ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ ଏସ୍‌ଓପିକୁ ସୋମବାରଠାରୁ ଲାଗୁ କରାଯାଇଛି। ଏଣିକି ରାଜ୍ୟ ତଥା ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ୍‌ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କେବଳ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଏହା ଲାଗୁ କରିବାକୁ ଏସ୍‌ଓପି ଜାରି ହୋଇଥିବାବେଳେ ଏବେ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ଏସବୁ ଦେଖାଇ ଭିତରକୁ ଯିବାବେଳେ ହାତ ସାନିଟାଇଜ କରିବେ। ସମସ୍ତ କୋଭିଡ ନିୟମ ମାନି ସ୍ବତନ୍ତ୍ର କିଓସ୍କ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିବାକୁ କୁହାଯାଇଛି।
ସେହିଭଳି ପୁରୀରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର ମଧ୍ୟ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri