Posted inଜାତୀୟ

ରାଜନୈତିକ ଫାଇଦା ପାଇଁ କେନ୍ଦ୍ର-ରାଜ୍ୟ ସରକାର ଜାଣିଶୁଣି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା…

ନୂଆଦିଲ୍ଲୀ, ୬।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଯାଇଥିବା ସୁରକ୍ଷା ଅବହେଳା ସମ୍ପର୍କରେ ଭାରତୀୟ ଚାଷୀ ସଂଘର ମୁଖପାତ୍ର ରାକେଶ ଟିକାଏତ୍‌ଙ୍କ ବଡ ବିବୃତ୍ତି ଏବେ ସାମ୍ନାକୁ ଆସିଛି। ଏବିପି ନ୍ୟୁଜ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ରାକେଶ ଟିକାଏତ୍‌ କହିଛନ୍ତି ଯେ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଯୋଜନା।

ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅବହେଳା କରିଛନ୍ତି। ୧୨୦ କିଲୋମିଟରର ରାସ୍ତା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯାତ୍ରା ପାଇଁ ସ୍ଥିର କରାଯିବା ଉଚିତ ନ ଥିଲା ବୋଲି ସେ କହିଛନ୍ତି।

ରାକେଶ ଟିକାଏତ୍‌ କହିଛନ୍ତି ଯେ, କଂଗ୍ରେସ ସରକାର କହୁଛନ୍ତି ଯେ ସେଠାରେ ଭିଡ଼ କମ ଥିଲା। ତେଣୁ ରାସ୍ତାରେ ଗସ୍ତ କରି ଫେରିବା ଲାଗି ପ୍ରସ୍ତୁତି କରାଯାଇଥିଲା। ଆଗରେ କୃଷକଙ୍କ ପ୍ରଦର୍ଶନ ଥିଲା, କିନ୍ତୁ ରାସ୍ତା ଅବରୋଧ ଲାଗି ଏହା କରାଯାଇ ନ ଥିଲା। ପ୍ରଧାନମନ୍ତ୍ରୀ ଆସୁଥିବାର ଜାଣିବା ପରେ ପ୍ରଦର୍ଶନକାରୀ ରାସ୍ତାକୁ ଆସି ଯାଇଥିଲେ।

ଏହା ପଞ୍ଜାବ ସରକାରଙ୍କ ଦାୟିତ୍ୱ ଥିଲା। ରାଜ୍ୟ ସରକାର ବିରୋଧ କରୁଥିବା ଚାଷୀଙ୍କ ସହ ଆଲୋଚନା କରିପାରିଥାନ୍ତେ। ବିମାନ ବନ୍ଦରରେ ପହଞ୍ଚି ରାସ୍ତାରେ ଯିବା ଲାଗି ନିଷ୍ପତ୍ତି ନେବା ସମ୍ପର୍କରେ ସ୍ଥିର କରିବା ଉଚିତ ନ ଥିଲା ବୋଲି ସେ କହିଛନ୍ତି। ରାଜନୈତିକ ଫାଇଦା ପାଇଁ ଉଭୟ ପଞ୍ଜାବ ଏବଂ କେନ୍ଦ୍ର ସରକାର ଏହି କାର୍ଯ୍ୟ କରିଥିବା ଟିକାଏତ୍‌ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ପବନରେ ଜହର,୭୫ ପ୍ରତିଶତରୁ ଅଧିକ ଛୋଟପିଲା ହେଉଛନ୍ତି ଶ୍ୱାସରୁଦ୍ଧ…

ନୂଆଦିଲ୍ଲୀ,୧୩।୧୦: ଶୀତ ଆରମ୍ଭ ହେବା ସହିତ ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳର ଗୁଣବତ୍ତାମାନ ପ୍ରତିବର୍ଷ ଖରାପ ହେବାକୁ ଲାଗିଥାଏ। ପବନରେ ଜହର ଯୋଗୁ ରାଜଧାନୀର ୭୫...

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ...

୭୦୦ ସୁପର ସ୍ପ୍ରେଡର ଚିହ୍ନଟ

ଅହମଦାବାଦ,୧୭।୫(ପି.ଟି.): ଗୁଜରାଟର ଅହମଦାବାଦରେ ସପ୍ତାହକ ମଧ୍ୟରେ ୭୦୦ କରୋନା ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ୭ରୁ ୧୪ ତାରିଖ ମଧ୍ୟରେ ସହରର ଦୋକାନୀମାନଙ୍କର ସ୍କ୍ରିନିଂ ପରେ...

ହାଇକୋର୍ଟ କ୍ଷମା କ୍ଷମତାର ପ୍ରୟୋଗ କରି ପାରିବେ ନାହିଁ : ସୁପ୍ରିମ୍‌କୋର୍ଟ..

ନୂଆଦିଲ୍ଲୀ,୧୨।୧୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟିକ ସମୀକ୍ଷାର କ୍ଷମତା ପ୍ରୟୋଗ କରୁଥିବାବେଳେ ହାଇକୋର୍ଟ ନିଜେ କ୍ଷମା କ୍ଷମତା ବ୍ୟବହାର କରିପାରିବେ ନାହିଁ। ଏକ ହତ୍ୟା...

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି...

ଦିଲ୍ଲୀରେ କମିଲା ଚିକେନ ଦାମ୍‌

ନୂଆଦିଲ୍ଲୀ,୧୧।୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଠାରେ ୧୫ ପାର୍କରେ ୯୧ କାଉ...

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨...

ଦିଲ୍ଲୀରେ ଆଉ ଏକ ମଙ୍କିପକ୍ସ ମାମଲା ଚିହ୍ନଟ: ଟ୍ରାଭେଲ୍‌ ହିଷ୍ଟ୍ରି ସହ ରହିଛି ଲକ୍ଷଣ

ନୂଆଦିଲ୍ଲୀ,୨୭।୭: କରୋନା ପରେ ଏବେ ମଙ୍କିପକ୍ସ ସଂକ୍ରମଣ ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତାର କାରଣ ପାଲଟିଛି। ବୁଧବାର ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week