ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ ଏସ୍‌ଓପିକୁ ସୋମବାରଠାରୁ ଲାଗୁ କରାଯାଇଛି। ଏଣିକି ରାଜ୍ୟ ତଥା ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ୍‌ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କେବଳ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଏହା ଲାଗୁ କରିବାକୁ ଏସ୍‌ଓପି ଜାରି ହୋଇଥିବାବେଳେ ଏବେ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ଏସବୁ ଦେଖାଇ ଭିତରକୁ ଯିବାବେଳେ ହାତ ସାନିଟାଇଜ କରିବେ। ସମସ୍ତ କୋଭିଡ ନିୟମ ମାନି ସ୍ବତନ୍ତ୍ର କିଓସ୍କ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିବାକୁ କୁହାଯାଇଛି।
ସେହିଭଳି ପୁରୀରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର ମଧ୍ୟ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ମୋବାଇଲ ଫୋନ୍‌ ଉପରେ ଲାଗିଲା କଟକଣା: ୯୧ ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ଜେଲ୍‌ ଭିତରକୁ ଯାଉଛି ମୋବାଇଲ୍‌ ଫୋନ୍‌। ଏହି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଜେଲ୍‌ରେ ରହି ଅପରାଧୀମାନେ ବାହାରେ ଘଟାଉଛନ୍ତି ଅପରାଧ, ବଢ଼ାଉଛନ୍ତି ସେମାନଙ୍କ...

ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ...

ଶଯ୍ୟାଶାୟୀଙ୍କୁ ଘରେ ଟିକା

କଟକ ଅଫିସ,୧୧ା୧୦: ବାର୍ଦ୍ଧକ୍ୟ ଜନିତ ହେଉ କିମ୍ବା କୌଣସି ରୋଗରେ ଶଯ୍ୟାଶାୟୀ ଥିଲେ, ସେମାନେ ଘରେ ଟିକା ନେଇପାରିବେ। ଏ ନେଇ ସୋମବାର କଟକ ମହାନଗର...

ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି...

ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ।...

ପ୍ଲାଜମା ଥେରାପିର ହବ୍‌ ହେବ ଏସ୍‌ସିବି

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ...

ଦଳ ବିରୋଧୀ କାର୍ଯ୍ୟ: ଭାଜପା କର୍ମକର୍ତ୍ତା ବହିଷ୍କୃତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଜଗତ୍‌ସିଂହପୁର ପୂର୍ବତନ ଜିଲା ଉପସଭାପତି ଅଜିତ କୁମାର ଦାସ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ...

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍‌ ଦେଇ...

Advertisement
Archives

Model This Week