ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା। ସେଇଟି ହେଲା ସେ କୁଆଡେ ମା’ ହେବାକୁ ଯାଉଛନ୍ତି। କିଛି ଦିନ ଧରି ନେହା ସ୍ବାମୀ ରୋହନପ୍ରିତଙ୍କ ସହ ଛୁଟି କଟାଉଥିଲେ। ହେଲେ ବମ୍ବେ ବିମାନବନ୍ଦରରେ ତାଙ୍କୁ ଦେଖାଯିବା ପରେ ସେ ମା’ ହେବାକୁ ଯାଉଥିବା ନେଇ ଶୁଣିବାକୁ ମିଳୁଛି।

ବିମାନବନ୍ଦରରେ ନେହା ଟିକେ ମୋଟା ଦେଖାଯାଉଥିଲେ। ଏପରିକି ସେ ଢ଼ିଲା ପୋଷାକ ପିନ୍ଧିଥିଲେ। ଏହି ସମୟର କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏପରି କୁହାଯାଉଛି। ପ୍ରଶଂସକମାନେ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ଗ୍ଲାମରଜଗତରୁ ଦୂରେଇ ଯାଇ ସେ ପରିବାର ସହ ସମୟ ବିତାଇ ଫେରିଛନ୍ତି। ଛୁଆ ପାଇଁ ଯୋଜନା କ’ଣ ଏହାର କାରଣ ବୋଲି କେହି କେହି ପଚାରିଛନ୍ତି। ସେହିଭଳି କ’ଣ ଏଥିପାଇଁ ସେ ‘ଇଣ୍ଡିଆନ୍‌ ଆଇଡଲ ୧୨’ରୁ ଦୂରେଇ ଯାଇଛନ୍ତି ବୋଲି ବି କିଛି ପ୍ରଶଂସକ ପଚାରିଛନ୍ତି।

କହିରଖୁଛୁ, ନେହା-ରୋହନପ୍ରିତ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରିଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳିଥିଲା। ପରେ ୨୪ ଅକ୍ଟୋବର ୨୦୨୦ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ନେହା ମା’ ହେବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଥିବା ବେଳେ ତାହାକୁ ନେଇ ଗାୟିକା ମୁହଁ ଖୋଲିନାହାନ୍ତି। ତେବେ ଏହା କେତେ ସତ କେତେ ମିଛ ତାହା ସମୟ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?