ଗ୍ରନ୍ଥାଗାରର ଆବଶ୍ୟକତା

ଭାରତୀୟ ଗ୍ରନ୍ଥାଗାର ସଂଘର ଘୋଷଣାକ୍ରମେ ୧୯୬୮ ପରଠାରୁ ପ୍ରତିବର୍ଷ ୧୪ ନଭେମ୍ବରରୁ ୨୦ ପର୍ଯ୍ୟନ୍ତ ଭାରତରେ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯାଉଛି । ପାଠାଗାର ବା ଗ୍ରନ୍ଥାଗାର ବିଷୟରେ ଜନସାଧାରଣଙ୍କୁ ଜଣାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଜାତୀୟ ପାଠାଗାର ସପ୍ତାହ ହେଉଛି ଏକ ବାର୍ଷିକ ଉତ୍ସବ, ଯାହାଦ୍ୱାରା ଗ୍ରନ୍ଥାଗାର, ଗ୍ରନ୍ଥାଗାରିକ ଏବଂ ଗ୍ରନ୍ଥାଗାର କର୍ମଚାରୀମାନଙ୍କ ମୂଲ୍ୟବାନ ଭୂମିକାଗୁଡିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧରଣଙ୍କୁ ଅବଗତ କରାଯାଇଥାଏ। କିଭଳି ସମାଜକୁ ମଜଭୁତ କରିବାରେ ଗ୍ରନ୍ଥାଗାର ଓ ଗ୍ରନ୍ଥାଗାରିକମାନଙ୍କର ଯୋଗଦାନ ରହିଛି, ସମାଜରେ ଗ୍ରନ୍ଥାଗାରଗୁଡ଼ିକର ଆବଶ୍ୟକତା କ’ଣ ଏବଂ ଗ୍ରନ୍ଥାଗାରଗୁଡ଼ିକ ପାଇଁ ଗ୍ରନ୍ଥାଗାରିକମାନଙ୍କର ଆବଶ୍ୟକତା କିପରି ଅଛି ଇତ୍ୟାଦି ବିଷୟରେ ସମସ୍ତଙ୍କୁ ଚିନ୍ତନ କରିବାର ଆବଶ୍ୟକତା ରହିଛି ଏହି ‘ଜାତୀୟ ଗ୍ରନ୍ଥାଗାର ସପ୍ତାହ’ରେ। ଆନ୍ଧ୍ରପ୍ରଦେଶ ଲାଇବ୍ରେରି ଆସୋସିଏଶନ ୧୨ନଭେମ୍ବର ୧୯୧୨ରେ ମାଡ୍ରାସରେ ଏକ ଅଲ୍‌ ଇଣ୍ଡିଆ ଲାଇବ୍ରେରି ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ଭାରତୀୟ ଗ୍ରନ୍ଥାଗାର ସଂଘ ଗଠନ ହୋଇଥିଲା। ପରବର୍ତ୍ତୀକାଳରେ ଭାରତୀୟ ଗ୍ରନ୍ଥାଗାର ସଂଘ ଦ୍ୱାରା ୧୪ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ‘ଜାତୀୟ ଗ୍ରନ୍ଥାଗାର ସପ୍ତାହ’ ବା ‘ନ୍ୟାଶନାଲ ଲାଇବ୍ରେରୀ ଓ୍ବିକ’ ଭାବରେ ଘୋଷଣା କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଲାଇବ୍ରେରି ଆସୋସିଏଶନ ଗଠନରେ ଥିବା ଆୟାଙ୍କି ଭେଙ୍କଟା ରାମାନାୟା ଭାରତରେ ପବ୍ଲିକ ଲାଇବ୍ରେରି ଆନ୍ଦୋଳନର ସ୍ଥପତି ଭାବରେ ମାନ୍ୟତା ପାଇଥିଲେ। ତାଙ୍କୁ ବରୋଦାର ମହାରାଜାଙ୍କ ଦ୍ୱାରା ଗ୍ରନ୍ଥାଳୟ ପିତାମହ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ସେହିପରି ଭାରତରେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ଗ୍ରନ୍ଥାଗାରିକ ଯାହାଙ୍କ ପାଇଁ ପୂରା ଦେଶ ପ୍ରତିବର୍ଷ ପାଳନ କରିଆସୁଛି ଜାତୀୟ ଗ୍ରନ୍ଥାଗାରିକ ଦିବସ। ଭାରତରେ ଗ୍ରନ୍ଥାଗାର ବିଜ୍ଞାନ (ଲାଇବ୍ରେରି ସାଇନ୍ସ)ର ଜନକ ଭାବରେ ଜଣାଶୁଣା ପଦ୍ମଶ୍ରୀ ଡ. ଶିୟାଲି ରାମାମ୍ରିତ ରଙ୍ଗନାଥନଙ୍କ ଜନ୍ମ ବାର୍ଷିକୀକୁ ପାଳନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ କରାଯାଏ। ଗ୍ରନ୍ଥାଗାର ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ଦେଶରେ ଗ୍ରନ୍ଥାଗାର ଏବଂ ସୂଚନା ବିଜ୍ଞାନ ପାଠ୍ୟକ୍ରମକୁ ଉଚ୍ଚଶିକ୍ଷା ସ୍ତରକୁ ନେବାରେ ଅଗ୍ରଦୂତ ସାଜିଥିଲେ ଡ. ରଙ୍ଗନାଥନ।
ଶିକ୍ଷଣୀୟ ସଂସ୍ଥାନର ହୃଦୟ କୁହାଯାଉଥିବା ପାଠାଗାରର ପରିସର କେବଳ ଶିକ୍ଷଣୀୟ ଓ ଅନୁସନ୍ଧାନ ସଂସ୍ଥା ମଧ୍ୟରେ ସୀମିତ ନୁହେଁ, ଏହା ସର୍ବସାଧାରଣଙ୍କ ପାଖରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ, ନିର୍ବିଶେଷରେ ଗାଁରୁ ସହର ଯାଏ ଉଭୟ ଧନୀ ଓ ଗରିବ, ସାକ୍ଷର ଓ ନିରକ୍ଷର ବ୍ୟକ୍ତିମାନଙ୍କ ପାଇଁ ପାଠାଗାରର ଆବଶ୍ୟକତା ରହିଛି। ପାଠାଗାର ଦ୍ୱାରା ବିଭିନ୍ନ ଉତ୍ସ ଯେପରିକି ପୁସ୍ତକ, ପତ୍ରିକା, ଡିଜିଟାଲ ମିଡିଆ ଏବଂ ଶିକ୍ଷଣୀୟ ପାଠ୍ୟକ୍ରମକୁ ବ୍ୟବହାର କରିବାପାଇଁ ସୁବିଧା ପ୍ରଦାନ କରାଯାଇଥାଏ। ଜ୍ଞାନର ଭଣ୍ଡାର ପାଠାଗାର/ ଗ୍ରନ୍ଥାଗାର / ଗ୍ରନ୍ଥାଳୟ ବା ଲାଇବ୍ରେରି ବର୍ତ୍ତମାନ ଏକ ନୂତନ ପରିବର୍ତ୍ତନ ଆଣିବା ସହ ପାଠାଗାର ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣ ବଦଳିବାରେ ଲାଗିଛି। କେବଳ ବହି ଦେବା ନେବା ଓ ପଢ଼ିବା ପାଇଁ ଉଦ୍ଦିଷ୍ଟ ନୁହେଁ ‘ଗ୍ରନ୍ଥାଗାର’, ବରଂ ଶିକ୍ଷା, ଅନୁସନ୍ଧାନ ଭାବରେ ଏହା କାର୍ଯ୍ୟ କରିଥାଏ। ସେଥିପାଇଁ ଆଜିକାଲିର ଲାଇବ୍ରେରିଗୁଡିକ ଲର୍ନିଂ ରିସୋର୍ସ ସେଣ୍ଟର (ଶିକ୍ଷା ଉତ୍ସ କେନ୍ଦ୍ର), ନଲେଜ ରିସୋର୍ସ ସେଣ୍ଟର (ଜ୍ଞାନ ଉତ୍ସ କେନ୍ଦ୍ର), ଇନଫର୍ମେଶନ ସେଣ୍ଟର (ସୂଚନା କେନ୍ଦ୍ର) ନାମରେ ଜଣାଶୁଣା। ପାଠକମାନଙ୍କୁ ଦିଆଯାଇଥିବା ସେବାଗୁଡ଼ିକର ଧାରା ଅନୁଯାୟୀ, ଗ୍ରନ୍ଥାଗାର ବା ଲାଇବ୍ରେରିଗୁଡ଼ିକ ଚାରି ପ୍ରକାରରେ ବିଭକ୍ତ କରାଯାଇପାରିବ ଯଥା: ଏକାଡେମିକ ବା ଶିକ୍ଷଣିକ ଲାଇବ୍ରେରି, ସ୍ବତନ୍ତ୍ର ଲାଇବ୍ରେରି, ସର୍ବସାଧାରଣ ଲାଇବ୍ରେରି ଏବଂ ଜାତୀୟ ଲାଇବ୍ରେରି। ସାର୍ବଜନୀନ ଗ୍ରନ୍ଥାଗାରଗୁଡ଼ିକର ପ୍ରମୁଖ ସୁବିଧା ହେଉଛି ସମସ୍ତ ବୟସ ବର୍ଗ ଓ ଆଗ୍ରହ ଅନୁଯାୟୀ ପଠନ ସାମଗ୍ରୀ ଉପଲବ୍ଧ କରାଇବା ସହିତ ପୁସ୍ତକ ଆଲୋଚନା ଏବଂ କାହାଣୀ ଅଧିବେଶନ ଆଦି ଆୟୋଜନ ଦ୍ୱାରା ସାକ୍ଷରତାକୁ ପ୍ରୋତ୍ସାହିତ କରିଥାଏ।
ପ୍ରତି ଲାଇବ୍ରେରି ପାଇଁ ଲାଇବ୍ରେରିଆନ ଆବଶ୍ୟକ। ଜଣେ ଅନୁଭବୀ ବୃତ୍ତିଗତ ଗ୍ରନ୍ଥାଗାରିକ ହିଁ ଗ୍ରନ୍ଥାଗାର ପ୍ରତି ପାଠକମାନଙ୍କୁ ଆକୃଷ୍ଟ କରିପାରିବା ସହ ସେମାନଙ୍କର ପଢ଼ିବାର ଅଭ୍ୟାସକୁ ବଢ଼ାଇ ପାରିବ। ବିଭିନ୍ନ ବର୍ଗର ପାଠକମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ଆବଶ୍ୟକତା ବୁଝିବା ପାଇଁ ପାଠକମାନଙ୍କ ବ୍ୟବହାରକୁ ଅଧ୍ୟୟନ କରିବାକୁ ପଡିଥାଏ। ଯାହା ଦ୍ୱାରା ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପାଠ୍ୟ ସାମଗ୍ରୀ, ତଥ୍ୟ ଓ ସୂଚନା ଆଦି ପ୍ରଦାନ କରି ସେମାନଙ୍କୁ ପଢିବାପାଇଁ ଆକୃଷ୍ଟ କରିବାରେ ସାହାଯ୍ୟ କରିଥାନ୍ତି ଲାଇବ୍ରେରିଆନମାନେ। ଏଥି ସହିତ ଲାଇବ୍ରେରିଆନମାନେ ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଜଣେ ଭଲ ମାର୍ଗଦର୍ଶକ ଓ ପରାମର୍ଶଦାତା ହୋଇପାରନ୍ତି। ଦୁଃଖର ବିଷୟ ଆଜି ବି ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟର ବିଭିନ୍ନ ଗ୍ରନ୍ଥାଗାର, ନା ଅଛି ଅବସ୍ଥା ନା କିଛି ବ୍ୟବସ୍ଥା। ଏକ ପାର୍ଶ୍ୱରେ କର୍ମଚାରୀ ଅଭାବରୁ ଅବ୍ୟବସ୍ଥିତ ଓ ବନ୍ଦ ରହୁଛି ରାଜ୍ୟର ବିଭିନ୍ନ ପୁରାତନ ଗ୍ରନ୍ଥାଗାରମାନ, ଅନ୍ୟ ପାର୍ଶ୍ୱରେ ନିଯୁକ୍ତି ଅପେକ୍ଷାରେ ଲାଇବ୍ରେରି ସାଇନ୍ସ ପାଠ ପଢ଼ିଥିବା ହଜାର ହଜାର ଆଶାୟୀ ଛାତ୍ରୀଛାତ୍ର। ସମାଜରେ ଯେତିକି ଆବଶ୍ୟକତା ଅଛି ଲାଇବ୍ରେରିର, ସେତିକି ଆବଶ୍ୟକତା ମଧ୍ୟ ଅଛି ଲାଇବ୍ରେରିଆନ ଏବଂ ଲାଇବ୍ରେରିଆନଶିପ ଶିକ୍ଷାର। ବିନା ଲାଇବ୍ରେରିଆନରେ କେମିତି ପରିଚାଳିତ ହେବ ଲାଇବ୍ରେରି ଓ ବିନା ଲାଇବ୍ରେରିରେ କେମିତି ଉନ୍ନତ ହେବ ରାଜ୍ୟର ଶିକ୍ଷାବ୍ୟବସ୍ଥା। ସମାଜରେ ଗ୍ରନ୍ଥାଗାର, ଗ୍ରନ୍ଥାଗାରିକ ଓ ଗ୍ରନ୍ଥାଗାରିକତା ପାଇଁ ଏକ ବିପ୍ଳବର ଆବଶ୍ୟକତା ରହିଛି, ଯେଉଁଥିରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସରକାରଙ୍କ ଦୃଷ୍ଟି ଅତ୍ୟନ୍ତ ଜରୁରୀ।

  • ନିରଞ୍ଜନ ମହାପାତ୍ର
    ଭୁବନେଶ୍ୱର
    ମୋ: ୯୦୧୫୮୧୨୩୪୪

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?