ବଦଳିନି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାର ଚିତ୍ର

ମହାକାଳପଡ଼ା,୨୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆର ସାନ୍ତାଳପଡ଼ା ଗାଁ ସମୁଦ୍ର ଆଁରେ ରହିଛି। ଅବହେଳିତ ସାନ୍ତାଳପଡ଼ାରେ ୧୯୯୯ ମହାବାତ୍ୟା ତାଣ୍ଡବ ରଚିଥିଲା। ସମୁଦ୍ର ଜୁଆରରେ ୧୫ରୁ ଅଧିକ ଲୋକଙ୍କ ଜୀବନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏଥିମଧ୍ୟରେ ମହାବାତ୍ୟା ୨୩ଟି ବସନ୍ତ ଅତିକ୍ରମ କରିଛି। ତଥାପି ଅଦ୍ୟାବଧି ଗାଁର ଭୌଗୋଳିକ ଚିତ୍ର ବଦଳିବାର ନାଁ ଧରୁନାହିଁ। ଏହି ଗାଁରେ ମୋଟ ୪୭ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରୁଥିବା ଜଣାପଡିଛି। ଗାଁକୁ ଭଲ ରାସ୍ତାଟିଏ ନାହିଁ। କେହି ସରକାରୀ ଚାକିରି କରିନାହାନ୍ତି। ମାଛ, କଙ୍କଡା ଧରିବା ସହ ନିକଟ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ୧୯୯୯ ଅକ୍ଟୋବର ୨୯, ୩୦ ମହାବାତ୍ୟାର ବିଭୀଷିକା ଏବେବି ଲୋକଙ୍କ ମନରୁ ଲିଭିନି। ବାତ୍ୟା ନାଁ ଶୁଣିଲେ ସେହି କାଳ ରାତ୍ରିର କଥା ଲୋକମାନଙ୍କ ମନେ ପଡେ। ଚାହୁଁ ଚାହୁଁ ସେହି ରାତିରେ ଗାଁର ୧୫ ଜଣ ସମୁଦ୍ର ଗର୍ଭରେ ଭାସି ଯାଇଥିଲେ। ସମୁଦ୍ର ଏହି ଗ୍ରାମଠାରୁ ଖୁବ୍‌ ନିକଟରେ। ଗାଁକୁ ଘେରି ରହିଛି ଲୁଣା ଓ ହେନ୍ତାଳ ଜଙ୍ଗଲ। ବାତ୍ୟା ପ୍ରଭାବରେ ଗାଁ ଦାଣ୍ଡରେ ସମୁଦ୍ର ଜଳ ଲହଡ଼ି ମାଡ଼ି ଆସେ। ଲଘୁଚାପ ପ୍ରଭାବରେ ଏବେବି ସମୁଦ୍ର ଜଳ ଦାଣ୍ଡରେ ଲହଡ଼ି ଖେଳୁଛି।
ଗାଁର ମୁରବି ଗୁରୁଭା ହଁାସଦାଙ୍କ କହିବା କଥା ୧୯୯୯ ମହାବାତ୍ୟାରେ ଗାଁର ସମସ୍ତ ଲୋକ ଉଚ୍ଚ ସ୍ଥାନରେ ଥିବା ଏକ ଚାଳ ଛପର ଘରେ ପରିବାର ସହ ଜୀବନ ବିକଳରେ ଆଶ୍ରୟ ନେଇଥିଲୁ। ରାତି ବଢିବା ସହ ପବନର ବେଗ ବେଳକୁ ବେଳ ବଢ଼ି ଚାଲିଥାଏ। ତାହା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା। ଚାହୁଁ ଚାହୁଁ ଆଖି ପିଛୁଳାକେ ପାଖ ସମୁଦ୍ରରୁ ମାଡ଼ି ଆସିଲା ୫ରୁ୬ ଫୁଟ୍‌ ଉଚ୍ଚର ସମୁଦ୍ର ଜୁଆର। କିଟି କିଟି ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁ ନ ଥାଏ। ଗାଁ ଡେଇଁ ସମୁଦ୍ର ଢ଼େଉ ଆଶ୍ରୟ ନେଇଥିବା ଚାଳ ଛପର ଘର ଭିତରକୁ ମାଡ଼ି ଆସିଲା। ସମସ୍ତେ ହାତ ଧରାଧରି ହୋଇ ଘରର ମଝି ଖୁଣ୍ଟିକୁ ଜାବୁଡି ଧରିଲୁ। କିଛି ସମୟ ପରେ କାନ୍ଥ ଭୁଶୁଡ଼ିଲା ଓ ମୁଣ୍ଡ ଉପରୁ ଛପର ଉଡିଗଲା। ଘର ଭିତରେ ଅଣ୍ଟାଏ ପାଣିରେ ଘର ମଥାନକୁ ସବୁ ପିଲା ଛୁଆ ବୃଦ୍ଧାବୃଦ୍ଧ ଓ ମହିଳା ହାତ ଧରାଧରି ହୋଇ ଯାଇ ଆଶ୍ରୟ ନେବାକୁ ଚଢ଼ିଲୁ। ପବନର ବେଗ ଏତେ କ୍ଷିପ୍ର ହେଲା ମା’ କୋଳରୁ ଦୁଇଶିଶୁ ପୁତ୍ର ଛିଟିକି ପଡ଼ି ସମୁଦ୍ର ଢେଉରେ ଭାସିଗଲେ। ଅନ୍ୟପକ୍ଷରେ ଗାଁର କେତେଜଣ ଲୋକ ଆଶ୍ରୟ ନେଇଥିବା ସ୍ଥାନରୁ ୧୦ ଲୋକ ସମୁଦ୍ର କରାଳ ଗର୍ଭରେ ଲୀନ ହୋଇଗଲେ। ଅନ୍ୟ ୩ଜଣ ଲୋକ ଆଶ୍ରା ନେବା ପାଇଁ ଆସିବା ସମୟରେ ବାଟରେ ସମୁଦ୍ର ଅଶାନ୍ତ ଜୁଆରରେ ଭାସିଗଲେ। ଏବେ ବି ମୂକ ସାକ୍ଷୀ ହୋଇ ରହିଛି ଆଶ୍ରୟ ନେଇଥିବା ସେହି ଚାଳ ଛପର ଘର। ଗ୍ରାମର ଫଗଲ ମାରାଣ୍ଡି, ଗୁରୁଭା ହଁାସଦା, ରୂପାଲି ହେମ୍ବ୍ରମ୍‌ ପ୍ରମୁଖ ସେ ଦିନର କାଳ ରାତ୍ରି କଥା ବଖାଣିଛନ୍ତି। ସେହିପରି ଏହି ବ୍ଲକର ଶତାଧିକ ଚାଳ ଛପର ଘର ମାଟିରେ ମିଶି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri