Posted inଖେଳ

ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା: କହିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ନ ଜିତିବାର କାରଣ

ଟୋକିଓ,୧୮।୯: ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିବା ବେଳେ, ପ୍ରଥମ ଥର ଫାଇନାଲରେ ଖେଳୁଥିବା ଭାରତୀୟ ଖେଳାଳି ସଚିନ ଯାଦବ ୮୬.୨୭ ମିଟର ଥ୍ରୋ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ନୀରଜ କହିଛନ୍ତି, “ଆଜି କ’ଣ ହେଲା ମୁଁ ବୁଝିପାରୁନି। ଦୀର୍ଘ ଦିନ ପରେ ଏପରି ହେଲା। ଟୋକିଓ ଆସିବା ପୂର୍ବରୁ ମୋର ପିଠିରେ ସମସ୍ୟା ଥିଲା, କିନ୍ତୁ ମୁଁ କାହାକୁ କହିନଥିଲି। ଜାଭେଲିନ ଖୁବ୍ କଠିନ, ଶାରୀରିକ ଅବସ୍ଥା ଭଲ ନ ଥିଲେ ଫଳାଫଳ ଖରାପ ହୁଏ।” ସେ ଆହୁରି କହିଛନ୍ତି, “ମୁଁ ଏଥିରୁ ଶିଖିବି। ହୁଏତ ଅଧିକ ଟ୍ରେନିଂ କିମ୍ବା ଟେକନିକ୍ ଉନ୍ନତି ଆବଶ୍ୟକ। ଏହା ଜୀବନ ଓ ଖେଳର ଅଂଶ, ମୁଁ ଏହାକୁ ଗ୍ରହଣ କରି ଆଗକୁ ବଢ଼ିବି।”

ସ୍ୱର୍ଣ୍ଣ ପଦକ ତ୍ରିନିଦାଦ ଓ ଟୋବାଗୋର କେଶୋର୍ନ ୱାଲକଟ (୮୮.୧୬ ମି.) ଜିତିଥିବା ବେଳେ, ଗ୍ରେନାଡାର ଆଣ୍ଡରସନ ପିଟର୍ସ (୮୭.୩୮ ମି.) ରୌପ୍ୟ ଓ କର୍ଟିସ ଥମ୍ପସନ (୮୬.୬୭ ମି.) କାଂସ୍ୟ ଜିତିଛନ୍ତି। ଅଲିମ୍ପିକ ବିଜେତା ପାକିସ୍ତାନର ଅର୍ଶଦ ନାଦୀମ ୮୨.୭୫ ମିଟର ଥ୍ରୋ ସହ ଦଶମ ସ୍ଥାନରେ ରହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

TMC ବିଧାୟକ ଦଳ ବୈଠକରେ ଗର୍ଜିଲେ ଦିଦି; ‘ବହିଷ୍କାର କରନ୍ତୁ,ଇସ୍ତଫା ଦେବିନି’

କୋଲକାତା,୬ା୫: TMC ବିଧାୟକ ଦଳ ବୈଠକରେ ଗର୍ଜିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ତୀବ୍ର ଆପତ୍ତି ପ୍ରକାଶ କରି, ଟିଏମସି ମୁଖ୍ୟ ମମତା…

ଗୋଡ଼ ଭାଙ୍ଗିଦେଲା ରୋହିତ ଶର୍ମାଙ୍କ ଶଟ୍‌, ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ସମୟରେ ବଡ଼ ଅଘଟଣ,ଦେଖନ୍ତୁ Video

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL ୨୦୨୬)ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଆଘାତ ଯୋଗୁ ୫ଟି ମ୍ୟାଚରୁ ବାହାରେ ରହିବା ପରେ ପଡ଼ିଆକୁ ଏକ…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

ଭାରତକୁ ନାଲିଆଖି ଦେଖାଇଲେ ନେପାଳ ସରକାର, ଧମକ ଦେଇ କହିଲେ କାଠମାଣ୍ଡୁର ସମ୍ମତି ବିନା…

କାଠମାଣ୍ଡୁ,୬ା୫: ନେପାଳର ବାଲେନ ସରକାର ଭାରତକୁ ନାଲିଆଖି ଦେଖାଇଛନ୍ତି। ନେପାଳ ସରକାର ମାନସରୋବର ଯାତ୍ରାର ପଥକୁ କଡ଼ା ବିରୋଧ କରିଛନ୍ତି। ଏହା ଭାରତ ଏବଂ ନେପାଳ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri