ବିବାହ ପାଇଁ ନେହା କରିଥିଲେ ପ୍ରପୋଜ, ରୋହନପ୍ରୀତ କହିଥିଲେ ନା

ବଲିଉଡ୍‌ ଗାୟିକ ନେହା କକ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ରୋହନପ୍ରୀତ ସିଂଙ୍କୁ ବିବାହ କରି ତାଙ୍କ ଜୀବନ ଆରମ୍ଭ କରିଛନ୍ତି। ଜୀବନର ଏହି ନୂତନ ପର୍ଯ୍ୟାୟକୁ ସେ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ଟିଭି ପରଦାର ‘କପିଲ ଶର୍ମା ଶୋ’ରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ସେମାନଙ୍କର ପ୍ରଥମ ସାକ୍ଷାତ ବିଷୟରେ ନେହା କହିଥିଲେ ଉଭୟଙ୍କ ପ୍ରଥମ ଥର ପାଇଁ ଗତ ଅଗଷ୍ଟରେ ଚଣ୍ଡିଗଡ଼ରେ ସାକ୍ଷାତ ହୋଇଥିଲା। ରୋହନପ୍ରୀତ କହିଥିଲେ ଯେ ତାଙ୍କୁ ଅଡିସନ ପାଇଁ ଡକାଯାଇଥିଲା। ଯେଉଁ ଗୀତରେ ତାଙ୍କୁ ଅଡିସନ ପାଇଁ ଡକାଯାଇଥିଲା, ସେହି ଗୀତକୁ ନେହା ଲେଖିଥିଲେ ଏବଂ ସଙ୍ଗୀତ ମଧ୍ୟ ନେହା ଦେଇଥିଲେ। ରୋହନ ଏ ବିଷୟରେ କହିଛନ୍ତି ଯେ ନେହାଙ୍କୁ ଭେଟି ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି। ନେହାଙ୍କୁ ଲୋକମାନେ ଯେତିକି ଭଲ ପାଆନ୍ତି ତା’ଠାରୁ ଅଧିକ ସେ ଭଲ। ରୋହନପ୍ରୀତଙ୍କ ବିଷୟରେ ନେହା କହିଥିଲେ ସେ ବହୁତ ଭଲ, ରୋହନଙ୍କ ଉତ୍ତମତା ନେହାଙ୍କୁ ତାଙ୍କ ନିକଟତର କରିଥିଲା। ଶୁଟିଂ ଶେଷ ହେବା ପରେ ରୋହନ ନେହାଙ୍କୁ ତାଙ୍କ ସ୍ନାପଚାଟ ଆଇଡି ମାଗିଥିଲେ। କିନ୍ତୁ ସେ ନେହାଙ୍କୁ ହ୍ବାଟସଆପ୍‌ରେ ମେସେଜ କରିଥିଲେ। ରୋହନପ୍ରୀତଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ ନେହା। କିନ୍ତୁ ଆରମ୍ଭରୁ ରୋହନପ୍ରୀତ ଏଥିରେ ଦ୍ୱିଧାବୋଧ କରିଥିଲେ। ସେ ବାରମ୍ବାର କହୁଥିଲେ ଯେ ତାଙ୍କୁ ବର୍ତ୍ତମାନ ୨୫ ବର୍ଷ ହୋଇଛି। କିନ୍ତୁ କିଛି ଦିନ ପରେ ରୋହନ କହିଥିଲେ ଯେ ସେ ତାଙ୍କ ବିନା ବଞ୍ଚି ପାରିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?