଡେମୋକ୍ରାଟ୍ସ, ଉଦାରବାଦୀ-ରୁଢ଼ିବାଦୀ ଏବଂ ପାରମ୍ପରିକ ରକ୍ଷଣଶୀଳଙ୍କୁ ନେଇ ଗଠିତ)ରେ ଦେଖାଯାଇଛିି ଏବଂ ନବ-ଫାସିବାଦୀ ଦକ୍ଷିଣପନ୍ଥୀର ପ୍ରତିନିଧିତ୍ୱ କରୁଛନ୍ତି ଲି ପେନ୍‌, ମେଲୋନି, ଏଏଫ୍‌ଡି ଏବଂ ଅନ୍ୟମାନେ।
ବର୍ତ୍ତମାନ ପ୍ରଶ୍ନ ହେଉଛି, ୟୁରୋପିଆନ ପିପୁଲ୍ସ ପାର୍ଟି (ଇପିପି) ନବ-ଫାସିବାଦ ସହ ସହଯୋଗ କରିବ କି ନାହିଁ। ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍ଲିନ୍‌ ଉଭୟ ଚରମପନ୍ଥୀଙ୍କ ବିରୋଧରେ ଇପିପିର ଫଳାଫଳକୁ ଦର୍ଶାଉଛନ୍ତି, ତଥାପି ନୂତନ ସଂସଦରେ କୌଣସି ବାମପନ୍ଥୀ ଦଳ ଅନ୍ତର୍ଭୁକ୍ତ ହେବେ ନାହିଁ, ଯାହାର ଉଗ୍ରବାଦ ଚରମ ଦକ୍ଷିଣପନ୍ଥୀଙ୍କ ସହ ତୁଳନୀୟ । ଇୟୁର ବରିଷ୍ଠ ଅଧିକାରୀଙ୍କଠାରୁ ଏଭଳି ସନ୍ତୁଳିତ ଦୃଷ୍ଟିକୋଣ ଏକ ଅଶୁଭ ସଙ୍କେତ ଦିଏ। ଆଜି ଯେତେବେଳେ ଆମେ ଫାସିବାଦ ବିଷୟରେ କହୁଛୁ, ଆମେ ନିଜକୁ ବିକଶିତ ପାଶ୍ଚାତ୍ୟ ଦେଶରେ ସୀମିତ ରଖିବା ଉଚିତ ନୁହେଁ। ଗ୍ଲୋବାଲ ସାଉଥ( ବିକଶିତ ଦେଶଗୁଡ଼ିକ)ରେ ମଧ୍ୟ ସମାନ ପ୍ରକାର ରାଜନୀତି ବୃଦ୍ଧି ପାଇଛି। ଚାଇନାର ବିକାଶ ଉପରେ ତାଙ୍କର ଅଧ୍ୟୟନରେ, ଇଟାଲୀୟ ମାର୍କ୍ସବାଦୀ ଐତିହାସିକ ଡୋମେନିକୋ ଲୋସର୍ଡୋ ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତି ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ‘ସୁଧାର’କୁ ଆଗକୁ ବଢ଼ାଇବା ସମ୍ପର୍କରେ ଡେଙ୍ଗ୍‌ ଜିଆଓପିଙ୍ଗ୍‌ ଦର୍ଶାଇଥିଲେ ଯେ,ଏକ ସମାଜର ଉତ୍ପାଦନକାରୀ ଶକ୍ତି ଆରମ୍ଭ କରିବାକୁ ପୁଞ୍ଜିବାଦର ତତ୍ତ୍ୱ ଆବଶ୍ୟକ। କିନ୍ତୁ ସେ କହିଥିଲେ , ରାଜନୈତିକ ଶକ୍ତି ଦୃଢ଼ ଭାବରେ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିପି) ହାତରେ ରହିବା ଉଚିତ। ଏହି ଦୃଷ୍ଟିକୋଣ ପଛରେ ଗଭୀର ଐତିହାସିକ ଆଧାର ରହିଛି। ଏକବିଂଶ ଶତାବ୍ଦୀର ଶେଷ ଆଡ଼କୁ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଆଧିପତ୍ୟ ଏବଂ ଶୋଷଣ ବିରୋଧରେ ପ୍ରତିକ୍ରିୟା ଭାବରେ ଉଭାହୋଇଥିବା ପାନ୍‌-ଏସିଆଜନିଜମ୍‌ ବା ଏସିଆର ରାଜନୈତିକ, ଅର୍ଥନୈତିକ ତଥା ସାଂସ୍କୃତିକ ବିଚାରଧାରର ଅନୁକରଣକୁ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଚାଇନା ଗ୍ରହଣ କରିଛି। ଐତିହାସିକ ବୀରେନ ମୂର୍ତ୍ତିଙ୍କ ମତରେ, ଏହି ପ୍ରୋଜେକ୍ଟ ସର୍ବଦା ପାଶ୍ଚାତ୍ୟ ପୁଞ୍ଜିବାଦକୁ ନୁହେଁ, ବରଂ ପାଶ୍ଚାତ୍ୟ ଉଦାରବାଦୀ ବ୍ୟକ୍ତିବାଦ ଏବଂ ସାମ୍ରାଜ୍ୟବାଦକୁ ପ୍ରତ୍ୟାଖ୍ୟାନ କରିଆସୁଛି। ପ୍ରାକ୍‌-ଆଧୁନିକ ପରମ୍ପରା ଏବଂ ବ୍ୟବସ୍ଥାଗୁଡ଼ିକୁ ଆଧାରକରି ଏସୀୟବାଦ ସମର୍ଥକମାନେ ଯୁକ୍ତି ବାଢ଼ିଥିଲେ ଯେ ପାଶ୍ଚାତ୍ୟ ଦେଶଠାରୁ ଅଧିକ ଗତିଶୀଳତା ହାସଲ କରିବାକୁ ଏସୀୟ ସମାଜଗୁଡିକ ନିଜସ୍ବ ଆଧୁନିକୀକରଣକୁ ସଂଗଠିତ କରିପାରିବେ।
ଯେତେବେଳେ ହେଗେଲ ନିଜେ ବ୍ୟକ୍ତବାଦକୁ ଅନୁମତି ଦେଉ ନ ଥିବା ଏସିଆକୁ କଠୋର ବ୍ୟବସ୍ଥାର ଏକ କ୍ଷେତ୍ର ଭାବରେ ଦେଖିଲେ , ସେତେବେଳେ ଏସୀୟବାଦର ସମର୍ଥକମାନେ ଏକ ନୂତନ ହେଗେଲିଆନ ବିଚାରଗତ ଢାଞ୍ଚା ପ୍ରସ୍ତାବ ଦେଇଥିଲେ। ପାଶ୍ଚାତ୍ୟ ବ୍ୟକ୍ତିବାଦ ପ୍ରଦାନ କରିଥିବା ସ୍ବାଧୀନତା ଶେଷରେ ଶୃଙ୍ଖଳାକୁ ପ୍ରତ୍ୟାଖ୍ୟାନ କରିବା ଏବଂ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି କରିବା ଯୋଗୁ ସେମାନେ ଯୁକ୍ତି କରିଥିଲେ ଯେ, ସ୍ବାଧୀନତାକୁ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଏକ ନୂତନ ସାମୂହିକ ଏଜେନ୍ସି ମାର୍ଗରେ ସମାଜକୁ ନେଇଯିବା। ଏହି ମଡେଲର ଗୋଟିଏ ପ୍ରାରମ୍ଭିକ ଉଦାହରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଜାପାନର ସାମରିକୀକରଣ ଏବଂ ଉପନିବେଶବାଦ ବିସ୍ତାରରେ ଦେଖିବାକୁ ମିଳିପାରିବ । କିନ୍ତୁ ଐତିହାସିକ ଶିକ୍ଷାକୁ ମଣିଷ ଶୀଘ୍ର ଭୁଲିଯାଏ । ଏସୀୟବାଦ ଏହାର ସମାଜବାଦୀ ଏବଂ ଫାସିବାଦୀ ଢାଞ୍ଚା ମଧ୍ୟରେ ରହିଲା ଏବଂ ଆମକୁ ମନେପକାଇଲା ଯେ ‘ସାମ୍ରାଜ୍ୟବାଦ ବିରୋଧୀ’ ବାହାରକୁ ଯେମିତି ଜଣାପଡ଼ୁଛି ତାହା ସେତିକି ସହଜ ନୁହେଁ। ବିଂଶଶତାବ୍ଦୀର ପ୍ରଥମାର୍ଦ୍ଧରେ, ଜାପାନ ଏବଂ ଜର୍ମାନୀ ଫାସିବାଦୀମାନେ ନିୟମିତ ଭାବରେ ନିଜକୁ ଆମେରିକୀୟ, ବ୍ରିଟିଶ ଏବଂ ଫରାସୀ ସାମ୍ରାଜ୍ୟବାଦ ବିରୋଧୀ ଭାବରେ ପ୍ରତିପାଦିତ କରିଥିଲେ ଏବଂ ବର୍ତ୍ତମାନ ୟୁରୋପିଆନ ପରିପ୍ରେକ୍ଷୀରେ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ରାଜନେତା ସମାନ ଆଭିମୁଖ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।
ଡେଙ୍ଗ୍‌ଙ୍କ ପରବର୍ତ୍ତୀ ଚାଇନାରେ ମଧ୍ୟ ସମାନ ଆଭିମୁଖ୍ୟ ଦୃଶ୍ୟମାନ ହୋଇଛି। ସେଥିପାଇଁ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ପ୍ରାଚୀନ କାଳର ଚାଇନାର ଇତିହାସକୁ ସୂଚାଇ ଦେଇଛନ୍ତି। ଜାତୀୟତାବାଦୀ ଯୋଜନାଗୁଡ଼ିକ ପାଇଁ ଅର୍ଥନୈତିକ ଉତ୍ସାହ ହାସଲ କରିବା ହେଉଛି ଫାସିବାଦର ସଂଜ୍ଞା ଏବଂ ସମାନ ରାଜନୈତିକ ଗତିଶୀଳତା ଭାରତ,ରୁଷିଆ, ତୁର୍କୀ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳେ । ଏହି ମଡେଲ କାହିଁକି ଗ୍ରହଣୀୟତା ହାସଲ କରିଛି ତାହା ବୁଝିବା କଷ୍ଟକର ନୁହେଁ । ସୋଭିଏଟ୍‌ ୟୁନିୟନ ଏକ ବିଶୃଙ୍ଖଳିତ ବିଚ୍ଛିନ୍ନତା ସ୍ଥିତି ଭୋଗୁଥିବାବେଳେ ସିପିସି ଅର୍ଥନୈତିକ ଉଦାରୀକରଣକୁ ଅନୁସରଣ କରି କଡ଼ା ନିୟନ୍ତ୍ରଣ ବଜାୟ ରଖିଥିଲା। ତେଣୁ ଚାଇନା ପୁଞ୍ଜିକୁ କମ୍‌ ଗୁରୁତ୍ୱ ଦେଇଥିବାରୁ ଏହାକୁ ବାମପନ୍ଥୀମାନେ ଆମେରିକା ଏବଂ ୟୁରୋପୀୟ ବ୍ୟବସ୍ଥା ତୁଳନାରେ(ଯେଉଁଠାରେ ପୁଞ୍ଜି ସର୍ବୋଚ୍ଚ ଶାସନ କରେ) ଅଧିକ ପ୍ରଶଂସା କରନ୍ତି। କିନ୍ତୁ ନବ ଫାସିବାଦକୁ ଏବକାର ଧାରା ମଧ୍ୟ ସମର୍ଥନ କରୁଛି। ଲି ପେନ୍‌ଙ୍କ ପରେ ୟୁରୋପିଆନ ନିର୍ବାଚନରେ ଅନ୍ୟ ଜଣେ ବିଜୟୀ ହେଉଛନ୍ତି ଫିଡିୟାସ ପାନେୟୋତୌ। ସେ ଜଣେ କ୍ରିପ୍ଟୋ ୟୁଟ୍ୟୁବର ଓ ଅତୀତରେ ଏଲନ୍‌ ମସ୍କଙ୍କୁ ଭେଟିଥିଲେ ଓ ମସ୍କ ତାଙ୍କୁ ଆଲିଙ୍ଗନ କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥଲା। ପରେ ସେ ୟୁରୋପିଆନ ପାର୍ଲାମେଣ୍ଟ ପାଇଁ ପ୍ରାର୍ଥିତ୍ୱ ଘୋଷଣା କରିଥିଲେ। ସ୍ବାଧୀନ ଭାବେ ଲଢି ସେ ୧୯.୪% ପପୁଲାର ଭୋଟ ଜିତି ନିଜ ପାଇଁ ଗୋଟିଏ ସିଟ୍‌ ସୁରକ୍ଷିତ ରଖିପାରିଲେ।
ସମାନ ପ୍ରକାର ବ୍ୟକ୍ତିତ୍ୱ ଫ୍ରାନ୍ସ, ବ୍ରିଟେନ, ସ୍ଲୋଭେନିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ଉଭା ହୋଇଛନ୍ତି। ସମସ୍ତେ ବାମପନ୍ଥୀ ଯୁକ୍ତିକୁ ଆଧାରକରି ସେମାନଙ୍କର ପ୍ରାର୍ଥତ୍ତ୍ୱକୁ ଯଥାର୍ଥ ବୋଲି କହିଥିଲେ । ସେମାନଙ୍କ ମତ ଥିଲା ଯେ, ଗଣତାନ୍ତ୍ରିକ ରାଜନୀତି ଏକ ପରିହାସରେ ପରିଣତ ହୋଇଥିବାରୁ ଜୋକରମାନେ ମଧ୍ୟ ନିିର୍ବାଚନ ଲଢ଼ିିପାରନ୍ତି। ଏହା ଏକ ବିପଜ୍ଜନକ ଧାରା ବା ବ୍ୟବସ୍ଥା । ଯଦି ଯଥେଷ୍ଟ ଲୋକ ସ୍ବାଧୀନ ରାଜନୀତିକୁ ନିରାଶ କରନ୍ତି ତେବେ ନବ-ଫାସିବାଦ ପାଇଁ ରାଜନୈତିକ କ୍ଷେତ୍ର ବିସ୍ତାର ହେବ । ସେହି କ୍ଷେତ୍ରକୁ ପୁଣି ଫେରି ପାଇବା ପାଇଁ ଗମ୍ଭୀର, ଯୁକ୍ତିଯୁକ୍ତ ପଦକ୍ଷେପ ଦରକାର।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପଦକ୍ଷେପକୁ ନେଇ ମୁଁ ଅସହମତ ଥିଲି। କିନ୍ତୁ ମୁଁ ଭାବୁଛି, ନ୍ୟାଶନାଲ ଆସେମ୍ବ୍ଲିକୁ ଭଙ୍ଗକରି ନୂତନ ନିର୍ବାଚନ ଆହ୍ବାନକରି ଫ୍ରାନ୍ସର ଚରମ ଦକ୍ଷିଣପନ୍ଥୀକୁ ଜବାବ ଦେଇ ସେ ଠିକ୍‌ ଥିଲେ। ତାଙ୍କର ଘୋଷଣା ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହା ନିଶ୍ଚିତ ଭାବରେ ଥିଲା ବିପଦଜ୍ଜନକ। ଯଦିଓ ଲି ପେନ୍‌ ଜିତିଛନ୍ତି ଏବଂ ସ୍ଥିର କରିବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ, ତଥାପି ମାକ୍‌ରଁ ରାଷ୍ଟ୍ରପତି ଭାବରେ ସରକାରଙ୍କ ବିରୋଧରେ ଏକ ନୂତନ ସଂଖ୍ୟାଗରିଷ୍ଠତା ସଂଗ୍ରହ କରିବାର କ୍ଷମତା ବଜାୟ ରଖିବେ। ଆମେ ନବ ଫାସିବାଦ ସହ ସେତିକି ଦୃଢ଼ଭାବେ ଯଥା ସମ୍ଭବ ଶୀଘ୍ର ଲଢ଼ିବାକୁ ପଡିବ।

  • ସ୍ଲାଭୋଜ୍‌ ଜିଜେକ୍‌
    ପ୍ରଫେସର(ଫିଲୋଶଫି),
    ୟୁରୋପିଆନ୍‌ ଗ୍ରାଜୁଏଟ ସ୍କୁଲ

Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri