ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା

କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ପହଞ୍ଚତ୍ ପାରୁ ନ ଥିବାରୁ ଗ୍ରାମବାସୀ ଦୁରବସ୍ଥା ଭୋଗୁ ଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ଗ୍ରାମାଞ୍ଚଳ ରାସ୍ତାର ଦୁରବସ୍ଥା ସମ୍ପର୍କରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ତଥ୍ୟକୁ ଦେଖିଲେ ଏହାର ବାସ୍ତବତା ମଧ୍ୟ ଉପଲବ୍ଧି ହେଉଛି। କେନ୍ଦ୍ରାପଡ଼ା ଜିଲାର ୯ ବ୍ଲକରେ ୨୪୯ ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡ଼ିକରେ ସମୁଦାୟ ୭୨୨୫ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଅପେକ୍ଷାରେ ଥିବା ପଞ୍ଚାୟତିରାଜ ବିଭାଗର ତଥ୍ୟ ଦର୍ଶାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୭୮୫୩ଟି ରାସ୍ତା ନିର୍ମାଣ ପ୍ରକଳ୍ପ ଏହି ଯୋଜନାରେ କାର୍ଯ୍ୟକାରୀ ପାଇଁ ଜିଲା ପ୍ରଶାସନର ମଞ୍ଜୁରୀ ମିଳିଥିଲା। ଏଥିମଧ୍ୟରୁ ମାତ୍ର ୫୨୮ଟି ରାସ୍ତା ନିର୍ମାଣ ହୋଇଛି। ସେହିପରି ୬ ହଜାରରୁ ଊର୍ଦ୍ଧ୍ୱ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିନାହିଁ। ମୋଟ ୨୯୪୭ଟି ପ୍ରକଳ୍ପ ମଞ୍ଜୁରି ପାଇଥିବାବେଳେ କାର୍ଯ୍ୟାରମ୍ଭ ହୋଇନାହିଁ। ୪୨୭୮ଟି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣାଧୀନ ଥିବା ବିଭାଗୀୟ ତଥ୍ୟରେ ଉଲ୍ଲେଖ ଅଛି। ଆଳି ବ୍ଲକ ଅଞ୍ଚଳରେ ଗୋଟିଏ ବି ଗ୍ରାମାଞ୍ଚଳ ରାସ୍ତା ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ସରିନାହିଁ। ସେହିପରି ଅନ୍ୟ ୪ଟି ବ୍ଲକ ଅଞ୍ଚଳର ନିର୍ମାଣ କାର୍ଯ୍ୟ ଖୁବ୍‌ ଧିମା ରହିଛି। ଚଳିତବର୍ଷ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବା ପରେ ରାଜକନିକା, ରାଜନଗର, ମହାକାଳପଡ଼ା, ଆଳି, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇଛି। ବେହାଲ ରାସ୍ତା ପାଇଁ ଆର୍ଥିକ ଓ ସାମାଜିକ ପ୍ରଗତିରେ ପ୍ରତିବନ୍ଧ ସୃଷ୍ଟି ହୋଇଛି ବୋଲି ମତ ମିଳିଛି।
ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ କହିଛନ୍ତି, ରାସ୍ତା ନିର୍ମାଣକୁ କେବଳ ପଞ୍ଚାୟତିରାଜ ବିଭାଗ ନୁହେଁ, ପୂର୍ତ୍ତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଲୁଣା ତଟବନ୍ଧ ଆଦି ବିଭାଗର ଅଧିକାରୀ ଅବହେଳା କରୁଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଗଣତାନ୍ତ୍ରିକ ଦେଶର ମୂଳ ଲକ୍ଷ୍ୟ। ମୌଳିକ ସୁବିଧା ଯୋଗାଇବା ପାଇଁ ସୁଗମ ପଥ ଆବଶ୍ୟକ। ଯାତାୟାତ ବ୍ୟବସ୍ଥା ନ ଥିଲେ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରଗତି ହୋଇପାରିବନି। ଗ୍ରାମାଞ୍ଚଳର ବେହାଲ ରାସ୍ତା ପାଇଁ ପ୍ରସୂତି ଓ ରୋଗୀ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି ବାଧକ ହେଉଛି। ଏପରିକି ବିପଦ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନଶମ ଗାଡ଼ି ପହଞ୍ଚତ୍ ପାରୁନାହିଁ। ଛପାଲିର ହରେକୃଷ୍ଣ ପାତ୍ର କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଦେଶ ସ୍ବାଧୀନତା ପରଠାରୁ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ମହାକାଳପଡ଼ା, ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବାବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହେଉଛି। ଲଗାତର ବର୍ଷା ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି। ବଡ଼କୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, ରାଧାନଗର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଏବେ ଶୋଚନୀୟ ଅବସ୍ଥା ହୋଇଛି। ରାସ୍ତା ନିର୍ମାଣ ନାହିଁ ତ ଭୋଟ ନାହିଁ ବୋଲି ସେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁର ରମେଶ ମଲ୍ଲିକ କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗାଁ ରାସ୍ତା ନିର୍ମାଣ ଦୀର୍ଘ ୧୦ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟା ଅଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ଜିଲା ଉନ୍ନୟନ ଅଧିକାରୀ ତଥା ଏଡିଏମ୍‌ ନିଲୁ ମହାପାତ୍ରଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଏପ୍ରିଲରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ଲଗାଣ ବର୍ଷା ଓ ବନ୍ୟା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବାଧକ ସାଜିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri