Posted inଖେଳ

ଅଲିମ୍ପିକ୍ସ ପୂର୍ବରୁ ତୁର୍କୀରେ ଟ୍ରେନିଂ ନେବେ ନୀରଜ, ହିମା

ନୂଆଦିଲ୍ଲୀ, ୭।୪(ପି.ଟି.): ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଧାବିକା ହିମା ଦାସଙ୍କ ସମେତ ଭାରତର ଶ୍ରେଷ୍ଠ କେତେଜଣ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ ତୁର୍କୀରେ ଟ୍ରେନିଂ ନେବେ। ଚଳିତ ମାସ ଶେଷଆଡକୁ ଆଥ୍‌ଲେଟମାନେ ଟ୍ରେନିଂ-କମ୍‌- କମ୍ପିଟିଶନ ଟୁର୍‌ରେ ତୁର୍କୀ ଯିବେ ବୋଲି ମଙ୍ଗଳବାର ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ତରଫର ସୂଚନା ଦିଆଯାଇଛି।
ଚୋପ୍ରାଙ୍କୁ ବାଦ୍‌ ଦେଲେ ଅନ୍ୟତମ ଅଲିମ୍ପିକ ଥ୍ରୋୟର ଶିବପାଲ ସିଂ, ଦେଶର ରିଲେ ରେସର (ଉଭୟ ୪x୧୦୦ ଓ ୪x ୪୦୦ ପୁରୁଷ ଓ ମହିଳା) ମଧ୍ୟ ଏହି ଗସ୍ତରେ ଯିବେ। କୋଚ୍‌ଙ୍କ ସହ ଏକ ୪୦ ଜଣିଆ ଆଥ୍‌ଲେଟିକ ଦଳ ତୁର୍କୀ ଗସ୍ତ କରିବ। ରାଜଧାନୀ ଆଣ୍ଟାଲ୍ୟାରେ ଅବସ୍ଥାନ କରି ଖେଳାଳିମାନେ କେତୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି କେତେକ ଆଥଲେଟ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିପାରିବେ।
ହିମା ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ୪୦୦ ମି.ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୪x୧୦୦ ଓ ୪x ୪୦୦ମି ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହିମା ୪x୧୦୦ମିରେ ଟ୍ରେନିଂ ନେବେ। ପୋଲାଣ୍ଡର ସିଲେସିଆରେ ମେ’ ୧ ଓ ୨ରେ ଆୟୋଜନ ହେବାକୁ ଥିବା ଓ୍ବାଲର୍‌ଡ ଆଥ୍‌ଲେଟିକ ରିଲେରେ ଭାରତୀୟ ରିଲେ ଦଳ ଅଂଶଗ୍ରହଣ କରିବ।
ଏହି ଟ୍ରେନିଂ କମ୍‌ କମ୍ପିଟିଶନ ଟୁର୍‌ ପାଇଁ ଆମେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ଠାରୁ ଅନୁମତି ପାଇଛୁ। ୟୁରୋପରେ ବିଭିନ୍ନ କାରଣ ପାଇଁ ଟ୍ରେନିଂ ବେସ୍‌ର ସୁବିଧା ଉପଲବ୍ଧ ନ ହେବାରୁ ଆମେ ତୁର୍କୀରେ ଟ୍ରେନିଂ ନେବାକୁ ନିଷ୍ପତ୍ତି ନେଇଛୁ ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲା କହିଛନ୍ତି। ଟ୍ରେନିଂ ସହିତ ଆଥ୍‌ଲେଟମାନେ ତୁର୍କୀରେ କେତୋଟି ପ୍ରତିଯୋଗିତାରେ ଭାଗନେବେ। ଯେଉଁମାନେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିନାହାନ୍ତି ସେମାନଙ୍କ ପାଇଁ ସୁଯୋଗ ରହିବ। ତୁର୍କୀରେ ପାଗ ଭଲ ରହିଛି ଓ ସୁବିଧାସୁଯୋଗ ତଥା ଭିତ୍ତିଭୂମି ବିଶ୍ୱସ୍ତରୀୟ ବୋଲି ସେ କହିଛନ୍ତି। ୨୦୧୬ ଅଲିମ୍ପିକ୍‌ ପୂର୍ବରୁ ଓ ପୁଣି ଥରେ ୨୦୧୯ରେ ଆଣ୍ଟାଲ୍ୟାରେ ଭାରତୀୟ ଆଥଲେଟମାନେ ଟ୍ରେନିଂ ନେଇଥିଲେ। ଏବେ ଭିଜା ପାଇଁ ଏଏଫ୍‌ଆଇ କାର୍ଯ୍ୟ ଆରମ୍ଭ କରିଛି ବୋଲି ସୁମରିଓ୍ବାଲା କହିଛନ୍ତି। ଚଳିତ ମାସରେ ଆଥଲେଟ୍‌ମାନେ ତୁର୍କୀ ଗସ୍ତ କରିବେ। ପ୍ରଥମେ ଭିଜା ପାଇବା ପରେ ଟିକେଟ ଓ ସେଠାରେ ରହିବା ଖାଇବାର ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି।
ଦେଶର ୪x୧୦୦ ଓ ୪x ୪୦୦ ରିଲେ ଟିମ୍‌ ତୁର୍କୀରୁ ସିଧା ପୋଲାଣ୍ଡର ସିଲେସିଆ ଯାତ୍ରା କରିବେ। ଶ୍ରେଷ୍ଠ ୮ଟି ରିଲେ ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ। ଦୋହାରେ ଅନୁଷ୍ଠିତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରି ଭାରତୀୟ ୪x ୪୦୦ ମିକ୍ସଡ ରିଲେ ଟିମ୍‌ ଅଲିମ୍ପିକ ଯୋଗ୍ୟତା ହାସଲ କରିସାରିଛି। ୪x୧୦୦ ଓ ୪x ୪୦୦ ରିଲେ ଦଳଗୁଡିକ ଓ୍ବାଲର୍‌ଡ ରିଲେରେ ଅଂଶଗ୍ରହଣ କରିବାକୁ ତୁର୍କୀରୁ ପୋଲାଣ୍ଡ ଯାତ୍ରା କରିବେ। ହିମା ୪x୧୦୦ ପାଇଁ ଟ୍ରେନିଂ ନେବେ ବୋଲି ସୁମରିଓ୍ବାଲା କହିଛନ୍ତି।
ମରୋକ୍କୋ ରାଜଧାନୀ ରାବାଟ୍‌ରେ ମେ’ ୨୩ରେ ଆରମ୍ଭ ହେବାକୁ ଥିତ୍ବା ଡାଇମଣ୍ଡ ଲିଗ୍‌ ମିଟିଂର ପ୍ରଥମ ଲେଗ୍‌ରେ ନୀରଜ ଓ ଶିବପାଲ ଅଂଶଗ୍ରହଣ କରିବେ। ବିଦେଶରେ ଟ୍ରେନିଂ ସାରିବା ପରେ ଆଥ୍‌ଲେଟମାନେ ଭାରତ ପ୍ରତ୍ୟାବର୍ତ୍ତନ କରି ଜାତୀୟ ଆନ୍ତଃ- ରାଜ୍ୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ବେଙ୍ଗାଲୁରୁରେ ଆସନ୍ତା ଜୁନ୍‌ରେ ଏହି ଅଲିମ୍ପିକ କ୍ୱାଲିଫାଇଂ ଇଭେଣ୍ଟ ଆୟୋଜନ କରାଯିବ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପରେ ଆଥ୍‌ଲେଟମାନେ ପୁଣି ଥରେ ଟ୍ରେନିଂ ପାଇଁ ବିଦେଶ ଯାଇପାରିବେ ବୋଲି ସୁମରିଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି...

ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ...

ସାମ୍ନାକୁ ଆସିଲା ଦୁର୍ଘଟଣାର ଲୋମଟାଙ୍କୁରା ଭିଡିଓ, ରାସ୍ତାରେ ଫୁଙ୍ଗୁଳା ହୋଇ ପଡ଼ିଛନ୍ତି ପନ୍ତ…

ନୂଆଦିଲ୍ଲୀ,୩୦।୧୨: କାର୍‌ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର ସକାଳ ୫.୩୦ରେ ତାଙ୍କ ଗାଡ଼ିଟି...

ରୁମ୍‌ କ୍ୱାରେଣ୍ଟିନରେ ଟିମ୍‌ ଇଣ୍ଡିଆ ଖେଳାଳି

କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୨୮ ତାରିଖକୁ...

ଜାଡେଜାଙ୍କ ଶୋ; ଶେଷ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୨୫।୪ :ଦେଖିବାକୁ ମିଳିଲା ରବୀନ୍ଦ୍ର ଜାଡେଜାଙ୍କ ଶୋ। ଶେଷ ଓଭରରେ ୫ ଛକା ସହ ଆଦାୟ କରିଥିଲେ ୩୭ ରନ୍‌। ଏହା ଆଇପିଏଲ ଇତିହାସର ସବୁଠୁ...

ବଲକୁ ଗୋଇଠା ମାରି ଆଉଟ୍‌ ହେଲେ ବ୍ୟାଟ୍ସମ୍ୟାନ

ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ...

ଗୁରୁକୁଳ ଏଆଇଟିଏ-ଓଟିଏ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୯।୯ (ସ୍ପୋଟର୍‌ସ ବ୍ୟୁରୋ)- ଏକ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା କ୍ରୀଡ଼ା ଓ...

ଜାତୀୟ ଦିବାରାତ୍ର ଭଲିବଲ ୧୬ରୁ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)- ଲିଙ୍ଗରାଜ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନଧରି ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଲିଙ୍ଗରାଜ...

Advertisement
Archives

Model This Week