Posted inଜାତୀୟ

ସୁରକ୍ଷାରେ ଅବହେଳା, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୬।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।

ରାଷ୍ଟ୍ରପତି ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ଏହି ଅବନତିକୁ ନେଇ  ଚିନ୍ତା ପ୍ରକଟ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ସୁରକ୍ଷା ପ୍ରୋଟୋକଲଗୁଡିକର କଡାକଡି ପାଳନ କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱାରା ଭବିଷ୍ୟତରେ ଏପରି ଘଟଣା ଯେଭଳି ଆଉ ଘଟିବ ନାହିଁ।

ରାଷ୍ଟ୍ରପତି ଭବନ ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟ କରି ଲେଖା ଯାଇଛି ଯେ, ପଞ୍ଜାବରେ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଅବହେଳା ସମ୍ପର୍କରେ କୋବିନ୍ଦ ମୋଦିଙ୍କୁ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଅବହେଳା ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା କହିଛନ୍ତି ଯେ ଭାରତର ସର୍ବୋଚ୍ଚ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁରକ୍ଷା ସହ କୌଣସି ବୁଝାମଣା କରାଯିବା ଉଚିତ ନୁହେଁ। ଅତୀତରୁ ଶିଖିବାର ଆବଶ୍ୟକତା ଅଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri