Posted inଖେଳ

କୋହଲି- ନୀରଜଙ୍କ ମଧ୍ୟରେ ମୁକାବିଲା!

ନୂଆଦିଲ୍ଲୀ,୮।୯:ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି ଏବଂ ଏହି ପ୍ରତିଯୋଗିତା ଖେଳ ପଡ଼ିଆରେ ନୁହେଁ, ବରଂ ବିଜ୍ଞାପନ ଆଧାରରେ ଚାଲିଛି। ଟୋକିଓ ଅଲିମ୍ପିକ୍ସରେ ନୀରଜ ଆଥଲେଟିକ୍ସ ଇତିହାସରେ ୮୭.୫୯ ମିଟର ଜାଭେଲିନ ପକାଇ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଐତିହାସିକ ପଦକ ପରେ ନୀରଜ ଭାରତର କ୍ରୀଡା ଜଗତର ନୂତନ ପୋଷ୍ଟର ବଏ ହୋଇଥିଲେ। ଏହି ବିଜୟ ଯୋଗୁ ସେ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ବିଜ୍ଞାପନ ଜଗତରେ ସମସ୍ତେ ତାଙ୍କୁ ପସନ୍ଦ କରିବା ସହିତ ନୀରଜଙ୍କ ଉପରେ ପୁରସ୍କାର ବର୍ଷା ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ଏଣ୍ଡୋର୍ସମେଣ୍ଟ ଫି ହଜାରେ ପ୍ରତିଶତ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେବଳ ବିରାଟ କୋହଲି ତାଙ୍କ ଆଗରେ ଥିବା ଏକମାତ୍ର ଭାରତୀୟ ଖେଳାଳି।
ଖବର ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ନୀରଜ ପ୍ରତ୍ୟେକ ବିଜ୍ଞାପନରେ ବାର୍ଷିକ ୧୫ ରୁ ୨୫ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବଂ ବର୍ତ୍ତମାନ ସେ ଏହାଠାରୁ ୧୦ ଗୁଣ ଅଧିକ କାରବାର କରୁଛନ୍ତି। ଏହି ତୁଳନାରେ କୋହଲି ଏବେ ଏକମାତ୍ର ଭାରତୀୟ ଖେଳାଳି, ଯିଏ ଗୋଟିଏ ୧ ରୁ ୫ କୋଟି ଫି’ ନେଉଛନ୍ତି। ବର୍ତ୍ତମାନ ଫି’ ବୃଦ୍ଧି ସହିତ ନୀରଜ ମଧ୍ୟ କୋହଲିଙ୍କ କ୍ଲବରେ ଯୋଗ ଦେଇଛନ୍ତି। ତେବେ ସେ ଏବେ କୋହଲିଙ୍କଠାରୁ ଟିକେ କମ୍‌ରେ ଅଛନ୍ତି। ନୀରଜ ଶୁଳ୍କ ଦୃଷ୍ଟିରୁ ରୋହିତ ଶର୍ମା କେ.ଏଲ ରାହୁଲଙ୍କୁ ଅତିକ୍ରମ କରିଛନ୍ତି, ଯିଏ ବାର୍ଷିକ ୫୦ ଲକ୍ଷରୁ ୧ କୋଟି ଟଙ୍କା ଆଦାୟ କରୁଥିଲେ। ନୀରଜଙ୍କୁ ପରିଚାଳନା କରୁଥିବା କମ୍ପାନୀ ବିଳାସପୂର୍ଣ୍ଣ ଅଟୋ ଏବଂ ପୋଷାକ ବ୍ରାଣ୍ଡ ସହିତ ୫ କିମ୍ବା ୬ ବିଜ୍ଞାପନ ପାଇଁ ଆଲୋଚନା କରୁଛି। ଯାହା ଆସନ୍ତା ସପ୍ତାହ ସୁଦ୍ଧା ଚୂଡାନ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri