ଏନ୍‌ଇଇଟି: ସହଯୋଗ ଲୋଡ଼ିଲା ତାମିଲନାଡୁ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଡିଏମ୍‌କେ ସଂସଦୀୟ ଦଳର ଉପନେତା କାନିମୋଝି ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ଲିଖିତ ଚିଠି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠିରେ ସର୍ବଭାରତୀୟ ସ୍ତରରେ ହେଉଥିବା ନ୍ୟାଶନାଲ ଏଲିଜିବିିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)ରେ ଗରିବ ତଥା ଗ୍ରାମୀଣ ଛାତ୍ରୀଛାତ୍ର ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ମର୍ମରେ ତାମିଲନାଡୁ ସରକାର ଓଡ଼ିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।
ସର୍ବଭାରତୀୟ ସ୍ତରରେ ହେଉଥିବା ଏନ୍‌ଇଇଟିକୁ ଗ୍ରାମୀଣ ଛାତ୍ରୀଛାତ୍ର ସାମ୍ନା କରିପାରୁନାହାନ୍ତି। ଏହି ପରୀକ୍ଷାରେ ବିଫଳ ହୋଇ ତାମିଲନାଡୁ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଥିବା ଭଳି ଘଟଣା ନଜରକୁ ଆସୁଛି। ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ହେଉଥିବା ବେଳେ ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁବିଧାସୁଯୋଗ ପାଇବାରୁ ଗ୍ରାମୀଣ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ତେଣୁ ଏହାକୁ ଅନ୍ୟ ପରୀକ୍ଷା ଭଳି ରାଜ୍ୟସ୍ତରୀୟ କରି ଏଥିପାଇଁ ଥିବା ନିୟମକୁ କୋହଳ କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି। ଏହାବ୍ୟତୀତ ମେଡିକାଲ କଲେଜରେ ନାମଲେଖା ପାଇଁ ହେଉଥିବା କାଉନ୍‌ସେଲିଂ ସମୟରେ କେନ୍ଦ୍ର ସରକାର ହସ୍ତକ୍ଷେପ ନ କରିବାକୁ ମଧ୍ୟ ଦାବି ହୋଇଛି। ଏ ବାବଦରେ କେନ୍ଦ୍ରକୁ ଜଣାଇଥିଲେ ବି କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ନବୀନ ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିକଟରେ ଏଭଳିି ପ୍ରସ୍ତାବ ରଖିଥିଲେ। ଏବେ ଏହି ପ୍ରସ୍ତାବ ଉପରେ ସମର୍ଥନ ବଢ଼ାଇବାକୁ ତାମିଲନାଡୁ ସରକାର ଓଡ଼ିଶା ସରକାରଙ୍କ ସମେତ ଅଣ ଭାଜପା ରାଜ୍ୟ ସରକାରଙ୍କୁ ସମର୍ଥନ ପାଇଁ ଚିଠି ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।  

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri